ଅଗଷ୍ଟ ୧୨ ପର୍ଯ୍ୟନ୍ତ କେଉଁ କେଉଁ ଟ୍ରେନ୍ ବାତିଲ୍ ହୋଇଛି ଓ କିପରି ଟଙ୍କା ଫେରସ୍ତ ପାଇବେ ଜାଣନ୍ତୁ

ଭାରତୀୟ ରେଳବାଇ ଜାରି କରିଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ସମେତ ସାଧାରଣ ଯାତ୍ରୀ ଟ୍ରେନ୍ ସେବା ଅଗଷ୍ଟ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ । ହେଲେ କେତେକ ଟ୍ରେନ ଚଳାଚଳ ଜାରି ରହିବ । କେତେକ କ୍ଷେତ୍ରରେ ପୂରା ରିଫଣ୍ଡ୍ ମିଳିବ ।

ଅଗଷ୍ଟ ୧୨ ପର୍ଯ୍ୟନ୍ତ କେଉଁ କେଉଁ ଟ୍ରେନ୍ ବାତିଲ୍ ହୋଇଛି ଓ କିପରି ଟଙ୍କା ଫେରସ୍ତ ପାଇବେ ଜାଣନ୍ତୁ
ଏହି ନୂତନ ଆଦେଶରୁ ସ୍ପଷ୍ଟ ହୋଇଛି ଯେ ୧୨ ଅଗଷ୍ଟ ପର୍ଯ୍ୟନ୍ତ ବର୍ତ୍ତମାନ କେବଳ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିପାରିବ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ଭାଇରସ୍ ସଂକ୍ରମଣକୁ (Coronavirus crisis) ଦୃଷ୍ଟିରେ ରଖି ସମସ୍ତ ସାଧାରଣ ଟ୍ରେନ୍ ସେବା (train services) ୧୨ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଗୁରୁବାର ଦିନ ଭାରତୀୟ ରେଳବାଇ (Indian Railways) ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି ଏହି ସୂଚନା ଦିଆଯାଇଛି । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ମେଲ୍‌ ଓ ଏକ୍ସପ୍ରେସ ଟ୍ରେନ (mail and express trains) ସମେତ ସମସ୍ତ ସାଧାରଣ ଯାତ୍ରୀ ସେବା ଟ୍ରେନ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ନୂତନ ଆଦେଶରୁ ସ୍ପଷ୍ଟ ହୋଇଛି ଯେ ୧୨ ଅଗଷ୍ଟ ପର୍ଯ୍ୟନ୍ତ ବର୍ତ୍ତମାନ କେବଳ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିପାରିବ ।

ଦେଶରେ କରୋନା ଭାଇରସ୍‌ ମାମଲା ବୃଦ୍ଧି ପାଉଥିବାରୁ ରେଳବାଇ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ପରେ ଯାତ୍ରୀଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଉଙ୍କି ମାରୁଛି । ଟିକେଟ୍ ବାତିଲ୍ (ticket cancellation), ଟଙ୍କା ଫେରସ୍ତ (train ticket refund), କେଉଁ ଟ୍ରେନ୍ ଚାଲିବ ଓ କେଉଁଟି ଚାଲିବ ନାହିଁ ଭଳି ଅନେକ ପ୍ରଶ୍ନ ଅଛି । ଏଇଠି ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଛି ।

୧୨ ଅଗଷ୍ଟ ପର୍ଯ୍ୟନ୍ତ କେଉଁ ଟ୍ରେନ୍ ଚଳାଚଳ ଉପରେ ରୋକ୍‌ ଲାଗିଲା?

ରେଳବାଇ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶ ଅନୁଯାୟୀ ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ସାଧାରଣ ରେଳ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାର ଅର୍ଥ ଏହି ସମୟ ମଧ୍ୟରେ କୌଣସି ମେଲ୍‌, ଏକ୍ସପ୍ରେଲ୍‌, ଯାତ୍ରୀବାହୀ ଟ୍ରେନ୍, ସ୍ଥାନୀୟ ଟ୍ରେନ୍ ଓ ଇଏମୟୁ ଟ୍ରେନ୍ ଚଳାଚଳ କରିବ ନାହିଁ ।

ରେଳବାଇ ପକ୍ଷରୁ କୁହାଯାଇଛି ଯେ ଏହି ସମୟ ମଧ୍ୟରେ କେବଳ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳକୁ ଅନୁମତି ଦିଆଯାଇଛି ।


ଏହି ସମୟ ମଧ୍ୟରେ କେଉଁ ଟ୍ରେନରେ ଯାତ୍ରା ରିହେବ?

