Covid19: ହେଲ୍ପର ଓ କିଲର T ସେଲ କ'ଣ; ଏହା କରୋନାକୁ କିପରି ପ୍ରତିହତ କରିପାରିବ

କୋଭିଡ଼ ବିରୋଧରେ ପ୍ରତିରୋଧକ ଶକ୍ତି ଭାବେ T ସେଲ ଦୀର୍ଘ ସମୟ ପାଇଁ କାମ କରିପାରିବ। ଶରୀରରେ ଆରମ୍ଭ ହୋଇଥିବା ସଂକ୍ରମଣକୁ ନଷ୍ଟ କରିବାରେ T ସେଲ ସାହାଯ୍ୟ କରିଥାଏ।

T ସେଲ କରୋନା ପ୍ରତିହତ କରିବାରେ ସାହାଯ୍ୟ କରିବ(ପ୍ରତୀକାତ୍ମକ ଛବି)

T ସେଲ କରୋନା ପ୍ରତିହତ କରିବାରେ ସାହାଯ୍ୟ କରିବ(ପ୍ରତୀକାତ୍ମକ ଛବି)

  • Share this:
Newe18 Odia Digital

ନୂଆ ଦିଲ୍ଲୀ:  ଏପର୍ଯ୍ୟନ୍ତ କରୋନା ଜୀବାଣୁ ବିଷୟରେ ସମସ୍ତ ରହସ୍ୟ ପ୍ରକାଶ ପାଇ ନାହିଁ। କୋଭିଡ଼ ସହ ଜଡ଼ିତ ରହସ୍ୟ ସମାଧାନ କରିବାରେ ବିଶ୍ୱର ଅନେକ ଅନୁସନ୍ଧାନକାରୀ ନିୟୋଜିତ ଅଛନ୍ତି। ଏଭଳି ପରିସ୍ଥିତିରେ ଟିକା ଆସିବା ପରେ କିଛି ମାତ୍ରାରେ ଆରାମ ମିଳିଥିଲା। କିନ୍ତୁ କରୋନାର ଲହର ହେତୁ ଟିକା ଉପରେ କେତେ ମାତ୍ରାରେ ନିର୍ଭର କରିହେବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟିକରୁଛି। କରୋନାର ନୂଆ ଭରିଆଣ୍ଟ ଟିକାର ପ୍ରଭାବ କମ କରିଦେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ନିକଟରେ ହୋଇଥିବା ଏକ ଅଧ୍ୟୟନ କିଛି ମାତ୍ରାରେ ଚିନ୍ତା ଦୂର କରିବାରେ ସାହାଯ୍ୟ କରିଛି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟରେ ଏହି ଅନୁସନ୍ଧାନର ଉଦ୍ଦେଶ୍ୟରେ କୁହାଯାଇଛି ଯେ କୋଭିଡ଼ ବିରୋଧରେ ପ୍ରତିରୋଧକ ଶକ୍ତି ଭାବେ T ସେଲ ଦୀର୍ଘ ସମୟ ପାଇଁ କାମ କରିପାରିବ।ତେବେ ଏହି T ସେଲ କଣ ଓ ଏହା କିପରି କରୋନାର ପ୍ରତିରୋଧ କରିପାରିବ।

ଘାତକ ଓ ସହାୟକ T ସେଲ  କ’ଣ?

ଆଣ୍ଟିବଡ଼ି ବ୍ୟତୀତ T ସେଲ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଏକ ଶକ୍ତି ତିଆରି କରେ ଯାହା ଜୀବାଣୁକୁ ଟାର୍ଗେଟ କରିପାରେ। ଏଥି ମଧ୍ୟରୁ କେତେକକୁ ଘାତକ T ସେଲ କୁହାଯାଏ, ଯାହା ସଂକ୍ରମିତ ଜୀବାଣୁ କୋଷଗୁଡ଼ିକୁ ନଷ୍ଟ କରିଦିଏ। ପ୍ରତିରକ୍ଷା ପ୍ରଣାଳୀ ସହିତ ଜଡ଼ିତ କାର୍ଯ୍ୟ ପାଇଁ ହେଲ୍ପର T ସେଲ କାର୍ଯ୍ୟ କରେ। ଏହି କୋଷଗୁଡ଼ିକ ଆଣ୍ଟିବଡି ଓ ଘାତକ T କୋଷ ଉତ୍ପାଦନ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ।

T ସେଲ ସଂକ୍ରମଣରୁ ରକ୍ଷା କରିପାରିବ କି?

