ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ରାଜ୍ୟରେ ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍: ଭୋର୍ ସମୟରେ ମିଳିବ କିଛି କୋହଳତା

ରାଜ୍ୟରେ ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍: ଭୋର୍ ସମୟରେ ମିଳିବ କିଛି କୋହଳତା

କେତେକ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିଛି, ହେଲେ ତାକୁ ଛାଡ଼ି ଅନ୍ୟ ସବୁ କାର୍ଯ୍ୟକଳାପ ବନ୍ଦ ରହିବ। ନାଇଟ୍ କର୍ଫ୍ୟୁ ଓ ସଟଡାଉନକୁ ନେଇ ଲୋକଙ୍କ ମନରେ ଥିବା ଦ୍ଵନ୍ଦ୍ୱକୁ ଦୂର କରିଛନ୍ତି ସରକାର ।

ରାଜ୍ୟରେ ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍: ଭୋର୍ ସମୟରେ ମିଳିବ କିଛି କୋହଳତା
ସ୍ୱତନ୍ତ୍ର ରିଲିଫ କମିଶନର୍ (ଏସ୍.ଆର୍.ସି.) ପ୍ରଦୀପ ଜେନା ସୂଚନା ଦେଉଛନ୍ତି ।
  • News18 Odia
  • Last Updated: April 24, 2021, 1:59 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଶନିବାର ଠାରୁ ସାରା ରାଜ୍ୟର ସହରାଞ୍ଚଳରେ ଲାଗୁ ହେଉଛି ସପ୍ତାହାନ୍ତ ସଟଡାଉନ୍‌ । ଶୁକ୍ରବାର ରାତି ୯ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଥିବା ବେଳେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ, ଆଉ ସକାଳ ୫ଟାରୁ ସୋମବାର ସକାଳ ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବ । କିନ୍ତୁ ଲୋକମାନଙ୍କ କିଛି ଅନୁରୋଧକୁ ମାନି ଶନିବାର ସକାଳ ୫ଟାରୁ ୬ଟା ଓ ରବିବାର ସକାଳ ୫ଟାରୁ ୬ଟା ମର୍ଣ୍ଣିଂ ୱାକ୍‌ ଓ ଯୋଗ ଏବଂ ବ୍ୟାୟାମ ପାଇଁ ଅନୁମତି ଦିଆଯାଇଛି ।

କେତେକ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିଛି, ହେଲେ ତାକୁ ଛାଡ଼ି ଅନ୍ୟ ସବୁ କାର୍ଯ୍ୟକଳାପ ବନ୍ଦ ରହିବ। ନାଇଟ୍‌ କର୍ଫ୍ୟୁ ଓ ସଟଡାଉନକୁ ନେଇ ଲୋକଙ୍କ ମନରେ ଥିବା ଦ୍ଵନ୍ଦ୍ୱକୁ ଦୂର କରିଛନ୍ତି ସରକାର । କର୍ଫ୍ୟୁ ଓ ପଶ୍ଚିମ ବଙ୍ଗରୁ ଫେରୁଥିବା ଲୋକଙ୍କ ପାଇଁ ଜାରି ହୋଇଥିବା କଟକଣା ଉପରେ ସ୍ଥିତି ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର୍‌ ପ୍ରଦୀପ ଜେନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଲକଡାଉନ୍ ରାଜ୍ୟମାନଙ୍କ ପାଇଁ ଶେଷ ବିକଳ୍ପ ହେଉ: କହିଲେ PM ନରେନ୍ଦ୍ର ମୋଦି; ଦେଖନ୍ତୁ VIDEO

‘‘ଯେଉଁମାନେ ପଶ୍ଚିମ ବଙ୍ଗରୁ ଫେରିବେ ସେମାନଙ୍କ ପାଇଁ ୧୪-ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ ହୋଇଛି । ଯେଉଁମାନଙ୍କ ପାଖରେ ୪୮ ଘଣ୍ଟା ପୂର୍ବରୁ ମିଳିଥିବା ଆର୍‌.ଟି.ପି.ସି.ଆର୍‌. ରିପୋର୍ଟ (ନେଗେଟିଭ୍‌) କିମ୍ବା ଦୁଇ ଡୋଜ୍‌ ଟିକା ନେଇଥିବାର ସାର୍ଟିଫିକେଟ୍‌ ଥିବ ସେମାନଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ନୁହେଁ । ଯେଉଁମାନେ ପଶ୍ଚିମ ବଙ୍ଗ ଯାଇ ଓଡି଼ଶା ଫେରିଥିବେ ସେମାନଙ୍କ ପାଇଁ ବି ଏହି ନିୟମ ଲାଗୁ ହେବ,’’ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର୍‌ (ଏସ୍‌.ଆର୍‌.ସି.) ପ୍ରଦୀପ ଜେନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଫେସିଆଲ୍ ଟ୍ରିଟ୍ମେଣ୍ଟ୍ ତାମିଲ୍ ଅଭିନେତ୍ରୀଙ୍କ ମୁହଁ ଖରାପ କରିଦେଲା; PHOTO ଶେୟାର୍ କରି କହିଲେ

