କରୋନା ମୁକାବିଲା: ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଲା

ଘରୁ ବାହାରିବା ମାତ୍ରେ ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଓଡ଼ିଶା ସମେତ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ସରକାର ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କରୋନା ମୁକାବିଲା: ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଲା
ଦିଲ୍ଲୀରେ ଗୁରୁବାର ଦିନ ଅଧିକାଂଶ ଲୋକେ ମାସ୍କ ପିନ୍ଧି ଘରୁ ବାହାରିଥିଲେ ।
  • News18 Odia
  • Last Updated: April 9, 2020, 11:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଲିପିକା ମହାନ୍ତ | News18 Odia Digital

ନୂଆ ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ରେ କୋରୋନା ଭାଇରସରେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ୨୦ଟି ହଟସ୍ପଟକୁ ସିଲ କରିଦିଆଯାଇଛି । ଏହା ସହ ବର୍ତ୍ତମାନ ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରିବା ମାତ୍ରେ ମାସ୍କ ନ ପିନ୍ଧିବା ଭୁଲ ଭାରୀ ପଡ଼ିପାରେ ଯେକୌଣସି ବ୍ୟକ୍ତିଙ୍କୁ ।

ଯେ କୌଣସି ଜରୁରୀ କାର୍ଯ୍ୟ ପାଇଁ ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ମାସ୍କ ନଥିଲେ ଲୋକେ ରୁମାଲକୁ ଦୁଇ ପରସ୍ତ କରି କିମ୍ବା ଘରେ ତିଆରି ହୋଇଥିବା ମାସ୍କ ପିନ୍ଧିପାରିବେ ।

ଓଡ଼ିଶା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ସରକାର ମଧ୍ୟ ଘରୁ ବାହାରିବା ମାତ୍ରେ ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିଭଳି କ୍ରେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରରେ ଅଫିସର, ଷ୍ଟାଫ୍, ସିଭିଲ୍ ସେକ୍ରେଟେରୀଆଟଙ୍କ ଭିଜିଟର ଆଦିଙ୍କ ପାଇଁ ମାସ୍କ ପନ୍ଧିବା ଜରୁରୀ ହୋଇଥିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ସାଧାରଣ ଜନତା, ସରକାରୀ ଅଫିସର ଓ ସଶସ୍ତ୍ର ବଳ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଛି । ଏହାର ଉଲ୍ଲଙ୍ଘନରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ହୋଇଛି ।

ଦିଲ୍ଲୀ ସରକାର ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ କେଉଁଠାରେ ମାସ୍କ ପିନ୍ଧିବା ଜରୁରୀ ତାହା ମଧ୍ୟ କୁହାଯାଇଛି । ଅଫିସ୍, ମିଟିଙ୍ଗ୍, ବଜାର ଓ ଘରର ଆଖପାଖରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡିବ । ଯେକୌଣସି ବ୍ୟକ୍ତି କେଉଁ ବୈଠକ କିମ୍ବା ଅଫିସକୁ ବିନା ମାସ୍କରେ ଯାଇ ପାରିବେ ନାହିଁ ।

ମାସ୍କ ବ୍ୟବହାର ବାଧ୍ୟତାମୂଳକ ହେବାକୁ ଦୃଷ୍ଟିରେ ରଖି ଯେଉଁ ବ୍ୟକ୍ତିଙ୍କ ନିକଟରେ ମାସ୍କ ନାହିଁ । ସେ ଘରେ ପ୍ରସ୍ତୁତ ହୋଇଥିବା ମାସ୍କକୁ ମଧ୍ୟ ବ୍ୟବହାର କରିପାରିବେ । ଘରେ କପଡ଼ା ଦ୍ଵାରା ମାସ୍କ ପ୍ରସ୍ତୁତ କରିପାରିବେ । ଏକୁ ସଫା କରିବା ସହଜ ହେବ । ଥରେ ପିନ୍ଧିବା ପରେ ଭଲ କରି ସଫା ମାସ୍କ ବ୍ୟବହାର କରିବା ଆବଶ୍ୟକ ।

ନିର୍ଦ୍ଦେଶ ରେ ଏହା ମଧ୍ୟ କୁହାଯାଇଛି ଯେ ଅଫିସରେ କାର୍ଯ୍ୟରତ ବ୍ୟକ୍ତିଙ୍କ ମାସ୍କ ପନ୍ଧିବାର ଦାୟିତ୍ଵ ଅଫିସ କମ୍ପାନୀର ରହିବ । ମାସ୍କ ନ ପିନ୍ଧିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସରକାର ଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ରେ କୁହାଯାଇଛି ।
First published: April 9, 2020, 11:04 PM IST
corona virus btn
corona virus btn
Loading