ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!

ପଶ୍ଚିମ ବଙ୍ଗରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଛୁଇଁବା ଉପରେ ହେଲାଣି । ଅନେକ ଲୋକ କହିଛନ୍ତି ଯେ କରୋନା ରୋଗୀଙ୍କ ପରିବାରକୁ ଶୋଷଣ କରିବା ପାଇଁ ଘରୋଇ ଡାକ୍ତରଖାନାମାନେ ଏହି ମହାମାରୀକୁ ଏକ ସୁଯୋଗ ଭାବେ ବ୍ୟବହାର କରୁଛନ୍ତି ।

ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!
କୋଲକାତାରେ ଏକ ରାସ୍ତାରେ ମାସ୍କ ବିଷୟରେ ଲାଗିଥିବା ସଚେତନତା ବାର୍ତ୍ତା
  • News18 Odia
  • Last Updated: August 10, 2020, 11:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗରେ (West Bengal) କରୋନା ଭାଇରସ୍‌ (Coronavirus) ସଂକ୍ରମଣ ମାମଲା ଲଗାତର ବଢ଼ିବାରେ ଲାଗିଥିବାରୁ ରାଜ୍ୟର ସାମାଜିକ ଓ ରାଜନୈତିକ ସ୍ଥିତି ଉତ୍ତେଜନାତ୍ମକ ହୋଇ ରହିଛି । ରାଜ୍ୟରେ କୋଭିଡ-୧୯ (COVID-19) ସଂକ୍ରମିତ ଲୋକଙ୍କ ସଂଖ୍ୟା ଏକ ଲକ୍ଷ ଛୁଇଁବା ଉପରେ ହେଲାଣି । ଏହି ସଙ୍କଟମୟ ପରିସ୍ଥିତିରେ କେତେକ ଘରୋଇ ଡାକ୍ତରଖାନା ରୋଗୀମାନଙ୍କୁ ଅଧିକ ଚାର୍ଜ କରୁଥିବା ନେଇ ଅନେକ ଅଭିଯୋଗ ଆସିଛି ।

ଅନେକ ଲୋକ ଦାବି କରିଛନ୍ତି ଯେ କୋଭିଡ-୧୯ ରୋଗୀଙ୍କ ପରିବାରକୁ ଶୋଷଣ କରିବା ପାଇଁ ଘରୋଇ ଡାକ୍ତରଖାନା ଏହି ମହାମାରୀ ସଙ୍କଟକୁ (pandemic crisis) ଏକ ଉପଯୁକ୍ତ ସୁଯୋଗ ଭାବରେ ବ୍ୟବହାର କରୁଛନ୍ତି । ନିକଟରେ କୋଭିଡ-୧୯ ଚିକିତ୍ସା ପାଇଁ ଜଣେ ରୋଗୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ସୂଚନା ଦେଉଥିବା ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ରାଖୀ ମିତ୍ର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ଲେଖି ପୋଷ୍ଟ କରି କହିଛନ୍ତି, ‘‘କୋଲକାତାର ଘରୋଇ ଡାକ୍ତରଖାନା!! ଆଚ୍ଛା, ମାନନୀୟ, ଆପଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ କଣ କରୁଛନ୍ତି? ଆପଣ ପଶ୍ଚିମ ବଙ୍ଗ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ନିୟାମକ ଆୟୋଗର ଚେୟାରମ୍ୟାନ୍ ନୁହଁନ୍ତି କି?’’

ଦେଖନ୍ତୁ ରାଖୀ ମିତ୍ରଙ୍କ ଭିଡିଓ:



ଭିଡିଓରେ ସେ ଏପରି କିଛି ଘଟଣା ବିଷୟରେ କହିଛନ୍ତି ଯେଉଁଥିରେ ଘରୋଇ ହସପିଟାଲମାନେ କୋଭିଡ-୧୯ ରୋଗୀଙ୍କ ପରିବାର ଠାରୁ ଚିକିତ୍ସା ପାଇଁ ବିପୁଳ ପରିମାଣର ଅର୍ଥ ଆଦାୟ କରିଛନ୍ତି ।

କୋଲକାତାର ଏକ ହସପିଟାଲର ୧୦.୩୯ ଲକ୍ଷ ଟଙ୍କାର ବିଲ୍


ରାଖୀ ମିତ୍ର କିଛି ଘରୋଇ ହସପିଟାଲର ନାମ ବି ନେଇଛନ୍ତି । ସେ ସୋସିଆଲ ମିଡ଼ିଆରେ ପ୍ରସାରିତ ହେଉଥିବା ସେହି ହସ୍ପିଟାଲର ବିଲ୍ ବିଷୟରେ ବି କହିଛନ୍ତି ଯେଉଁ ହସପିଟାଲ କୋଲକାତାର (Kolkata) ଇ.ଏମ୍‌. ବାଇପାସରେ ଅଛି । ଅଗଷ୍ଟ ୪ ତାରିଖର ସେହି କରୋନା ଭାଇରସ୍‌ ଚିକିତ୍ସାର ବିଲ୍ ଥିଲା ୧୦ ଲକ୍ଷ ୩୯ ହଜାର ଟଙ୍କାର ।

ଏହା ବି ପଢ଼ନ୍ତୁ | Watch: କୁନି ଶିଶୁ ‘ଖଇକେ ପାନ୍ ବନାରସ୍ ୱାଲା’ ଗୀତରେ ନାଚିଲା; ଅମିତାଭ୍‌ ବଚ୍ଚନ ଭିଡିଓ ସେୟାର କଲେ

ଏହା ବି ପଢ଼ନ୍ତୁ | ଭୁବନେଶ୍ୱର: COVID ଚିକିତ୍ସା ବିଷୟରେ ଭୁଲ୍ ତଥ୍ୟର ଅଡ଼ିଓ ଭାଇରାଲ୍ କରି ୨ ଜଣ ଗିରଫ ହେଲେ



ସେହି ଡାକ୍ତରଖାନାର ଜେନେରାଲ୍ ମ୍ୟାନେଜରଙ୍କ ସହ News18 ବଙ୍ଗାଳୀ ଯୋଗାଯୋଗ କରିବାରୁ ସେ କହିଥିଲେ, ‘‘ଆମକୁ ସେହି ମେଡିକାଲ୍ ବିଲିଂ ଉପରେ କୌଣସି ଅଭିଯୋଗ ମିଳିନାହିଁ । ଆମେ ସରକାରଙ୍କ ସବୁ ନିୟମ ପାଳନ କରୁଛୁ । ଆମେ ସରକାରଙ୍କ ସହ ଅଛୁ । ତେଣୁ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇ ପାରିବୁ ନାହିଁ ।’’
Published by: Anand Shankar Thankur Das
First published: August 10, 2020, 11:37 PM IST
corona virus btn
corona virus btn
Loading