ରେଳବାଇ ପକ୍ଷରୁ କୁହାଯାଇଛି ଯେ ଏହି ସମୟ ମଧ୍ୟରେ କେବଳ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳକୁ ଅନୁମତି ଦିଆଯାଇଛି । ଲକଡାଉନ୍‌ ସମୟରେ ମେ ୧୨ରେ ରେଳବାଇ ୧୫ ଯୋଡ଼ା ରାଜଧାନୀ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନର (Rajdhani Express Special Trains) ଚଳାଇବାକୁ ନିଷ୍ପତ୍ତି ନେଇଥିଲା, ଯାହା ଏପର୍ଯ୍ୟନ୍ତ ଚାଲୁଛି । ଏହା ବ୍ୟତୀତ ଜୁନ୍ ୧ରୁ ଚାଲୁଥିବା ୧୦୦ ଯୋଡ଼ା ମେଲ୍ / ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଜାରି ରହିବ ।

ଟିକେଟ୍ ଟଙ୍କା କେମିତି ଫେରସ୍ତ ହେବ?

ପୂର୍ବରୁ ଜାରି କରାଯାଇଥିବା ଟିକେଟ୍ ବାତିଲ ନିର୍ଦ୍ଦେଶ ଅନୁଯାୟୀ ଜୁନ୍ ୩୦, ୨୦୨୦ ସୁଦ୍ଧା ବୁକ୍ ହୋଇଥିବା ସମସ୍ତ ଟିକେଟ୍ ସାଧାରଣ ସମୟ ସୂଚୀ ଅନୁଯାୟୀ ଫେରସ୍ତ କରାଯିବ । ଏଥି ସହିତ ଜୁଲାଇ ୧, ୨୦୨୦ରୁ ଅଗଷ୍ଟ ୧୨, ୨୦୨୦ ପର୍ଯ୍ୟନ୍ତ ସମସ୍ତ ଟିକେଟ୍ ବାତିଲ୍ ହୋଇଯିବ । ଆଦେଶ ଅନୁଯାୟୀ ଏହି ସମସ୍ତ ଟିକେଟ୍‌ ପାଇଁ ପୂରା ଟଙ୍କା ଫେରସ୍ତ କରାଯିବ।

ସ୍ୱତନ୍ତ୍ର ଟ୍ରେନ୍ ବିଷୟକେ କନିର୍ଦ୍ଦେଶ ଆସିଛି?

ରେଳବାଇ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ୍‌ ସଂକ୍ରମଣ ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ସାଧାରଣ ଟ୍ରେନ୍ ସେବା ଉପରେ ପ୍ରତିବନ୍ଧକ ଜାରି ରହିବ । ଏହି ସମୟ ମଧ୍ୟରେ ପୂର୍ବ ପରି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଜାରି ରହିବ ।

ରେଳବାଇ ସମୟ ସୀମା ବୃଦ୍ଧି କରିଛି

ଗତ କାଲି ରେଳବାଇ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ପୂର୍ବରୁ ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ରେଳ ସେବା ବନ୍ଦ ରଖିବାକୁ ଘୋଷଣା କରାଯାଇଥିଲା, ଯାହା ବର୍ତ୍ତମାନ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଭଳି ପରିସ୍ଥିତିରେ ଯଦି କେହି ଜୁନ୍ ୩୦ ପର୍ଯ୍ୟନ୍ତ ଟିକେଟ୍ ବୁକ୍ କରିଥିବେ, ତେବେ ତାଙ୍କୁ ସମ୍ପୂର୍ଣ୍ଣ ଫେରସ୍ତ ମିଳିବ ।

ରେଳ ସେବା କେବେ ଆରମ୍ଭ ହେଲା?

କୋଭିଡ-୧୯ କାରଣରୁ ଲଗାଯାଇଥିବା ଲକଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଘରେ ପହଞ୍ଚିବା ପାଇଁ ମେ ୧୨ରୁ ୧୫ ଯୋଡ଼ା ରାଜଧାନୀ ଟ୍ରେନ୍ ଆରମ୍ଭ ହୋଇଥିଲା । ଏହି ଟ୍ରେନଗୁଡ଼ିକ ରାଜ୍ୟ ରାଜଧାନୀ କିମ୍ବା ବଡ଼ ଷ୍ଟେସନ ପାଇଁ ଚଳାଚଳ କରୁଥିଲା । ଏହା ପରେ ରେଳବାଇ ଅନ୍ୟ ଯାତ୍ରୀମାନଙ୍କୁ ସୁବିଧା ଦେବା ପାଇଁ ଜୁନ୍ ୧ରୁ ୧୦୦ ଯୋଡ଼ା ନନ୍‌-ଏସି ଟ୍ରେନ୍ ଚଳାଇବା ଆରମ୍ଭ କରିଥିଲା । ଏହି ଟ୍ରେନଗୁଡ଼ିକୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରେଳବାଇ ନିଷ୍ପତ୍ତି ନେଇଛି ।
First published: June 26, 2020, 5:48 PM IST
corona virus btn
corona virus btn
Loading