Omicron: ଏହି ସବୁ ଉପାୟ କରି ଆପଣ ପିଲାମାନଙ୍କୁ ମାରାତ୍ମକ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେ

Ways to protect your children from Omicron | ଦକ୍ଷିଣ ଆଫ୍ରିକାରୁ ଚିନ୍ତାଜନକ ରିପୋର୍ଟ ଆସିବା ପରେ ଭାରତରେ ବି ଚିନ୍ତା ବଢ଼ିଛି । ଦକ୍ଷିଣ ଆଫ୍ରିକାରେ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କର ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବୃଦ୍ଧି ପାଇଛି ।

ଡାକ୍ତରମାନେ ପିଲାମାନଙ୍କ ସୁରକ୍ଷାକୁ ନେଇ ପରାମର୍ଶ ଦେଇଛନ୍ତି । (ପ୍ରତୀକାତ୍ମକ ଛବି)

ଡାକ୍ତରମାନେ ପିଲାମାନଙ୍କ ସୁରକ୍ଷାକୁ ନେଇ ପରାମର୍ଶ ଦେଇଛନ୍ତି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ୍‌ ଓମିକ୍ରନ୍ (Omicron Variant) ପିଲାମାନଙ୍କ (children) ଉପରେ ଅନେକ ମାରାତ୍ମକ ପ୍ରଭାବ ପକାଇବ ବୋଲି ଭୟ ପ୍ରକାଶ ପାଇଛି । ଏବେ ଡାକ୍ତରମାନେ ପିତାମାତାଙ୍କୁ ପରାମର୍ଶ ଦେଇଛନ୍ତି ଯେ ପିଲାମାନଙ୍କୁ ଓମିକ୍ରନ୍ ଠାରୁ ରକ୍ଷା କରିବାକୁ ହେଲେ ସେମାନଙ୍କ ଟିକାକରଣ କରିବାକୁ ହିଁ ପଡି଼ବ । ବାସ୍ତବରେ ଓମିକ୍ରନ୍ ଭ୍ୟାରିଆଣ୍ଟ୍‌ ଦକ୍ଷିଣ ଆଫ୍ରିକାରେ ପିଲାମାନଙ୍କୁ ନିଜ ଶିକାର ବନାଉଥିବା ଖବର ଆସିବା ପରେ ଭାରତ ସମେତ ବିଭିନ୍ନ ଦେଶରେ ଏହାକୁ ନେଇ ଭୟ ବଢ଼ିଛି । ବିଶ୍ୱର ବିଭିନ୍ନ ଦେଶରେ ଏହି ପ୍ରକାରର ପ୍ରଭାବ ଚିନ୍ତାର କାରଣ ହୋଇଛି ।

‘‘ଯଦି ଓମିକ୍ରନ୍ ଭ୍ୟାରିଆଣ୍ଟ୍‌ ଦ୍ୱାରା ହେଉଥିବା ସଂକ୍ରମଣ ବ୍ୟାପେ ତାହେଲେ ପିଲାମାନେ ଅଧିକ ବିପଦରେ ପଡ଼ିବେ । ଏହାର ଅର୍ଥ ନୁହେଁ ଯେ ସେମାନଙ୍କୁ ଏହା ଦ୍ୱାରା କୌଣସି ଗୁରୁତର ସଂକ୍ରମଣ ହେବ, କିନ୍ତୁ ସେମାନଙ୍କଠାରେ କରୋନା ସଂକ୍ରମଣର ବିପଦ ଅଧିକ ରହି । ଯେତେବେଳେ ଆମ ଦେଶରେ ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ସେତେବେଳେ ଅଧିକରୁ ଅଧିକ ସଂଖ୍ୟକ ପିଲାଙ୍କୁ ଟିକାକରଣ କରାଯିବା ଉଚିତ୍,’’ କହିଛନ୍ତି ଦିଲ୍ଲୀର ରେନବୋ ହସ୍ପିଟାଲରେ କାର୍ଯଅୟରତ ବରିଷ୍ଠ ଡାକ୍ତର୍‌ ନୀତିନ ବର୍ମା ।

ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ

ସେ ଆହୁରି କହିଛନ୍ତି, ‘ପିଲାମାନଙ୍କ ଚାରି ପାଖରେ ରହୁଥିବା ସବୁ ବୟସ୍କ ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ଆବଶ୍ୟକ । ତା’ ବ୍ୟତୀତ ବୟସ୍କମାନେ ସାମାଜିକ ଦୂରତ୍ୱର ନିୟମ ମାନି ଚଳୁଥିବା ବି ଆବଶ୍ୟକ । ନହେଲେ ପିଲାମାନଙ୍କୁ ଏହି ମହାମାରୀର ବିପଦରୁ ଦୂରେଇ ରଖାଯାଇ ପାରିବ ନାହିଁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Mallika Sherawat: ରୀମା ଲାମ୍ବାରୁ ହଟ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ହେବାର ଯାତ୍ରା ସହଜ ଥିଲା

‘ହିନ୍ଦୁସ୍ତାନ ଟାଇମ୍ସ’ ଖବର କାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଦିଲ୍ଲୀର ସାର୍ ଗଙ୍ଗା ରାମ୍‌ ହସ୍ପିଟାଲରେ କାର୍ଯ୍ୟରତ ଡଃ ଧୀରେନ ଗୁପ୍ତା ବି ଡଃ ନୀତିନ ଗୁପ୍ତାଙ୍କ ପରାମର୍ଶ ସହିତ ସହମତ ହୋଇଛନ୍ତି । ସେ କହିଛନ୍ତି, ‘‘ଦକ୍ଷିଣ ଆଫ୍ରିକାରୁ ଚିନ୍ତାଜନକ ରିପୋର୍ଟ ଆସୁଛି । ସେଠାରେ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କର ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବୃଦ୍ଧି ପାଇଛି । କେବଳ କରୋନା ଟିକାକରଣ ଓ ଉପଯୁକ୍ତ ଆଚରଣ ଏହି ମହାମାରୀକୁ ଆମ ଘରେ ପ୍ରବେଶ କରିବାରୁ ରୋକିପାରିବ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍ଖାନଙ୍କୁ

ୟୁରୋପ ସମେତ ବିଶ୍ୱର ଅନେକ ଦେଶରେ ଓମିକ୍ରନ୍‌ ବିପଦକୁ ଦୃଷ୍ଟିରେ ରଖି ପିଲାମାନଙ୍କର କୋରନା ଟିକାକରଣ ଆରମ୍ଭ ହୋଇଛି । ଭାରତରେ ସ୍ୱଦେଶୀ ଟିକା କୋଭାକ୍ସିନ୍ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଏକ୍ସପର୍ଟ କମିଟିଠାରୁ ସବୁଜ ସଙ୍କେତ ପାଇଛି । ତଥାପି DCGI ଭରତ-ବାୟୋଟେକରୁ ଅତିରିକ୍ତ ତଥ୍ୟ ମାଗିଛି ଓ ଏହାକୁ ଏ ପର୍ଯ୍ୟନ୍ତ ଏବଂ ଅନୁମୋଦନ ଦେଇନାହିଁ । ବିଶେଷଜ୍ଞ କମିଟିର ସୁପାରିଶକୁ ସମୀକ୍ଷା କରାଯାଉଛି ।
Published by:Anand S.T. Das
First published: