ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ମେନିଞ୍ଜାଇଟିସ୍ ଏକ ଗୁରୁତର ରୋଗ; ଜାଣନ୍ତୁ ଏଥିରେ କ’ଣ ହୁଏ ଓ କେମିତି ନିଜକୁ ସୁରକ୍ଷିତ ରଖିବେ

ମେନିଞ୍ଜାଇଟିସ୍ ଏକ ଗୁରୁତର ରୋଗ; ଜାଣନ୍ତୁ ଏଥିରେ କ’ଣ ହୁଏ ଓ କେମିତି ନିଜକୁ ସୁରକ୍ଷିତ ରଖିବେ

ଯଦିଓ ମେନିଙ୍ଗୋକୋକାଲ୍ ରୋଗ ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ, ଏହା ପ୍ରାୟତଃ ପାଞ୍ଚ ବର୍ଷରୁ ସାନ ଶିଶୁ, ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି, କିଶୋର ଓ ଯୁବକଙ୍କ ମଧ୍ୟରେ ଦେଖାଯାଇଥାଏ । ସଠିକ ସମୟରେ ଟିକା ନେଲେ ଏଥିରୁ ସୁରକ୍ଷା ମିଳେ ।

ମେନିଞ୍ଜାଇଟିସ୍ ଏକ ଗୁରୁତର ରୋଗ; ଜାଣନ୍ତୁ ଏଥିରେ କ’ଣ ହୁଏ ଓ କେମିତି ନିଜକୁ ସୁରକ୍ଷିତ ରଖିବେ
ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ ଅଧିକାଂଶ କ୍ଷେତ୍ରରେ ଛୋଟ ପିଲାମାନଙ୍କୁ ହୋଇଥାଏ ।
  • Share this:
  • Byline Facebook
  • Byline Twitter
  • Byline Linkedin
ବର୍ତ୍ତମାନ ମହାମାରୀ ଯେମିତି ବଢ଼ୁଛି, ଟିକାକରଣର ଭୂମିକା ଆହୁରି ଗୁରୁତର ହୋଇପଡ଼ିଛି । ଟିକା ଆମର ରୋଗ ପ୍ରତିରୋଧକ ପ୍ରଣାଳୀକୁ ସୁଦୃଢ଼ କରିଥାଏ ଓ ଆମ ଶରୀରର ପ୍ରାକୃତିକ ପ୍ରତିରୋଧକ କ୍ଷମତା ବ୍ୟବହାର କରି ଜୀବନ ପ୍ରତି ବିପଦ ଥିବା ରୋଗ ଠାରୁ ସୁରକ୍ଷା ଦେଇଥାଏ*।

ନିମୋକୋକାଲ୍ ନିମୋନିଆ ଭଳି ଅନେକ ରୋଗ ଭାଇରସ୍ ଏବଂ ବ୍ୟାକ୍ଟେରିଆ ଦ୍ଵାରା ପ୍ରସାରିତ ହୋଇଥାଏ ଓ ସେଗୁଡ଼ିକଠାରୁ ଆମେ ଟିକା ଦ୍ଵାରା ରକ୍ଷା ପାଇ ପାରିବା । ସେଭଳି ଏକ ରୋଗ ହେଉଛି ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ । ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ ସହ ଉଚ୍ଚ ମୃତ୍ୟୁ ହାର ଜଡ଼ିତ (୧)।

ଏହା ବି ପଢ଼ନ୍ତୁ | ବାତ୍ୟା ୟାସ୍ଭୋର୍ ସାଢ଼େ ୫ଟାରୁ ୮ଟା ଭିତରେ ଧାମରାରୁ ବାଲେଶ୍ବର ଭିତରେ ଲ୍ୟାଣ୍ଡଫଲ୍କରିପାରେ

ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ ଅଧିକାଂଶ କ୍ଷେତ୍ରରେ ଛୋଟ ପିଲାମାନଙ୍କୁ ହୋଇଥାଏ ଏବଂ ଯଦି ଏହାର ଚିକିତ୍ସା କରା ନ ଯାଏ, ପରିଣାମ ସ୍ଵରୂପ ଗୁରୁତର ଭାବରେ ମସ୍ତିଷ୍କ ଜନିତ କ୍ଷତି ହୋଇଥାଏ (୨-୪) । ଆମେ ଏହି ରୋଗ ବିଷୟରେ ଜାଣିବା ଉଚିତ । ଏହି ରୋଗ ଠାରୁ ନିଜକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେ ବାବଦରେ ଏଠାରେ ଆଲୋଚନା କରାଯାଇଛି ।

ମେନିଞ୍ଜାଇଟିସ୍  କ’ଣ ବୁଝିବା

ମେନିଞ୍ଜାଇଟିସ୍ ହେଉଛି ଏକ ଗମ୍ଭୀର ସଂକ୍ରମଣ ଯାହା ମସ୍ତିଷ୍କ ଏବଂ ମେରୁଦଣ୍ଡ ଚାରି ପଟରେ ଥିବା ସୁରକ୍ଷା ପ୍ରଦାନକାରୀ ସ୍ତରକୁ ପ୍ରଭାବିତ କରିଥାଏ (୨, ୫)। ଏହା ବ୍ୟାକ୍ଚେରିଆ, ଭାଇରସ୍ ଓ ଫଙ୍ଗି ଦ୍ଵାରା ହୋଇପାରେ। ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ ନାଇସେରିଆ ମେନିଞ୍ଜାଇଟିଡିସ୍ ବ୍ୟାକ୍ଟେରିଆ ଦ୍ଵାରା ହୋଇଥାଏ, ଯାହା ଏକ ସମ୍ଭାବ୍ୟ ବଡ଼ ମହାମାରୀର କାରଣ ହୋଇପାରେ#। ଶ୍ଵାସକ୍ରିୟା ଜନିତ ଡ୍ରପଲେଟସ୍‌ ମାଧ୍ୟମରେ ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇପାରେ (୬, ୭) ।

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

ଲକ୍ଷଣ ଦେଖାଯିବାର ପ୍ରାୟତଃ ୨୪ରୁ ୪୮ ଘଣ୍ଟା ମଧ୍ୟରେ ରୋଗୀମାନଙ୍କର ମୃତ୍ୟୁ ହେବାର ଉଦାହରଣ ଅଛି (୨)। ଯେଉଁମାନେ ବଞ୍ଚିଥାଆନ୍ତି ସେମାନଙ୍କ ମଧ୍ୟରେ ପ୍ରତି ପାଞ୍ଚ ଜଣରେ ଜଣେ ଜୀବନବ୍ୟାପୀ ସମସ୍ୟା ଭୋଗି ପାରନ୍ତି ଯେପରି କେଶ ହରାଇବା, ମସ୍ତଷ୍କ ବିଚ୍ୟୁତି, ମାନସିକ ଅକ୍ଷମତା କିମ୍ବା କୌଣସି ଅଙ୍ଗ ହରାଇବା ଆଦି ସମସ୍ୟାରେ ପଡ଼ିଥାଆନ୍ତି (୮) ।

ଯଦିଓ ମେନିଙ୍ଗୋକୋକାଲ୍ ରୋଗ ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ, ଏହା ପ୍ରାୟତଃ ପାଞ୍ଚ ବର୍ଷରୁ କମ୍ ଶିଶୁ, ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି, କିଶୋର ଓ ଯୁବକଙ୍କ ମଧ୍ୟରେ ଦେଖାଯାଇଥାଏ (୯) ।

