‘ଲକଡାଉନ୍ ରାଜ୍ୟମାନଙ୍କ ପାଇଁ ଶେଷ ବିକଳ୍ପ ହେଉ,’ କହିଲେ PM ନରେନ୍ଦ୍ର ମୋଦି - ଦେଖନ୍ତୁ VIDEO

Watch VIDEO | ଦେଶର ହସପିଟାଲଗୁଡ଼ିକରେ ଅମ୍ଳଜାନ ଅଭାବ ଦୂର କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ବିଭିନ୍ନ ଘରୋଇ ସଂସ୍ଥା ମିଶି କାମ କରୁଛନ୍ତି ବୋଲି କହିଛନ୍ତି ମୋଦି । ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ନ ଫେରିବାକୁ ସେ ଅନୁରୋଧ କରିଛନ୍ତି ।

‘ଲକଡାଉନ୍ ରାଜ୍ୟମାନଙ୍କ ପାଇଁ ଶେଷ ବିକଳ୍ପ ହେଉ,’ କହିଲେ PM ନରେନ୍ଦ୍ର ମୋଦି - ଦେଖନ୍ତୁ VIDEO
ପ୍ରଧାନ ମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ।
  • News18 Odia
  • Last Updated: April 21, 2021, 2:19 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ସ୍ଥିତି ସାଙ୍ଘାତିକ ହେଉଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆମକୁ ଲୋକଙ୍କ ଜୀବନ ଓ ଜୀବିକାକୁ ଗୁରୁତ୍ବ ଦେବାକୁ ହେବ । ‘‘ଲକଡାଉନ୍ କୋରୋନା ମୁକାବିଲାର ଶେଷ ଅସ୍ତ୍ର ହେବ । ତେଣୁ ତରବରିଆ ଭାବେ ଏହାକୁ ରାଜ୍ୟ ସରକାରମାନେ ଲାଗୁ ନ କରନ୍ତୁ,’’ ମଙ୍ଗଳବାର ସନ୍ଧ୍ୟାରେ କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି (Narendra Modi address to nation) ।

‘‘ଅମ୍ଳଜାନ ଅଭାବ ଦୂର କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ଓ ବିଭିନ୍ନ ଘରୋଇ ସଂସ୍ଥା ମିଶି କାମ କରୁଛନ୍ତି। ଦେଶରେ ମେଡିକାଲ୍ ଭିତ୍ତିଭୂମିକୁ ନେଇ ଥିବା ସମସ୍ୟା ମଧ୍ୟ ଖୁବ୍ ଶୀଘ୍ର ଦୂର ହେବ। ପ୍ରବାସୀମାନେ ନିଜ ରାଜ୍ୟକୁ ନ ଫେରି ଯେଉଁଠି ଅଛନ୍ତି ସେଠାରେ ରହନ୍ତୁ,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।

ଏଇଠି ଦେଖନ୍ତୁ VIDEO:



ଏହା ବି ପଢ଼ନ୍ତୁ | ଆସନ୍ତା ଶନିବାରଠାରୁ ସାରା ଓଡ଼ିଶାରେ ଲାଗୁ ହେବ ସପ୍ତାହାନ୍ତ ସଟ୍ଡାଉନ୍; କରୋନା ଅଣାୟତ୍ତ ହେଉଛି



କରୋନା ଟିକା ପ୍ରସ୍ତୁତ କରିବାରେ ଭାରତ ବିଶ୍ବରେ ଅଗ୍ରଣୀ ରହିଛି ବୋଲି କହି ମୋଦି କହିଛନ୍ତି, ‘‘ଦୁଇଟି ଟିକା ଆମେ ବାହାର କରିଛେ । ବିଶ୍ବର ସବୁଠାରୁ ବୃହତ ଟିକାକରଣ ଭାରତରେ ଚାଲିଛି । ଖୁବ୍ ଶୀଘ୍ର ୧୮ ବର୍ଷରୁ ଉର୍ଦ୍ଧ୍ବ ଦେଶର ସବୁ ନାଗରିକଙ୍କୁ ଟିକା ଦିଆଯିବ। ଏଥି ପାଇଁ ବ୍ୟସ୍ତ ବିବ୍ରତ ନ ହୋଇ ଆମେ ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବା ଉଚିତ ।’’

ଏହା ବି ପଢ଼ନ୍ତୁ | ପିପିଲି Bypoll: ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ

କୋଭିଡ୍ କଟକଣା କଡ଼ାକଡ଼ି ଭାବେ ପାଳନ କରିବା ସହ ସ୍ବଚ୍ଛତା ବଜାୟ ରଖିବାକୁ ଦେଶର ଯୁବ ବର୍ଗଙ୍କୁ ନିବେଦନ କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି । ଦେଶରେ କରୋନା ଭାଇରସ୍‌ (Coronavirus) ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଥିବାରୁ ଏହି ପରିସ୍ଥିତି ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ମଙ୍ଗଳବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ସମ୍ବଲପୁର: କୋଭିଡ କଟକଣା ଯୋଗୁଁ ମାସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ସମୟ ବଦଳିଲା

ପ୍ରଧାନ ମନ୍ତ୍ରୀଙ୍କ ସମ୍ବୋଧନ ରାତି ୮:୪୫ରୁ ଆରମ୍ଭ ହୋଇଥିଲା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ସାରା ବିଭିନ୍ନ ବୈଠକ କରି କରୋନା ଭାଇରସ୍‌ ବିରୋଧରେ ଦେଶରେ ଚାଲିଥିବା ଲଢ଼େଇ ବିଷୟରେ ଆଲୋଚନା କରିଥିଲେ । ଯେକୌଣସି ସଙ୍ଗୀନ ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ ସେ ପ୍ରଶାସନକୁ କହିଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ପଜିଟିଭ୍ ହେଲା ଗ୍ୟାଙ୍ଗଷ୍ଟର୍ ହାଇଦର୍; ତାକୁ ଏବେ ରିମାଣ୍ଡରେ ନେବ ନାହିଁ ପୋଲିସ

ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ (PMO) ଆସିଥିବା ଏକ ବିବୃତ୍ତି ଅନୁଯାୟୀ ମଙ୍ଗଳବାର ଦିନ ଟିକା ଉତ୍ପାଦନକାରୀ କମ୍ପାନୀମାନେ ପ୍ରଧାନ ମନ୍ତ୍ରୀଙ୍କ ସହ ଉତ୍ପାଦନ ବୃଦ୍ଧି, ଆଗାମୀ ଟିକାକରଣ ଅଭିଯାନ ଓ କୋଭିଡ-୧୯ର ନୂଆ ରୂପ ଉପରେ ଚାଲିଥିବା ଗବେଷଣା ବିଷୟରେ ଆଲୋଚନା କରିଥିଲେ ।



ଟିକା ନିର୍ମାତାମାନେ ୧୮ ବର୍ଷରୁ ଅଧିକର ଲୋକଙ୍କୁ ଟିକାକରଣ କରିବାକୁ ଅନୁମତି ମିଳିଥିବାରୁ ଓ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେଇଥିବାରୁ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
Published by: Anand ST Das
First published: April 20, 2021, 8:53 PM IST