News18 Odia Digital
ଲଣ୍ଡନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO), ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ) ଓ ସେମାନଙ୍କର ସହଯୋଗୀ ସଂଗଠନମାନେ ଚେତାବନୀ ଦେଇଛନ୍ତି ଯେ କରୋନା ମହାମାରୀରୁ ଗର୍ଭବତୀ ମହିଳା ଓ ସେମାନଙ୍କ ଗର୍ଭଧାରଣ ପ୍ରତି ବିପଦ ପୂର୍ବରୁ ବଢ଼ିସାରିଛି । WHO ଏକ ରିପୋର୍ଟ ପ୍ରକାଶ କରିଛି ଯେ ଯଦି କରୋନା ମହାମାରୀ ବଢ଼ିଯାଏ ତେବେ ପ୍ରତି ୧୬ ସେକେଣ୍ଡରେ ଏକ ମୃତ ଶିଶୁ ଜନ୍ମ ହେବ ଓ ପ୍ରତିବର୍ଷ ୨ମିଲିୟନରୁ ଅଧିକ 'ଷ୍ଟିଲବର୍ଥ' ମାମଲା ସାମ୍ନାକୁ ଆସିବ । ରିପୋର୍ଟ ଅନୁଯାୟୀ ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ବିକାଶଶୀଳ ଦେଶ ସହ ଜଡିତ ରହିବ ।
WHO ଗୁରୁବାର ଦିନ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ପ୍ରତିବର୍ଷ ପ୍ରାୟ ୨୦ଲକ୍ଷ ଶିଶୁ ମୃତ (ଷ୍ଟିଲବର୍ଥ) ଜନ୍ମ ହୁଅନ୍ତି ଓ ଏହି ମାମଲାଗୁଡ଼ିକ ଅଧିକାଂଶ ବିକାଶଶୀଳ ଦେଶ ସହିତ ଜଡିତ । ଗର୍ଭଧାରଣର ୨୮ ସପ୍ତାହ ଶିଶୁର ମୃତ୍ୟୁକୁ କିମ୍ବା ପ୍ରସବ ସମୟରେ ଏକ ମୃତ ଶିଶୁ ଜନ୍ମକୁ 'ଷ୍ଟିଲବର୍ଥ' କୁହାଯାଏ । ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି କହିଛି ଯେ ଗତ ବର୍ଷ ଉପ ସାହାରା ଆଫ୍ରିକା ଅଥବା ଦକ୍ଷିଣ ଏସିଆରେ ଚାରିଟି ଜନ୍ମ ମଧ୍ୟରୁ ତିନିଟି 'ଷ୍ଟିଲବର୍ଥ' ଥିଲା ।
ମିଳିତ ଜାତିସଂଘର ଶିଶୁ ପାଣ୍ଠି (ୟୁନିସେଫ୍) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହନାରିଟା ଫୋର୍ କହିଛନ୍ତି ''ପ୍ରତି ୧୬ ସେକେଣ୍ଡରେ ଜଣେ କେଉଁଠି ନ କେଉଁଠି ଜଣେ ମା' 'ଷ୍ଟିଲବର୍ଥ' କରିବେ । ଉନ୍ନତ ମନିଟରିଂ, ଭଲ ପ୍ରସବ ଯତ୍ନ ଓ ନିରାପଦ ପ୍ରସବ ପାଇଁ ବୃତ୍ତିଗତ ଡାକ୍ତରଙ୍କ ସାହାଯ୍ୟରେ ଏଭଳି ମାମଲାକୁ ରୋକାଯାଇପାରିବ ।''
ମହାମାରୀ ଯୋଗୁଁ ଆହୁରି ଖରାପ ହେବ ପରିସ୍ଥିତିରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ କୋଭିଡ -୧୯ ମହାମାରୀ ସହିତ ଏହି ବିଶ୍ୱସ୍ତରୀୟ ଆକଳନ ବୃଦ୍ଧି ପାଇପାରେ । ଏଥିରେ କୁହାଯାଇଛି ଯେ ସଂକ୍ରମଣ ହେତୁ ସ୍ୱାସ୍ଥ୍ୟ ସେବା ୫୦ ପ୍ରତିଶତ ହ୍ରାସ ପାଇଛି ଓ ଚଳିତ ବର୍ଷ ୧୧୭ଟି ବିକାଶଶୀଳ ଦେଶରେ ୨୦୦,୦୦୦ ଅଧିକ 'ଷ୍ଟିଲବର୍ଥ' ହୋଇପାରେ । WHO କହିଛି ଯେ ୪୦% ରୁ ଅଧିକ 'ଷ୍ଟିଲବର୍ଥ' ମାମଲା ପ୍ରସବ ସମୟରେ ହୋଇଥାଏ ଓ ଯଦି ମହିଳାମାନେ ଦକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ସହାୟତାରେ ସୁରକ୍ଷିତ ପ୍ରସବ କରନ୍ତି ତେବେ ଏହି ମାମଲାକୁ ରୋକାଯାଇପାରିବ ।
ଏହା ବି ପଢ଼ନ୍ତୁ | Facebook ଡିଲିଟ୍ କଲା ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟ; COVID-19କୁ କହିଥିଲେ ଫ୍ଲୁ ଅପେକ୍ଷା କମ୍ ମାରାତ୍ମକଏହା ବି ପଢ଼ନ୍ତୁ | ମୃତ୍ୟୁର ୧୩ଦିନ ପରେ MCG ରେ ଦିଆଗଲା ଡିନ୍ ଜୋନ୍ସଙ୍କୁ ଶେଷ ବିଦାୟ; ସାମିଲ ହେଲେ କେବଳ ୧୦ ଜଣ ଲୋକଉପ-ସାହାରା ଆଫ୍ରିକା ଓ ମଧ୍ୟ ଏସିଆରେ ପ୍ରାୟ ଅର୍ଦ୍ଧେକ 'ଷ୍ଟିଲବର୍ଥ ସମୟରେ ପ୍ରସବ ହେଉଥିବା ବେଳେ ୟୁରୋପ, ଉତ୍ତର ଆମେରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ୬ ପ୍ରତିଶତ ମାମଲା ରହିଛି ।
WHO ଅନୁଯାୟୀ, ବିକଶିତ ଦେଶଗୁଡିକରେ ଅନୁସୂଚିତ ଜାତି ଜନଜାତିଙ୍କ ମଧ୍ୟରେ 'ଷ୍ଟିଲବର୍ଥ ମାମଲା ଅଧିକ । ଉଦାହରଣ ସ୍ୱରୂପ, କାନାଡାରେ, ଇନ୍ୟୁଟ୍ ସମ୍ପ୍ରଦାୟର ମହିଳାମାନେ ସମଗ୍ର ଦେଶ ଅପେକ୍ଷା ତିନି ଗୁଣ ଅଧିକ 'ଷ୍ଟିଲବର୍ଥ' ହୋଇଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।