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସରକାରଙ୍କୁ ଭାଇରସର ଟ୍ରିପଲ୍‌ ମ୍ୟୁଟାଣ୍ଟ ଭ୍ୟାରିଆଣ୍ଟ୍‌ ଭୟ ଘାରିଛି । ସେଇଥି ପାଇଁ ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ଉପରେ କଟକଣା ଜାରି କରାଯାଇଛି । ଆଇ.ଏଲ୍‌.ଏସ୍‌. ନିର୍ଦେଶକ ଡଃ ଅଜୟ ପରିଡ଼ା କହିଛନ୍ତି ଯେ କରୋନା ଭାଇରସର ମ୍ୟୁଟେସନ୍‌ ହେବା ସ୍ବାଭାବିକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଦକ୍ଷିଣ ସିନେମାର ସୁପର୍ଷ୍ଟାର୍ ବେଦିକା କୁମାର୍ନିଜ ସୌନ୍ଦର୍ଯ୍ୟ ସହ ବୋଲ୍ଡ ଫଟୋସୁଟ୍ ପାଇଁ ଜଣାଶୁଣା

‘‘ମ୍ୟୁଟେସନ ନାଁରେ କିଛି ଯଥାର୍ଥତା ନାହିଁ। ଭାଇରସର ମ୍ୟୁଟେସନ୍‌ ଜାଣିବା ପାଇଁ ପଜିଟିଭ୍‌ ଲୋକଙ୍କଠାରୁ ୫ ପ୍ରତିଶତ ସାମ୍ପଲ୍ ନେଇ ଜିନମ୍‌ ସିକ୍ୟୁଏନ୍ସ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୩ ହଜାର ଜିନମ୍‌ ସିକ୍ୟୁଏନ୍ସ କରାଯାଇଛି । ଓଡ଼ିଶା ଆଇ.ଏଲ୍‌.ଏସ୍‌.ରେ ୪୮୫ଟି କରାଯାଇଛି । ମାର୍ଚ୍ଚ ପୂର୍ବରୁ ହୋଇଥିବା ଏହି ଜିନମ ସିକ୍ୟୁଏନ୍ସରେ ୪-୫ ପ୍ରତିଶତ ୟୁକେ ଭ୍ୟାରିଆଣ୍ଟ, ୩-୪ ପ୍ରତିଶତ ଡବଲ୍‌ ମ୍ୟୁଟାଣ୍ଟ ବାହାରିଛି । ଇଣ୍ଟରନାସନାଲ୍‌ ଟ୍ରାଭେଲରଙ୍କ ସମେତ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ନେବା ପରେ ବି ପଜିଟିଭ୍‌ ହୋଇଥିବା ବ୍ୟକ୍ତି ବି ଏଥିରେ ଅଛନ୍ତି,’’ କହିଛନ୍ତି ଡଃ ପରିଡ଼ା ।

ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

ମାର୍ଚ୍ଚ ମାସ ପୂର୍ବରୁ ଓଡ଼ିଶାରେ ଜିନମ୍‌ ଆନଲସିସ ହୋଇଥିବା ୪୮୫ଟି ସାମ୍ପଲରୁ ୨୪ଟି ୟୁକେ ଭ୍ୟାରିଆଣ୍ଟ ଓ ୨୨ଟି ଡବଲ୍‌ ମ୍ୟୁଟାଣ୍ଟ ବାହାରିଛି ବୋଲି ସେ କହିଛନ୍ତି । ‘‘ଏପ୍ରିଲରେ ପୁଣି ଅନାଲିସିସ ଚାଲିଛି । ଓଡ଼ିଶାରେ ୧୫୦-୧୬୦ଟି ସ୍ୟାମ୍ପଲ୍‌ ସଂଗ୍ରହ କରାଯାଇଛି । ଟ୍ରିପୁଲ ମ୍ୟୁଟାଣ୍ଟ ଭ୍ୟାରିଆଣ୍ଟ୍‌ ଏତେ ପରିମାଣରେ ଆସି ନ ଥିଲେ ବି ଏହା କେବଳ ପଶ୍ଚିମ ବଙ୍ଗରେ ଦେଖାଯାଇଛି । ଏହାର ସଂକ୍ରମଣ କ୍ଷମତା ଅନାଲସିସ ପରେ ଜଣାପଡି଼ବ,’’ ସେ କହିଛନ୍ତି ।



କରୋନା ଭାଇରସର ବିଭିନ୍ନ ଭ୍ୟାରିଆଣ୍ଟ୍‌ ଦେଖାଯାଉଥିବାରୁ କେଉଁ ମ୍ୟୁଟେସନ୍‌ କେତେ ଚିନ୍ତାର କାରଣ ତାହା ଅନୁଶୀଳନ କରାଯାଉଛି । ଟ୍ରିପଲ୍‌ ମ୍ୟୁଟେସନ୍‌ ଏବେ ଚିନ୍ତାର କାରଣ ସାଜିଛି । ପଶ୍ଚିମ ବଙ୍ଗରେ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ପଶ୍ଚିମ ବଙ୍ଗରୁ ଫେରିଥିବା ବ୍ୟକ୍ତି ଅନ୍ୟକୁ ସଂକ୍ରମଣ ନ କରିବା ଏହାର ଉଦ୍ଧେଶ୍ୟ । ମ୍ୟୁଟେସନ୍‌ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।
Published by: Anand ST Das
First published: April 23, 2021, 9:39 PM IST