କରୋନା ଭାଇରସ କଣ? କେମିତି ବ୍ୟାପେ? ନିଜକୁ ଓ ନିଜ ପିଲାମାନଙ୍କୁ କେମିତି ରକ୍ଷା କରିବେ ଜାଣନ୍ତୁ

କରୋନା ଭାଇରସର ଜୀବାଣୁ (ସିଓଭିଆଇଡି-୧୯) ଅନେକ ସମୟ ଧରି ବାହାରେ ବଞ୍ଚିପାରେ, ମାତ୍ର ଏହାକୁ ସାଧାରଣ ଜୀବାଣୁନାଶକ ଔଷଧ ବା ପ୍ରତିକାରାତ୍ମକ ପଦାର୍ଥ ଦ୍ବାରା ମାରି ଦିଆଯାଇପାରେ ।

କରୋନା ଭାଇରସ କଣ? କେମିତି ବ୍ୟାପେ? ନିଜକୁ ଓ ନିଜ ପିଲାମାନଙ୍କୁ କେମିତି ରକ୍ଷା କରିବେ ଜାଣନ୍ତୁ
କରୋନା ଭାଇରସର ପ୍ରଭାବରେ ବିଭିନ୍ନ ଦେଶରେ ୩,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।
  • Aglasem
  • Last Updated: March 4, 2020, 7:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ନୋଭେଲ୍‌ କରୋନା ଭାଇରସ (CoV) ହେଉଛି କରୋନା ଭଆଇରସର ଏକ ନୂଆ ଧାରା । ଏହି ଭାଇରସର ପ୍ରଭାବରେ ଏ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ଦେଶରେ ୩,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଚ଼ୀନର ଉହାନରେ ପ୍ରଥମ କରୋନା ରୋଗୀ ଚ଼ିହ୍ନଟ ହୋଇଥିଲା । ସାରା ବିଶ୍ବରେ ଏବେ ଏହି ଭାଇରସ ବ୍ୟାପୁଥିବା ବେଳେ ଏହା ସମ୍ବନ୍ଧରେ କିଛି ଆବଶ୍ୟକୀୟ ବିଷୟ ଜାଣିବା ସହ ନିଜକୁ ସୁରକ୍ଷିତ ରଖିବା ଅତି ଆବଶ୍ୟକ । ୟୁନିସେଫ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏଥି ପାଇଁ କଣ କରିବା ଆବଶ୍ୟକ ତାହା ମଧ୍ୟ ଜାଣନ୍ତୁ ।

ଏହି ଭାଇରସ କେମିତି ବ୍ୟାପେ?

କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ସହ ସିଧାସଳଖ ମିଶିବା, ତାଙ୍କ ନିଶ୍ୱାସ ବା ଲାଳ ଓ ରକ୍ତ ଆଦିର ସଂସ୍ପର୍ଶରେ ଆସିବା ଓ ଭାଇରସ ଥିବା ସ୍ଥାନ ବା ବ୍ୟକ୍ତିଙ୍କୁ ଛୁଇବା ଦ୍ବାରା ବ୍ୟାପିଥାଏ । ଏହି ଜୀବାଣୁ (ସିଓଭିଆଇଡି-୧୯) ଅନେକ ସମୟ ଧରି ବାହାରେ ବଞ୍ଚିପାରେ, ମାତ୍ର ଏହାକୁ ସାଧାରଣ ଜୀବାଣୁନାଶକ ଔଷଧ ବା ପ୍ରତିକାରାତ୍ମକ ପଦାର୍ଥ ଦ୍ବାରା ମାରି ଦିଆଯାଇପାରେ ।

ଏହି ଭାଇରସର ଲକ୍ଷଣ କଣ ?

କରୋନା ଭାଇରସର ଲକ୍ଷଣ ମଧ୍ୟରେ ଜ୍ବର, କାଶ ଓ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ଅର୍ନ୍ତଭୁକ୍ତ । ଅଧିକ ଗୁରୁତର ଭାବେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ନିମୋନିଆ କିମ୍ବା ଶ୍ବାସକ୍ରିୟାରେ ଅସୁବିଧା ସୃଷ୍ଟି ହୋଇପାରେ । କ୍ବଚିତ ଏହି ରୋଗ ସାଙ୍ଘାତିକ ହୋଇପାରେ । ଏହି ଲକ୍ଷଣ ଗୁଡିକ ଫ୍ଲୁ୍ ବା ସାଧାରଣ ଥଣ୍ଡାର ଲକ୍ଷଣ ସହିତ ସମାନ ।

କିପରି ସଂକ୍ରମଣରୁ ନିଜକୁ ରକ୍ଷା କରିବେ?

