ଆଜିଠୁ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହେଲା; ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରହିବ

ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସବୁ ଦୋକାନ, ବଜାର, ହାଟ ଓ ସାଧାରଣ ଲୋକଙ୍କ ଚଳପ୍ରଚଳ ବନ୍ଦ ରହିବ । ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ତାକୁ ରୋକିବାକୁ ସପ୍ତାହାନ୍ତ ସଟଡାଉନ୍ ଜାରି କରାଯାଇଛି ।

ଆଜିଠୁ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହେଲା; ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରହିବ
ରେଳ ଷ୍ଟେସନ (ଛବିରେ) ପରି ଜନଗହଳିପୂର୍ଣ୍ଣ ସ୍ଥାନରେ କଡ଼ାକଡି଼ ଚେକିଂ କରିବାକୁ ପ୍ରସ୍ତୁତ ହୋଇଛି ବି.ଏମ୍.ସି.।
  • News18 Odia
  • Last Updated: April 23, 2021, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଶନିବାରଠାରୁ ଆରମ୍ଭ ହୋଇଛି ସପ୍ତାହାନ୍ତ ସଟଡାଉନ୍‌ । ଶନିବାର ସକାଳ ୫ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ଔଷଧ ଦୋକାନ ଓ ମେଡିକାଲ ସମ୍ବନ୍ଧୀୟ ଦୋକାନ, କ୍ଷୀର ବୁଥ୍‌, ଖାଦ୍ୟର ହୋମ୍‌ ଡେଲିଭରି, ରେଳ ଓ ବିମାନ ଯାତ୍ରୀଙ୍କୁ ଛାଡି଼ ହାଟବଜାର ଓ ଅନ୍ୟାନ୍ୟ ଦୋକାନ ସବୁ ବନ୍ଦ ରହିବ ।

ସପ୍ତାହାନ୍ତ ସଟଡାଉନ୍‌ ସମୟରେ ପଶ୍ଚିମ ବଙ୍ଗ ରୁ ଆସୁଥିବା ଯାତ୍ରୀଙ୍କ ଉପରେ ରହିବ ବିଶେଷ ନଜର । ଏୟାରପୋର୍ଟ୍‌ ଓ ରେଳ ଷ୍ଟେସନ ଉପରେ ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି.) ପକ୍ଷରୁ କଡ଼ା ନଜର ରଖାଯାଉଛି । ଶୁକ୍ରବାର ରାତି ୯ଟାରୁ ଆରମ୍ଭ ହୋଇଥିବା ନାଇଟ୍‌ କର୍ଫ୍ୟୁ ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ରହିବ । ସକାଳ ୫ଟାରୁ ଆରମ୍ଭ ହେବ ସପ୍ତାହାନ୍ତ ସଟଡାଉନ, ଯାହା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସବୁ ଦୋକାନ, ବଜାର, ହାଟ ଓ ସାଧାରଣ ଲୋକଙ୍କ ଚଳପ୍ରଚଳ ବନ୍ଦ ରହିବ । ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସପ୍ତାହାନ୍ତ ସଟଡାଉନ୍‌ ଜାରି କରାଯାଇଛି । ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲାରେ ୯୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ବି.ଏମ୍‌.ସି. ପାଇଁ ଚିନ୍ତାର କାରଣ ପାଲଟିଛି । ନାଇଟ୍‌ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନକୁ କଡ଼ାକଡି଼ ପାଳନ କରିବାକୁ ବି.ଏମ୍‌‌.ସି. କମିଶନର ଲୋକଙ୍କୁ ଅନୁରୋଧ କରିଥିବା ବେଳେ ସାଧାରଣ ଜନତା ହଇରାଣ ହେବେ ବୋଲି ଭୟ କରୁଛନ୍ତି ।

ଭୁବନେଶ୍ୱର ରେଳ ଷ୍ଟେସନରେ ଚେକିଂ ବ୍ୟବସ୍ଥା କଡ଼ାକଡି଼ ହୋଇଛି ।


ଏହା ବି ପଢ଼ନ୍ତୁ | COVID ଚିକିତ୍ସା ପାଇଁ ନୂଆ ଔଷଧଭିରାଫିନ୍କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

‘‘ଲୋକେ ସରକାରଙ୍କ ଗାଇଡ଼ଲାଇନ ମାନନ୍ତୁ । ଏ ଥର ଆମେ ଅନେକଗୁଡି଼ଏ କୋହଳତା ଦେଇଛୁ । ଆତ୍ୟବଶ୍ୟକ ସାମଗ୍ରୀର ଦୋକାନ ସବୁ ଖୋଲା ରହିବ, କିନ୍ତୁ ମୁଁ ଅନୁରୋଧ କରିବି ଅଯଥା ବାହାରକୁ ବାହାରନ୍ତୁ ନାହିଁ । ସଟଡାଉନ୍‌ କରୋନା ଚେନକୁ ବ୍ରେକ୍‌ କରିବ ବୋଲି ଆମେ ଆଶା କରୁଛୁଁ,’’ କହିଛନ୍ତି ବି.ଏମ୍.ସି. କମିଶନର୍‌ ପ୍ରେମଚନ୍ଦ୍ର ଚୌଧୁରୀ ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

