News18 Odia Digital
କୋଲକାତା: ପଶ୍ଚିମ ବଙ୍ଗର (West Bengal) ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ବିଷୟରେ ବିବାଦୀୟ ବିବୃତ୍ତି ଦେଇଥିବା ବିଜେପି ନେତା ଅନୁପମ ହାଜରା (Anupam Hazra) କରୋନା ପଜିଟିଭ୍ (COVID-19 Positive) ହୋଇଯାଇଛନ୍ତି । କିଛି ଦିନ ତଳେ ଅନୁପମ ହାଜରା କହିଥିଲେ ଯେ ଯଦି ସେ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୁଅନ୍ତି, ତେବେ ସେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ ଯାହା ଫଳରେ ମମତା କୋଭିଡ-୧୯ ରୋଗୀଙ୍କ ପରିବାରର ଯନ୍ତ୍ରଣା ବୁଝିପାରିବେ । ତାଙ୍କ ବିବୃତିକୁ ତୃଣମୂଳ କଂଗ୍ରେସ (Trinamool Congress) ନେତାମାନେ ଖୁବ୍ ସମାଲୋଚନା କରିଥିଲେ ।
ହାଜରା କହିଥିଲେ, ‘‘ବିଜେପିର କାର୍ଯ୍ୟକର୍ତ୍ତାମାନେ କରୋନା ଭାଇରସ୍ ଠାରୁ ଏକ ବଡ଼ ଶତୃ ବିରୁଦ୍ଧରେ ଲଢ଼ୁଛନ୍ତି । ସେମାନେ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ଲଢ଼ୁଛନ୍ତି । ବିଜେପି କର୍ମୀମାନେ ବିନା ମାସ୍କରେ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ଲଢ଼ିପାରୁଛନ୍ତି ମାନେ ସେମାନେ ମାସ୍କ ନ ପିନ୍ଧି କୋଭିଡ-୧୯ ବିରୁଦ୍ଧରେ ବି ଲଢ଼ିପାରିବେ ।’’
‘‘ମୁଁ ନିଷ୍ପତ୍ତି ନେଇଛି ଯେ ଯଦି ମୁଁ କରୋନା ଭାଇରସରେ ସଂକ୍ରମିତ ହୁଏ ତାହେଲେ ମୁଁ ଯାଇ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବି,’’ କହିଥିଲେ ଅନୁପମ ହାଜରା ।
ଏହା ପୂର୍ବରୁ ଅନୁପମ ହାଜରା ତୃଣମୂଳ କଂଗ୍ରେସରେ (TMC) ଥିଲେ । ସେ ପୂର୍ବରୁ ତୃଣମୂଳ କଂଗ୍ରେସରୁ ସାଂସଦ ନିର୍ବାଚିତ ହୋଇଥିଲେ, ହେଲେ ସେ ଗତ ବର୍ଷ ବିଜେପିରେ ଯୋଗ ଦେଇଥିଲେ । ସେ କହିଥିଲେ ଯେ ପଶ୍ଚିମ ବଙ୍ଗରେ କୋଭିଡ-୧୯ ରୋଗୀଙ୍କ ମୃତ ଦେହର ଯେମିତି ଦାହ କରାଯାଉଛି ତାହା ଭାରି ଦଃଖଦ ।

ପଶ୍ଚିମ ବଙ୍ଗରେ କରୋନା ବ୍ୟାପି ଚାଲିଛି ।
“ସେ (ମମତା ବାନାର୍ଜୀ) ଏହି ରୋଗର ଶିକାର ହୋଇଥିବା ଲୋକଙ୍କ ସହ ଉଚିତ ଢଙ୍ଗରେ ବ୍ୟବହାର କରୁନାହାନ୍ତି । ସେମାନଙ୍କ ମୃତ ଦେହକୁ କିରୋସିନି ଢାଳି ପୋଡ଼ାଯାଉଛି । କୋଭିଡ-୧୯ରେ ଜୀବନ ହରାଉଥିବା ଲୋକଙ୍କ ପୁଅମାନଙ୍କୁ ସେମାନଙ୍କ ମୁହଁ ଦେଖିବାକୁ ଦିଆଯାଉ ନାହିଁ । ଆମେ ତ ମରିଯାଇଥିବା ବିଲେଇ ଓ କୁକୁରମାନଙ୍କ ସହ ବି ଏମିତି ବ୍ୟବହାର କରନ୍ତି ନାହିଁ,’’ କହିଥିଲେ ଅନୁପମ ହାଜରା ।
ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲା; ପଦରୁ ହଟାଗଲେତୃଣମୂଳ କଂଗ୍ରେସର ବରିଷ୍ଠ ନେତା ସୌଗତ ରାୟଙ୍କ ସମେତ ଅନ୍ୟ ନେତାମାନେ ଏହି ବିବୃତିର ଖୁବ୍ ନିନ୍ଦା କରିଥିଲେ । ରାୟ କହିଥିଲେ ଯେ ଏଭଳି ମନ୍ତବ୍ୟ ବିଜେପିର ମାନସିକତାକୁ ପ୍ରତିଫଳିତ କରୁଛି । ତୃଣମୂଳ କଂଗ୍ରେସର ସିଲିଗୁଡ଼ି ୟୁନିଟ୍ ହାଜରାଙ୍କ ବିରୋଧରେ ଏକ ରାଲି କରିଥିଲା ଓ ତାଙ୍କ ବିରୋଧରେ ପୋଲିସରେ ବି ଅଭିଯୋଗ କରିଥିଲା ।
ଉତ୍ତର ବଙ୍ଗଳାର ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଅନୁପମ ହାଜରାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରାଯାଇଛି ଓ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଅନୁରୋଧ କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।