ଏହି ରୋଗ ବିପକ୍ଷରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାରେ ଏବେ ବଡ଼ ଧରଣର ସୁଧାର ହୋଇଛି । ଏହି ଭଳି ଏକ ପଦକ୍ଷେପ ହେଉଛି ପ୍ରତିଷେଧକ ଟିକାକରଣ । ଏହା ଜୀବନ ରକ୍ଷା କରିପାରେ ଓ ସମସ୍ୟା କମାଇଥାଏ (୬) । ଏହା ସହ ଉତ୍ତମ ପରିମଳ ବା ସ୍ଵଚ୍ଛତା ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ପିଲାମାନଙ୍କର ସାମାଜିକ ଦୂରତା ମଧ୍ୟ ଏହି ରୋଗର ପ୍ରତିଷେଧ ପାଇଁ ନିହାତି ଭାବେ ଜରୁରୀ (୬, ୧୦) । ମେନିଙ୍ଗୋକୋକାଲ୍ ରୋଗ, ଏହାର ଲକ୍ଷଣ ଏବଂ ଏହାର କିପରି ଚିକିତ୍ସା କରାଯିବ ଏହି ରୋଗ ବିଷୟରେ କେତେକ ସାଧାରଣ ପ୍ରଶ୍ନର ଉତ୍ତର ଏଠାରେ ଦିଆଯାଇଛି:

ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ କିପରି ବ୍ୟାପେ ଓ ଏହାର ଲକ୍ଷଣଗୁଡ଼ିକ କଣ?

କାଶିବା ଓ ଛିଙ୍କିବାଠାରୁ ଆରମ୍ଭ କରି ଖାଦ୍ୟ ଓ ପାନୀୟ ବାଣ୍ଟି ଖାଇବା ଏବଂ ନିକଟସ୍ଥ ଘରେ ବସବାସ କରିବା ଓ କାହାରି ଦୈନନ୍ଦିନ ବ୍ୟବହାର କରୁଥିବା ବସ୍ତୁ ବ୍ୟବହାର କରିବା ଦ୍ଵାରା ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ ହୋଇପାରେ (୬, ୭) । ଏହାର ବ୍ୟାକ୍ଟେରିଆ ନାକ ଓ ଗଳାରେ ରହିଥାଏ । ପରସ୍ପରର ସଂସ୍ପର୍ଶରେ ଆସିବା ଦ୍ଵାରା ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବ୍ୟାପେ (୬, ୭) ।

ମେନିଞ୍ଜାଇଟିସର ଲକ୍ଷଣମାନଙ୍କ ମଧ୍ୟରେ ପର୍ମୁଖ ହେଉଛି ସାଧାରଣ ଥଣ୍ଡା ଓ ଫ୍ଲୁ, ଯାହା ପରେ ଭିନ୍ନ ଲକ୍ଷଣ ଯେପରି ଶୀଘ୍ର ଅଧିକ ମାତ୍ରାରେ ଜ୍ଵର ଆସିବା କିମ୍ବା ଦେହ ଶିଥିଳ ପଡ଼ିବା, ମାନସିକ ଦ୍ଵନ୍ଦ୍ୱ, ହାତ ଓ ପାଦ ଥଣ୍ଡା ପଡ଼ିଯିବା, ଶରୀରରେ ବିନ୍ଧା ହେବା କିମ୍ବା ମାଂଶପେଶୀରେ ଯନ୍ତ୍ରଣା ହେବା ଏବଂ ଗାଢ଼ ବାଇଗଣୀ ରଙ୍ଗର ଦାଗ ଦେଖାଯିବା, ଆଲୋକ ପ୍ରତି ସମ୍ବେଦନଶୀଳ ହେବା ଓ ବେକରେ ରକା ପଶିଯିବା ଆଦି ହୋଇପାରେ (୨) ।

ମେନିଞ୍ଜାଇଟିସ୍‌କୁ କିପରି ରୋକାଯାଇ ପାରିବ?

