କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ୨ ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

WHO warns of Corona Delta variant, urges people to wear masks | କରୋନା ଭାଇରସର ବିପଜ୍ଜନକ ଓ ଅଧିକ ସଂକ୍ରାମକ ଡେଲ୍ଟା ଭ୍ୟାରିଆଣ୍ଟ୍ ବିଷୟରେ ଚେତାବନୀ ଦେଇ WHOର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଲୋକେ ଟିକାର ଉଭୟ ଡୋଜ୍ ନେଇଥିବାରୁ ନିଜକୁ ସୁରକ୍ଷିତ ଭାବିବା ଉଚିତ୍ ନୁହେଁ ।

ନୋଏଡ଼ାରେ ଟିକାକରଣ ଚାଲିଛି । (ଫଟୋ: ଗେଟି)

ନୋଏଡ଼ାରେ ଟିକାକରଣ ଚାଲିଛି । (ଫଟୋ: ଗେଟି)

  • Share this:
News18 Odia Digital

ଜେନେଭା/ନୂଆ ଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସର ଡେଲଟା ଭାରିଆଣ୍ଟର (Coronavirus Delta Plus variant) ପ୍ରସାରକୁ ଦେଖି ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ନିବେଦନ କରିଛି ଯେ ଯେଉଁମାନେ ଟିକାର ଉଭୟ ଡୋଜ୍‌ ନେଇସାରିଛନ୍ତି ସେମାନେ ବି ମାସ୍କ ପିନ୍ଧିବା ବନ୍ଦ କରନ୍ତୁ ନାହିଁ । WHO କହିଛି ଯେ ଏହି ବିପଜ୍ଜନକ ଓ ଅଧିକ ସଂକ୍ରାମକ ଡେଲ୍ଟା ଭ୍ୟାରିଆଣ୍ଟର ବିସ୍ତାରକୁ ରୋକିବା ପାଇଁ ସାମାଜିକ ଦୂରତା ପାଳନ କରିବା, ମାସ୍କ ପିନ୍ଧିବା ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ଉଚିତ ।

WHOର ଅଧିକାରୀ ମାରିଆଙ୍ଗେଲା ସିମାଓ କହିଛନ୍ତି ଯେ ଲୋକେ କରୋନା ଟିକାର ଉଭୟ ଡୋଜ୍‌ ନେଇଥିବାରୁ ନିଜକୁ ସୁରକ୍ଷିତ ଅନୁଭବ କରିବା ଉଚିତ୍ ନୁହେଁ । ଏବେ ବି ସେମାନେ ନିଜକୁ କରୋନା ଭାଇରସରୁ ରକ୍ଷା କରିବା ପାଇଁ ଉଦ୍ୟମ ଜାରି ରଖିବା ଉଚିତ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ପ୍ରକାଶ ପାଇଲା Odisha Matric Exam Results: ରେଗୁଲାରରେ ପାସ୍ହାର ୯୭.୮୯%, ଏକ୍ସ ୮୮.୩୩%

ସି.ଏନ୍‌.ବି.ସି. ଅନୁଯାୟୀ WHO ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସିମାଓ କହିଛନ୍ତି, ‘‘କେବଳ ଟିକାକରଣ ଗୋଷ୍ଠୀ ସଂକ୍ରମଣକୁ (community transmission) ରୋକିପାରିବ ନାହିଁ । ଲୋକଙ୍କୁ କ୍ରମାଗତ ଭାବରେ ମାସ୍କ ପିନ୍ଧିବାକୁ ପଡ଼ିବ, ଭଲ ବାୟୁ ମିଳୁଥିବା ସ୍ଥାନରେ ରହିବାକୁ ପଡ଼ିବ, ଭିଡ଼ରୁ ଦୂରେଇ ରହିବାକୁ ହେବ ଓ ନିଜ ହାତକୁ ସଫା ରଖିବାକୁ ପଡି଼ବ । ଆପଣ ଟିକାର ଉଭୟ ଡୋଜ୍‌ ନେଇସାରିବା ପରେ ବି ଏସବୁ ସାବଧାନୀ ଜାରି ରଖିବା ଅତି ଜରୁରୀ ।’’

ଏହା ବି ପଢ଼ନ୍ତୁ | Dana Majhi Daughter: ମ୍ୟାଟ୍ରିକ୍ ପାସ୍ କଲେ କଳାହାଣ୍ଡିର ଦାନ ମାଝୀଙ୍କ ଝିଅ; KISSରେ ପଢ଼ୁଥିଲେ

WHO ଲୋକଙ୍କୁ ସୁରକ୍ଷିତ ରହିବାର ଆବଶ୍ୟକତା ବିଷୟରେ ଚେତାଇଦେଇ କହିଛି ଯେ ଡେଲ୍ଟା ପରି କରୋନା ଭାଇରସର ଅତ୍ୟଧିକ ସଂକ୍ରାମକ ରୂପ ବିଭିନ୍ନ ଦେଶରେ ବ୍ୟାପୁଛି ଓ ବିଶ୍ୱର ଏକ ବଡ଼ ଅଂଶରେ ଏ ପର୍ଯ୍ୟନ୍ତ ଟିକାକରଣରେ ପ୍ରଗତି ହୋଇନାହିଁ । ଡେଲଟା ଭ୍ୟାରିଆଣ୍ଟ୍‌ ପ୍ରଥମେ ଭାରତରେ ମିଳିଥିଲା ।ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଏହା ବର୍ତ୍ତମାନ ପ୍ରାୟ ୮୫ଟି ଦେଶକୁ ବ୍ୟାପିସାରିଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରୁ ବି ବାହାରିଲା କରୋନାର Delta Plus ଭ୍ୟାରିଆଣ୍ଟ୍‌; ଦେବଗଡ଼ରେ ରାଜ୍ୟର ପ୍ରଥମ ରୋଗୀ ଚିହ୍ନଟ