ପଶ୍ଚିମ ବଙ୍ଗ ଫେରନ୍ତାମାନେ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ସେଥି ପ୍ରତି ବି.ଏମ୍‌.ସି. ସଜାଗ ରହିଛି । ଏୟାରପୋର୍ଟ୍‌ ଓ ରେଳ ଷ୍ଟେସନରେ ମୁତୟନ ହୋଇଛନ୍ତି ବି.ଏମ୍‌.ସି.ର କର୍ମଚାରୀମାନେ । ପଶ୍ଚିମ ବଙ୍ଗରୁ ଭୁବନେଶ୍ୱର ଦେଇ ପ୍ରତି ଦିନ ୩୦ଟି ଟ୍ରେନ୍‌ ଯାତାୟାତ କରୁଛି । ସେଥିରୁ ନଅଟି ଟ୍ରେନରେ ୫,୦୦୦ରୁ ୭,୦୦୦ ଯାତ୍ରୀ ଭୁବନେଶ୍ୱର ଷ୍ଟେସନରୁ ଯିବା ଆସିବା କରୁଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ପଶ୍ଚିମ ବଙ୍ଗରେ ଦେଖାଦେଇଥିବା କରୋନା ଭାଇରସର ଟ୍ରିପଲ୍‌ ମ୍ୟୁଟାଣ୍ଟକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଯାଞ୍ଚକୁ କଡ଼ାକଡି଼ କରାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ବି.ଏମ୍‌.ସି. ସହ ସମନ୍ୱୟ ରକ୍ଷା କରି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକୀୟ ବ୍ୟବସ୍ଥା କରିଛି ରେଳବାଇ । ୬ ନମ୍ବର ପ୍ଲାଟଫର୍ମ ବନ୍ଦ ଥିବା ବେଳେ ୧ ନମ୍ବର ପ୍ଲାଟଫର୍ମ ଦେଇ ପ୍ରବେଶ ଓ ପ୍ରସ୍ଥାନ କରୁଛନ୍ତି ଯାତ୍ରୀମାନେ । ତେଣୁ ଉଭୟ ଫାଟକରେ ବି.ଏମ୍‌.ସି.ର ସ୍ୱତନ୍ତ୍ର ଟିମ ଓ ଆର୍‌.ପି.ଏଫ୍‌. କର୍ମୀମାନେ ନିୟୋଜିତ ଅଛନ୍ତି । ସେମାନଙ୍କ ନଜର ମୁଖ୍ୟତଃ ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ଉପରେ ରହିଛି । ପଶ୍ଚିମ ବଙ୍ଗରୁ ଫେରୁଥିବା ଲୋକଙ୍କ ପାଇଁ କରୋନା ନେଗେଟିଭ୍‌ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

ଏହା ବି ପଢ଼ନ୍ତୁ | ଜାମିନ୍ ପାଇବା ପରେ ବି ଜେଲରୁ ମୁକୁଳି ପାରିନାହାନ୍ତି ଲାଲୁ; ଝିଅ ରଖୁଛି ରୋଜା, ମାଦୁର୍ଗାଙ୍କ ପୂଜା କରୁଛି

‘‘ଭୁବନେଶ୍ୱର ରେଳ ଷ୍ଟେସନରେ ବହୁତ ଗଳା ବାଟ ଅଛି, ହେଲେ ପୋଲିସ ପ୍ରଶାସନ ଓ ବି.ଏମ୍.ସି. ସହାୟତାରେ ଆମେ ସେ ସବୁକୁ ବନ୍ଦ କରିବାରେ ସଫଳ ହୋଇଛୁ । ଦିନକୁ ୫,୦୦୦ ଲୋକ ପଶ୍ଚିମ ବଙ୍ଗରୁ ଆସୁଛନ୍ତି । ସେମାନଙ୍କର ରେଜିଷ୍ଟ୍ରେସନ୍‌ ହେଉଛି । ନେଗେଟିଭ ରିପୋର୍ଟ ନ ଥିଲେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ପେଡ୍‌ କ୍ବାରେଣ୍ଟାଇନରେ ରହିବାକୁ ପଠାଯାଉଛି,’’ କହିଛନ୍ତି ଷ୍ଟେସନ ନିର୍ଦ୍ଦେଶକ ଚିତ୍ତ ପଟ୍ଟନାୟକ ।



ରାଜଧାନୀର ଘରୋଇ ହସ୍ପିଟାଲଗୁଡ଼ିକରେ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ୫୦ ପ୍ରତିଶତ ବେଡ଼ କୋଭିଡ ରୋଗୀଙ୍କ ପାଇଁ ରଖିବାକୁ ବି.ଏମ୍‌.ସି. କଡ଼ା ନିର୍ଦ୍ଦେଶ ଦେଇଛି ।
Published by: Anand ST Das
First published: April 23, 2021, 11:53 PM IST