News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ଓ ଚାଇନିଜ୍ ସୈନ୍ୟମାନେ ନିକଟରେ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଲାଇନରେ ମୁହାଁମୁହିଁ ହୋଇଛନ୍ତି । ଏହା ସଙ୍କେତ ଦେଇଛି ଯେ ୨୦୧୭ର ଡୋକଲାମ ଘଟଣା ପରେ ଏହି ମୁକାବିଲା ସବୁ ଠାରୁ ବଡ଼ ସାମରିକ ଘଟଣା ହୋଇପାରେ ।
ଭାରତୀୟ ସେନା ବାହିନୀ ପାଇଁ ସବୁ ଠାରୁ ବଡ ଚିନ୍ତା ହେଉଛି ଗାଲୱାନ୍ ଉପତ୍ୟକାର ଡାରବୁକ୍-ଶାୟୋକ-ଦୌଲତ ବେଗ୍ ଓଲଡି ରାସ୍ତାରେ ଥିବା ଭାରତୀୟ ପୋଷ୍ଟ KM120 ସମେତ ଅନେକ ପ୍ରମୁଖ ସ୍ଥାନରେ ଚୀନ୍ ସୈନ୍ୟଙ୍କ ଉପସ୍ଥିତି । ‘‘ଏହା ଏକ ଗୁରୁତର ଘଟଣା । ଏହା କୌଣସି ସାଧାରଣ ପ୍ରକାରର ଅପରାଧ ନୁହେଁ,’’ କହିଛନ୍ତି ଉତ୍ତର କମାଣ୍ଡର ପୂର୍ବତନ ସେନାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଡିଏସ ହୁଡା ।
ସୂତ୍ରରୁ ପ୍ରକାଶ ଯେ ଦୁଇ ଦେଶର ସୈନ୍ୟ ବାହିନୀ ମଧ୍ୟରେ ବଢ଼ୁଥିବା ତିକ୍ତତାକୁ ଦୂର କରିବା ପାଇଁ କୂଟନୈତିକ ପ୍ରୟାସକୁ ବ୍ୟାପକ କରାଯିବା ଆବଶ୍ୟକ । ବେଶ୍ କିଛି ଦିନ ହେଲା ପାଙ୍ଗୋଙ୍ଗ ସୋ, ଡେମୋଚୋକ ଓ ଦୌଲତ ବେଗ ଓଲଡି ସମେତ ଅନେକ ସ୍ଥାନରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇ ରହିଛନ୍ତି ।

ଭାରତ ଓ ଚୀନ ମଧ୍ୟରେ ଛଅ ଥର ବୈଠକ ପରେ ବି ସୀମା ବିବାଦ ଜାରି ରହିଛି ।
ଗତ ଦୁଇ ସପ୍ତାହରେ ଚୀନ୍ ଗାଲୱାନ୍ ଉପତ୍ୟକାରେ ନିଜର ଉପସ୍ଥିତିକୁ ଅଧିକ ଦୃଢ଼ କରିଛି ଓ ପ୍ରାୟ ୧୦୦ଟି ତମ୍ବୁ ସ୍ଥାପନ କରି ବଙ୍କର ନିର୍ମାଣ ପାଇଁ ଭାରୀ ଯନ୍ତ୍ରପାତି ଆଣି ରଖିଛି । ସୂତ୍ରରୁ ପ୍ରକାଶ ଯେ ଡେମଚୋକ ଓ ଦୌଲତ ବେଗ ଓଲଡି ସମେତ ଅନେକ ସମ୍ବେଦନଶୀଳ ଅଞ୍ଚଳରେ ଭାରତୀୟ ସୈନ୍ୟମାନେ ଆକ୍ରମଣାତ୍ମକ ପାଟ୍ରୋଲିଂ କରୁଛନ୍ତି ।
ମେ ୫ ତାରିଖ ସନ୍ଧ୍ୟାରେ ପୂର୍ବ ଲଦାଖରେ ପ୍ରାୟ ୨୫୦ ଚୀନ୍ ଓ ଭାରତୀୟ ସୈନିକ ହିଂସାତ୍ମକ ମୁହାଁମୁହିଁ ହେବା ପରେ ସ୍ଥିତି ବିଗିଡ଼ି ଯାଇଥିଲା । ପର ଦିନ ଦୁଇ ସ୍ଥାନୀୟ ସେନା କମାଣ୍ଡର ସ୍ତରରେ ଏକ ବୈଠକ ପରେ ଉଭୟ ପକ୍ଷ ମୁହାଁମୁହିଁ ହେବାରୁ ନିବୃତ ହେବେ ବୋଲି ରାଜି ହୋଇଥିଲେ । ଏହି ହିଂସାରେ ୧୦୦ରୁ ଅଧିକ ଭାରତୀୟ ଓ ଚାଇନିଜ୍ ସୈନିକ ଆହତ ହୋଇଥିଲେ ।
ଭାରତ-ଚୀନ୍ ସୀମା ବିବାଦ ୩,୪୮୮ କିଲୋମିଟର ଲମ୍ବା LAC ଉପରେ ଆଧାରିତ । ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ଦାବି କରୁଥିବା ବେଳେ ଭାରତ ଏହାକୁ ବିରୋଧ କରିଆସୁଛି । ସୀମା ପ୍ରସଙ୍ଗର ଚୂଡ଼ାନ୍ତ ସମାଧାନ ହେବା ପୂର୍ବରୁ ସୀମାରେ ଶାନ୍ତି ବଜାୟ ରଖିବା ଆବଶ୍ୟକ ବୋଲି ଉଭୟ ପକ୍ଷ ମତ ଦେଇଛନ୍ତି ।
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।
ଏହା ବି ପଢ଼ନ୍ତୁ:
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।