କରୋନା ଭାଇରସ୍‌ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ଚ଼ାରିଟି ସତର୍କତା ଅବଲମ୍ବନ କରିବାକୁ ହେବ ।

  • ସାବୁନ ଓ ପାଣିରେ ବା ଆଲକହଲ ଭିତ୍ତିକ ଦ୍ରବ୍ୟରେ ନିଜ ହାତ ଘଷିକି ବାରମ୍ବାର ଧୁଅନ୍ତୁ ।

  • କାଶିବା ବା ଛିଙ୍କିବା ପୂର୍ବରୁ ନିଜ ପାଟି ଓ ନାକକୁ ଟିସୁ କିମ୍ବା କୌଣସି ସଫା କପଡ଼ାରେ ଢାଙ୍କି ରଖନ୍ତୁ ଓ ତା’ପରେ ସେ ଟିସୁକୁ ଡଷ୍ଟବିନରେ ପକାଇ ଦିଅନ୍ତୁ ।

  • ଥଣ୍ଡା କିମ୍ବା ଫ୍ଲୁ ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହୁନ୍ତୁ ।

  • ଯିଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ଲୋକ ଥଣ୍ଡା, କାଶ, ଛିଙ୍କ ବା ନିଶ୍ବାସରେ ଅସୁବିଧା ଜନିତ ଲକ୍ଷଣ ଅନୁଭବ କରୁଛନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଶୀଘ୍ର ଚ଼ିକିତ୍ସା କରାନ୍ତୁ ।


ହାତ ଧୋଇବେ କିପରି ?

ଚ଼ାଲୁଥିବା ପାଣିରେ ପ୍ରଥମେ ହାତକୁ ଓଦା କରନ୍ତୁ । ଓଦା ହାତରେ ସବୁ ଜାଗାରେ ଲାଗିବା ଭଳି ସାବୁନ ଲଗାନ୍ତୁ । ତା’ପରେ ହାତର ସବୁ ଅଂଶକୁ ଭଲଭାବେ ଘଷନ୍ତୁ । ହାତର ଉପର, ତଳ ଓ ଆଙ୍ଗୁଠି ମଧ୍ୟରେ ଓ ନଖ ତଳେ ଅତି କମରେ ୨୦ ସେକେଣ୍ଡ ଘଷନ୍ତୁ । ଚାଲୁଥିବା ପାଣିରେ ପୁଣି ଭଲଭାବେ ହାତ ଧୋଇ ନିଅନ୍ତୁ । ପରେ ଥରେ ମାତ୍ର ବ୍ୟବହାର ହେଉଥିବା ଏକ ସଫା କପଡ଼ା ବା ଟିସୁରେ ହାତ ପୋଛି ନିଅନ୍ତୁ । ଖାଇବା ପୂର୍ବରୁ, ନାକ ପୋଛିବା ବା ଛିଙ୍କିବା ପରେ ହାତ ଭଲ ଭାବରେ ଧୁଅନ୍ତୁ ।

ଯଦି ଆପଣଙ୍କ ଠାରେ କରୋନା ଭାଇରସ ଲକ୍ଷଣ ଥାଏ, ତେବେ କଣ କରିବେ?

ସଙ୍ଗେ ସଙ୍ଗେ ଡାକ୍ତରଙ୍କ ଦେଖାଇବା ଦରକାର । କିନ୍ତୁ ମନେରଖିବା ଦରକାର ଯେ ଏହା ଏକ ସାଧାରଣ ଜ୍ବର, ଛିଙ୍କ, କାଶ ଓ ଥଣ୍ଡା ଭଳି ହୋଇଥାଏ । ନିୟମିତ ହାତ ଧୋଇବା ସହିତ ସଂକ୍ରମିତ ବ୍ୟକ୍ତିଙ୍କୁ ସମୟ ଅନୁସାରେ ଟୀକା ଦିଅନ୍ତୁ । ଏହା ଫଳରେ ଆପଣ ଏବଂ ଆପଣଙ୍କ ପିଲା ଅନ୍ୟ ଜୀବାଣୁ ଓ ଜୀବାଣୁଜନିତ ରୋଗରୁ ରକ୍ଷା ପାଇପାରିବେ ।

ଯଦି ଆପଣ ବା ଆପଣଙ୍କ ପିଲାଙ୍କ ଠାରେ ଏହି ଭାଇରସର ଲକ୍ଷଣ ଦେଖାଦେଇଛି, ତେବେ ଅନ୍ୟମାନଙ୍କ ସହ ନ ମିଶିବା ସହିତ ସ୍କୁଲ, କର୍ମକ୍ଷେତ୍ର, ରେଳ ଷ୍ଟେସନ ଭଳି ସର୍ବସାଧାରଣ ସ୍ଥାନକୁ ଯାଆନ୍ତୁ ନାହିଁ ।
First published: March 4, 2020, 7:57 PM IST