ମଣିଷଙ୍କ ପରି ପଶୁମାନଙ୍କୁ ଦିଆଯିବ କରୋନା ଟିକା ଆନକୋଭାକ୍ସ

ମଣିଷମାନଙ୍କ ପରି ପଶୁମାନଙ୍କୁ ମଧ୍ୟ କରୋନା ଟିକା ଦିଆଯିବ। ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଦେଶର ପ୍ରଥମ କୋଭିଡ଼ ଟିକା ଆନକୋଭାକ୍ସକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲଞ୍ଚ କରିଛନ୍ତି ।

ପଶୁମାନଙ୍କୁ ଦିଆଯିବ ଆନକୋଭାକ୍ସ (ପ୍ରତୀକାତ୍ମକ ଛବି)

ପଶୁମାନଙ୍କୁ ଦିଆଯିବ ଆନକୋଭାକ୍ସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପଶୁମାନଙ୍କୁ ଦିଆଯିବ କରୋନା ଟିକା। ମଣିଷମାନଙ୍କ ପରି ପଶୁମାନଙ୍କୁ ମଧ୍ୟ କରୋନା ଟିକା ଦିଆଯିବ। ଗୁରୁବାର ଦିନ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଦେଶର ପ୍ରଥମ କୋଭିଡ଼ ଟିକା ଆନକୋଭାକ୍ସକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲଞ୍ଚ କରିଛନ୍ତି ।

ଏହି ଟିକାକୁ ହରିୟାଣାସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧିନସ୍ଥ ଜାତୀୟ ଅଶ୍ବ ଗବେଷଣା କେନ୍ଦ୍ର ପକ୍ଷରୁ ବିକଶିତ କରାଯାଇଛି । ଏହି ଟିକା ପଶୁମାନଙ୍କୁ ଆକ୍ରାନ୍ତ କରୁଥିବା ଉଭୟ ଡେଲଟା ଓ ଓମିକ୍ରନ ଭାରିଆଣ୍ଟକୁ ନଷ୍ଟ କରିବ। ଏହା କୁକୁର, ସିଂହ, ଚିତା, ଠେକୁଆ, ମୂଷା ଆଦି ପଶୁମାନଙ୍କ ପାଇଁ ସୁରକ୍ଷିତ ବୋଲି ଆଇସିଏଆର ପକ୍ଷରୁ କୁହାଯାଇଛି ।

କୁକୁରମାନଙ୍କ ଆଣ୍ଟିବଡ଼ି ପରୀକ୍ଷା କରିବା ପାଇଁ ସୁରା ଏଲିସା କିଟ ନାମକ ଏକ ଟେଷ୍ଟିଂ କିଟ ପ୍ରସ୍ତୁତ କରାଯାଇଛି । ପ୍ରଥମ ଥର ପାଇଁ ଏପରି ଏକ ଟେଷ୍ଟି କିଟ ପ୍ରସ୍ତୁତ କରାଯାଇଛି । ଏହାକୁ ଅନ୍ୟ କେତେକ ଗୃହପାଳିତ ପଶୁଙ୍କ ଶରୀରରେ ବ୍ୟବହାର କରାଯାଇପାରିବ । ଏହାର ପ୍ୟାଟେଣ୍ଟ ପାଇଁ ଆବେଦନ କରାଯାଇଛି ବୋଲି ଆଇସିଏଆର ପକ୍ଷରୁ କୁହାଯାଇଛି ।
Published by:Soumya Das
First published: