News18 Odia Digital
ପୁରୀ: ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଗତ ବର୍ଷ ଭଳି ଏ ଥର ବି କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନ ଯାତ୍ରାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଲଗାତର ଦୁଇ ବର୍ଷ ଧରି ଏହି ପରମ୍ପରା ଭାଙ୍ଗିବ । କିନ୍ତୁ ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରସ୍ତ କରିବେ ଛେରା ପହଁରା ।
ମହାପ୍ରଭୁଙ୍କ ରଥ ଯାତ୍ରା ଆରମ୍ଭ ହେବାର ତିନି ସପ୍ତାହ ପୂର୍ବରୁ ଓଡ଼ିଶା ହାଇ କୋର୍ଟ ବୁଧବାର ଦିନ କେନ୍ଦ୍ରାପଡ଼ା ଓ ବରଗଡ଼ ଜିଲ୍ଲାରେ ରଥ ଯାତ୍ରା ଆୟୋଜନ କରିବାକୁ ଅନୁମତି ମାଗିଥିବା ପାଞ୍ଚଟି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାର ଅର୍ଥ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ ଏ ବର୍ଷ କେବଳ ଶ୍ରୀକ୍ଷେତ୍ର ପୁରୀରେ ହିଁ ରଥ ଯାତ୍ରା ଆୟୋଜିତ ହେବ ।
ଚଳିତ ମାସ ଆରମ୍ଭରେ ରାଜ୍ୟ ସରକାର କହିଥିଲେ ଯେ ସୁପ୍ରିମ୍ କୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି କେବଳ ପୁରୀରେ ଜୁଲାଇ ୧୨ ତାରିଖରେ ରଥ ଯାତ୍ରା ଅନୁଷ୍ଠିତ ହେବ । ଗତ ବର୍ଷ କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍ କୋର୍ଟ୍ ପୁରୀରେ ରଥ ଯାତ୍ରାକୁ ଏହି ସର୍ତ୍ତରେ ଅନୁମତି ଦେଇଥିଲେ ଯେ ଏଥିରେ ଭକ୍ତମାନେ ଭାଗ ନେଇପାରିବେ ନାହିଁ ଓ ପୁରୀର ସବୁ ପ୍ରବେଶ ପଥ ବନ୍ଦ ରହିବ । ପ୍ରତ୍ୟେକ ରଥକୁ ୫୦୦ରୁ ଅଧିକ ଲୋକ ଟାଣିବେ ନାହିଁ ଓ ସେମାନେ ସମସ୍ତେ କୋଭିଡ ନେଗେଟିଭ୍ ହୋଇଥିବେ ବୋଲି ବି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଜବରଦସ୍ତ୍ ବୋହୂ! ଗାଡ଼ି ନ ମିଳିବାରୁ କରୋନା ପୀଡି଼ତ ଶ୍ୱଶୁରଙ୍କୁ କାନ୍ଧରେ ବୋହି ହସପିଟାଲ୍କୁ ନେଲେସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ବୁଧବାର ରାତି ୧୦ଟାରୁ ଲାଗୁ ହୋଇଛି ୧୪୪ ଧାରା । ଏହା ୨୫ ତାରିଖ ଶୁକ୍ରବାର ଯାଏଁ ବଳବତ୍ତର ରହିବ । ପୁରୀ ସହରରେ ମୁତୟନ ହୋଇଛନ୍ତି ୩୫ ପ୍ଲାଟୁନ୍ ଫୋର୍ସ । ସୁରକ୍ଷା ଦୃଷ୍ଟିରୁ ସହରକୁ ଛଅଟି ଜୋନରେ ବିଭକ୍ତ କରାଯାଇଛି ଓ ୧୫ଟି ସି.ସି.ଟି.ଭି. କ୍ୟାମେରା ଲଗାଯାଇଛି ।
‘‘କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନ ଯାତ୍ରାରେ ଭାଗ ନେବାକୁ ଥିବା ସେବାୟତ ଓ କର୍ମଚାରୀମାନଙ୍କର ଆମେ ଆର୍.ଟି.ପି.ସି.ଆର୍. ଟେଷ୍ଟ୍ କରାଇଛୁ । ମହାପ୍ରଭୁଙ୍କ କୃପାରୁ ସେ ଭିତରୁ ୯୦ ପ୍ରତିଶତ ସେବାୟତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ସମସ୍ତଙ୍କର ଟିକାକରଣ ବି ସରିଛି । ସମସ୍ତଙ୍କୁ ଆମେ ଏନ୍-୯୫ ମାସ୍କ ଦେଇଛୁ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ରଥ ଖଳାରେ ରଥ ନିର୍ମାଣ ଜୋରସୋରରେ ଚାଲିଛି ।
ପାଳିଆ ସେବାୟତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନ ପୂର୍ଣ୍ଣିମା ପାସ୍ ଦିଆଯାଇଛି । ରଥ ଖଳାରେ ରଥ ନିର୍ମାଣ ଜୋରସୋରରେ ଚାଲିଛି । ସ୍ନାନ ପୂର୍ଣ୍ଣିମାରେ ପୋଟଳ ଉଠା ସରି ଖପୁରୀ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୯୮ ଦିନ ଧରି ଚାଲିବ କରୋନାର ୩ୟ ଲହର, ସାଙ୍ଘାତିକ ହେବ, ଆସିଲା ନୂଆ ତଥ୍ୟବୁଧବାର ମଧ୍ୟରାତ୍ରୀରୁ ପହଣ୍ଡି ଆରମ୍ଭ ହୋଇ ଭୋର୍ ଭୋର୍ ସରିଛି । ରାତି ୧୨ଟାରେ ମଙ୍ଗଳାର୍ପଣ ପରେ ଗୋଟାଏରୁ ଆରମ୍ଭ ହୋଇଥିଲା ପହଣ୍ଡି । ଗୁରୁବାର ପୂର୍ବାହ୍ନ ୧୧ଟାରୁ ୧୨ଟା ଭିତରେ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।