ମେନିଙ୍ଗୋକୋକାଲ୍ ରୋଗରୁ ଆପଣଙ୍କ ପିଲାକୁ ସୁରକ୍ଷା ପ୍ରଦାନ କରିବାର ଏକ ପ୍ରଭାବଶାଳୀ ଉପାୟ ହେଉଛି ଟିକାକରଣ (୧୦) । ବିଭିନ୍ନ ପ୍ରକାରର ମେନିଙ୍ଗୋକୋକାଲ୍ ରୋଗ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଟିକା ରହିଛି । ଭାରତରେ ଉପଲବ୍ଧ ଥିବା ମେନିଙ୍ଗୋକୋକାଲ୍ ACWY ଟିକା, ଚାରୋଟି ପ୍ରମୁଖ ପ୍ରକାରର ମେନିଙ୍ଗୋକୋକାଲ୍ ରୋଗଠାରୁ ସୁରକ୍ଷା ପ୍ରଦାନ କରିଥାଏ (୧୧) ।



ମେନିଙ୍ଗୋକୋକାଲ୍ ରୋଗ ଏକ ଗମ୍ଭୀର ରୋଗ ଓ ଏହା ଲୋକଙ୍କୁ ହେବାର ଅନେକ ଆଶଙ୍କା ରହିଛି, କିନ୍ତୁ ଏଥି ପାଇଁ ପିଲାମାନଙ୍କୁ ସଠିକ ସମୟରେ ଟିକା ଦିଆଇଲେ ସେମାନଙ୍କ ସୁରକ୍ଷା କରିବା ସମ୍ଭବ ହୁଏ । ଯଦି ଆପଣଙ୍କ ପିଲାକୁ ଆଗରୁ ଟିକା ଦିଆଯାଇ ନାହିଁ, ତାହେଲେ ଅଧିକ ସୂଚନା ପାଇଁ ବର୍ତ୍ତମାନ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆମେ ଏକାଠି ହୋଇ ମେନିଞ୍ଜାଇଟିସ୍ ବିରୁଦ୍ଧରେ ଲଢ଼ି ପାରିବା ଓ ଜିତି ପାରିବା ।

Reference:

  1. Centers for Disease Control and Prevention (CDC). Epidemiology and Prevention of Vaccine-Preventable Diseases. 12th ed. Atkinson W, et al, eds. Washington, DC: Public Health Foundation; 2012. http://www.cdc.gov/vaccines/pubs/pinkbook/index.html#chapters;

  2. Thompson MJ; Lancet;2006;367;397-403

  3. Rosenstein NE, et al. N Engl J Med. 2001;344:1378-88

  4. Centers for Disease Control and Prevention (CDC), 2017. Meningococcal Disease. Clinical Information. https://www.cdc.gov/meningococcal/clinical-info.html

  5. Centers for Disease Control and Prevention (CDC), 2017. Meningococcal Disease. Signs and Symptoms

  6. World Health Organization (WHO), 2018. Meningococcal meningitis. Factsheet.

  7. Centers for Disease Control and Prevention (CDC), 2017. Meningococcal Disease. Causes and Spread to Others

  8. Centers for Disease Control and Prevention (CDC), 2017. Meningococcal Disease. Diagnosis and treatment

  9. Centers for Disease Control and Prevention (CDC), 2017. Meningococcal Disease. Clinical Information. https://www.cdc.gov/meningococcal/clinical-info.html (Accessed Apr 2021)

  10. Centers for Disease Control and Prevention (CDC), 2018. Meningococcal Disease. Prevention

  11. ACVIP Immunization update 2021, available at https://www.indianpediatrics.net/jan2021/jan-44-53.htm (Accessed Apr 2021)


# https://www.who.int/news-room/fact-sheets/detail/meningococcal-meningitis#:~:text=Meningococcal%20meningitis%20is%20observed%20in,preschool%20children%20and%20young%20people.

*https://www.cdc.gov/vaccines/hcp/conversations/downloads/vacsafe-understand-color-office.pdf

(ଏହା ଏକ ପାର୍ଟନର୍ଡ଼ କଣ୍ଟେଣ୍ଟ୍‌)
Published by: Anand ST Das
First published: May 25, 2021, 9:58 PM IST