ଭାରତର ତିନିଟି ରାଜ୍ୟରେ – ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶ, ଯେଉଁଠାରେ ଡେଲଟା ପ୍ଲସ୍ ଭାରିଆଣ୍ଟ, ଯାହା AY.1 ନାମରେ ମଧ୍ୟ ଜଣାଶୁଣା, ଏହାକୁ ପର୍ଯ୍ୟବେକ୍ଷଣକୁ ତ୍ୱରାନ୍ୱିତ କରିବାକୁ ଏବଂ ଉପଯୁକ୍ତ ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରଣାଳୟ କହିଛି।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ବର୍ଷା; ନିରାଶ ହେଲେ ତାଙ୍କ ସ୍ୱାମୀ MP ଅନୁଭବ

ଭାରତର କେନ୍ଦ୍ର ସରକାର କର୍ଣ୍ଣାଟକ ରାଜ୍ୟ ସରକାରଙ୍କୁ ଡେଲ୍ଟା ଭ୍ୟାରିଆଣ୍ଟ୍‌ ବିଷୟରେ ଚେତାଇଛି । କର୍ଣ୍ଣାୟକରେ ଯେଉଁଠି କୋଭିଡ-୧୯ର (COVID-19) ଡେଲଟା ପ୍ଲସ୍ ରୂପ ଚିହ୍ନଟ ହୋଇଛି ସେହି ଜିଲ୍ଲାଗୁଡ଼ିକରେ ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର କର୍ଣ୍ଣାଟକ ସରକାରଙ୍କୁ କହିଛନ୍ତି । ପ୍ରତିଷେଧକ ବ୍ୟବସ୍ଥାରେ ଭିଡ଼କୁ ରୋକିବା, ଲୋକଙ୍କ ବ୍ୟାପକ ସ୍କ୍ରିନିଂ କରିବା ସହିତ ପ୍ରାଥମିକତା ଭିତ୍ତିରେ ଟିକାକରଣ ବୃଦ୍ଧି କରିବା ଅନ୍ତର୍ଭୁକ୍ତ । ଦେଶରେ ଏ ପର୍ଯ୍ୟନ୍ତ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟର ୫୦ଟି ମାମଲା ରିପୋର୍ଟ ହୋଇସାରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | COVID Vaccine: ଘରୋଇ ହସ୍ପିଟାଲଗୁଡ଼ିକୁ ଆଉ ଟିକା ଯୋଗାଇବେ ନାହିଁ ରାଜ୍ୟ ସରକାର

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କର୍ଣ୍ଣାଟକର ମୁଖ୍ୟ ଶାସନ ସଚିବ ପି. ରବି କୁମାରଙ୍କୁ ଏକ ଚିଠି ଲେଖିଛନ୍ତି । ଜନ ସ୍ୱାସ୍ଥ୍ୟ ପଦକ୍ଷେପଗୁଡ଼ିକୁ ଆହୁରି ତ୍ୱରାନ୍ୱିତ ଓ ଦୃଢ଼ କରିବାକୁ ରାଜ୍ୟକୁ ଜୁନ୍ ୨୫ ତାରିଖରେ ଦିନ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି ।

ଏହା ବି ପଢ଼ନ୍ତୁଚାଲିଗଲେ ଗାୟିକା ତପୁ ମିଶ୍ର; ତାଙ୍କୁ ଛଡ଼େଇନେଲା ନିଷ୍ଠୁର କରୋନା, ଅପେକ୍ଷା କଲାନି ଉନ୍ନତ ଚିକିତ୍ସା ପର୍ଯ୍ୟନ୍ତ

ଚିଠିରେ ରାଜେଶ ଭୂଷଣ କହିଛନ୍ତି ଯେ ଡେଲ୍ଟା ଭ୍ୟାରିଆଣ୍ଟ୍‌ ମିଳିଥିବା ଜିଲ୍ଲା ତଥା କ୍ଲଷ୍ଟରଗୁଡି଼କରେ ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ । ଉଲ୍ଲେଖନୀୟ କଥା ହେଉଛି କର୍ଣ୍ଣାଟକର ମୁଖ୍ୟ ମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ଶୁକ୍ରବାର ଦିନ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଏକ ବୈଠକ କରିଥିଲେ ଓ ବିଶେଷ କରି ସୀମାନ୍ତ ଜିଲ୍ଲାମାନଙ୍କରେ କରୋନା ଭୂତାଣୁର 'ଡେଲଟା ପ୍ଲସ୍' ଭ୍ୟାରିଆଣ୍ଟ୍‌ ଉପରେ ନଜର ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।



କର୍ଣ୍ଣାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ କେ. ସୁଧାକର ଶୁକ୍ରବାର ଦିନ କହିଥିଲେ ଯେ ରାଜ୍ୟରେ ଦୁଇଟି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ୍‌ ଦେଖିବାକୁ ମିଳିଛି – ଗୋଟିଏ ବେଙ୍ଗାଲୁରୁରେ ଓ ଅନ୍ୟଟି ମୈଶୁରରେ ।
First published: