କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରିସଂଖ୍ୟାନ ଅନୁସାରେ କୋଭିଶିଲ୍ଡ (Covishield) ଓ କୋଭାକ୍ସିନ (Covaxin) ଟିକାର ପ୍ରଥମ ଡୋଜ୍ ନେବା ପରେ ବି ସାରା ଦେଶରେ ୨୫ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?
ଦେଶରେ ପ୍ରାୟ ୧୧ କୋଟି ଲୋକ କୋଭିଶିଲ୍ଡ ଟିକା ନେଇସାରିଛନ୍ତି ।
  • News18 Odia
  • Last Updated: April 23, 2021, 11:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କୋଭିଡ ରୋଗୀଙ୍କ (Covid Patients) ସଂଖ୍ୟା ଦୈନିକ ତିନି ଲକ୍ଷରୁ ଅଧିକରେ ପହଞ୍ଚିଯାଇଛି । ଯଦିଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ଟିକାକରଣ (Corona Vaccination) ବୃଦ୍ଧି କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି, ତଥାପି ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ କରୋନା ଭ୍ୟାକ୍ସିନ୍ ନେଇପାରିବେ । ତଥାପି ଟିକା ନେବା ପରେ ବି ଲୋକେ କୋଭିଡ୍ ପଜିଟିଭ୍ (Covid Positive) ହେଉଥିବାର ଦେଖାଯାଉଥିବାରୁ ଚିନ୍ତା ବଢ଼ିଛି ।

ଯଦି ଆପଣ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରିସଂଖ୍ୟାନକୁ ଦେଖନ୍ତି, ତାହେଲେ କୋଭିଶିଲ୍ଡ (Covishield) ଓ କୋଭିକ୍ସିନର (Covaxin) ଡୋଜ୍‌ ନେବା ପରେ ସାରା ଦେଶରେ ୨୫ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହି ସମୟରେ କୁହାଯାଇଥିଲା ଯେ କୋଭାକ୍ସିନର ପ୍ରଥମ ଡୋଜ୍‌ (First Dose) ନେବା ପରେ ୪,୨୦୮ ଜଣ ଓ ଦ୍ୱିତୀୟ ଡୋଜ୍ (Second Dose) ନେବା ପରେ ୬୯୫ ଜଣ ଲୋକ କରୋନା ପଜିଟିଭ୍ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଭୟଙ୍କର ହେଉଛି Coronaପ୍ରକୋପ, କିନ୍ତୁ ଯାଏଁ ମିଳିନି ଟ୍ରିପଲ୍‌ ମ୍ୟୁଟାଣ୍ଟ୍‌ ଭ୍ୟାରିଆଣ୍ଟ୍‌

ଦେଶରେ ପ୍ରାୟ ୧୧ କୋଟି ଲୋକ କୋଭିଶିଲ୍ଡ ଟିକା ନେଇସାରିଛନ୍ତି । ଏହି ଟିକାର ପ୍ରଥମ ଡୋଜ୍‌ ନେବା ପରେ ୧୭,୧୪୫ ଜଣ ଓ ଦ୍ୱିତୀୟ ଡୋଜ୍ ନେବା ପରେ ୫,୦୧୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଟିକାକରଣର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରୁ ଓଡ଼ିଶା ଫେରୁଥିଲେ ୧୪-ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ; ସୀମାରେ ଚେକିଂ କଡ଼ା ହେଲା

ପ୍ରଥମ ଡୋଜ୍ ନେବା ପରେ ଅଧିକାଂଶ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାରୁ ଲୋକେ ଚିନ୍ତିତ ହୋଇଛନ୍ତି । ସେମାନେ ପଚାରୁଛନ୍ତି ଯେ ଯଦି ଟିକାର ପ୍ରଥମ ଡୋଜ୍‌ ନେବା ପରେ ଜଣେ ବ୍ୟକ୍ତି କୋଭିଡ ପଜିଟିଭ୍ ହୋଇଯାଏ, ତା’ହେଲେ କେତେ ଦିନ ପରେ ସେ ଦ୍ୱିତୀୟ ଡୋଜ୍‌ ନେଇ ପାରିବେ?

ଏହା ବି ପଢ଼ନ୍ତୁ | ଦେଶରେ ଅକ୍ସିଜେନ୍ ସଙ୍କଟ ବେଳେ ଓଡ଼ିଶା ସାହାଯ୍ୟର ହାତ ବଢ଼ାଇଲା; ଯୋଗାଇଦେବ ଏହି ଗ୍ୟାସ୍

ଏହି ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ପ୍ରଥମ ଡୋଜ୍‌ ନେବା ପରେ କରୋନା ପଜିଟିଭ୍ ହୋଇଥା’ନ୍ତି, ତେବେ ପ୍ରଥମ ଟିକାକରଣର ଆଠ ସପ୍ତାହ ପରେ ଅର୍ଥାତ୍ ଦୁଇ ମାସ ପରେ ସେମାନେ ଦ୍ୱିତୀୟ ଡୋଜ୍‌ ଗ୍ରହଣ କରିବା ହିଁ ଭଲ ହେବ ।



କରୋନା ସଂକ୍ରମିତ (Covid Positive) ନ ହୋଇଥିଲେ ବି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟିକାର ପ୍ରଥମ ଡୋଜ୍‌ ନେବାର ଛଅରୁ ଆଠ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେବା ଉଚିତ ହୋଲି କହୁଛନ୍ତି । ତେଣୁ ଏହି କ୍ଷେତ୍ରରେ ବି କରୋନା ସଂକ୍ରମିତ ହେବା ସତ୍ତ୍ୱେ ଆଠ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେବା ଭଲ ବୋଲି ସେମାନେ କହିଛନ୍ତି ।
Published by: Anand ST Das
First published: April 23, 2021, 11:14 PM IST