T ସେଲ ସଂକ୍ରମଣକୁ ପ୍ରତିରୋଧ କରେ ନାହିଁ, କାରଣ ଶରୀରରେ ଜୀବାଣୁ ପ୍ରବେଶ କରିବା ପରେ ସେଗୁଡ଼ିକ ସକ୍ରିୟ ହୋଇଯାଏ। କିନ୍ତୁ ଆରମ୍ଭ ହୋଇଥିବା ସଂକ୍ରମଣକୁ ନଷ୍ଟ କରିବାରେ T ସେଲ ସାହାଯ୍ୟ କରିଥାଏ।

ବିଭିନ୍ନ ପ୍ରକାର ଭରିଆଣ୍ଟ କ’ଣ?

ଇମ୍ୟୁନୋଲୋଜିଷ୍ଟ ଆଲେଜାଣ୍ଡ୍ରୋ ସେଟ ଜାଣିବାକୁ ପାଇଛନ୍ତି ଯେ ଆଣ୍ଟିବଡ଼ି ଅପେକ୍ଷା T ସେଲ ବିଭିନ୍ନ ଭାରିଆଣ୍ଟ ଦ୍ୱାରା  ସୃଷ୍ଟି ହୋଇଥିବା କ୍ଷତିକୁ ପ୍ରତିରୋଧ କରିପାରେ।  ସେଟ ଓ ତାଙ୍କ ସହକର୍ମୀମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ SARS-CoV-2 ଦ୍ୱାରା ସଂକ୍ରମିତ ଲୋକମାନେ ସାଧାରଣତଃ T ସେଲ ତିଆରି କରନ୍ତି ଯାହା କରୋନା ଭାଇରସ ପ୍ରୋଟିନକୁ ନଷ୍ଟ କରିବା ପାଇଁ ଅତି କମରେ ୧୫-୨୦ଟି ବିଭିନ୍ନ ଫ୍ରିଜମେଣ୍ଟକୁ ନେଇ ଟାର୍ଗେଟ କରିଥାଏ।

ସମୟ ସହିତ ଟିକାର ପ୍ରଭାବ ହ୍ରାସ ପାଇବ କି?

ହ୍ଵାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡକ୍ଟର ଆନ୍ଥୋନୀ ଫାଉଚି କହିଛନ୍ତି ଯେ କୋଭିଡ଼ ଟିକାର ପ୍ରଭାବ ସମୟ ସହିତ ହ୍ରାସ ପାଇବ।ଯେଉଁଥି ପାଇଁ ବୁଷ୍ଟର ଡୋଜ ଆବଶ୍ୟକ ରହିଛି। ତଥାପି କିଏ ଓ କେବେ ବୁଷ୍ଟର ଡୋଜ ଆବଶ୍ୟକ ହେବ ସେନେଇ ଅନେକ ଗବେଷଣା ଚାଲିଛି। ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମୃଦ୍ଧ ଓ  ଗରିବ ଦେଶମାନଙ୍କ ମଧ୍ୟରେ ଟିକା ବଣ୍ଟନରେ ପାର୍ଥକ୍ୟ ବୃଦ୍ଧି ଯୋଗୁଁ ସେପ୍ଟେମ୍ବର ସୁଦ୍ଧା ହୋଇଥିବା କୋଭିଡ଼ ଟିକା ବୁଷ୍ଟର ଉପରେ ମାରାଟୋରିୟମ ଆହ୍ୱାନ ଦେଇଥିଲେ।  ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ ଗେବ୍ରେଏସସ ଯୋଗାଣକୁ ନିୟନ୍ତ୍ରଣ କରୁଥିବା ଦେଶ ଓ କମ୍ପାନୀଗୁଡ଼ିକୁ ଗରିବ ଦେଶକୁ ଅଧିକ ଟିକା ସୁନିଶ୍ଚିତ କରିବାକୁ କହିଥିଲେ।
Published by:Soumya Das
First published: