ଦେଖନ୍ତୁ LIVE: ପୁରୀରେ ବାହୁଡ଼ା ଯାତ୍ରା ଚାଲିଛି; ଯଜ୍ଞବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ମହାପ୍ରଭୁ

ମହାପ୍ରଭୁଙ୍କ ଦର୍ଶନ ନ ପାଇ କେବଳ ରଥକୁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି ସାଧୁସନ୍ଥ ଓ ଭକ୍ତମାନେ । ପୁରୀବାସୀଙ୍କୁ ଛାତ ଉପରେ ରହି ବାହୁଡ଼ା ଯାତ୍ରା ଦେଖିବା ଉପରେ ପ୍ରଶାସନ କଟକଣା ଲଗାଇଛି ।

ଦେଖନ୍ତୁ LIVE: ପୁରୀରେ ବାହୁଡ଼ା ଯାତ୍ରା ଚାଲିଛି; ଯଜ୍ଞବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ମହାପ୍ରଭୁ
ବଡ଼ ଦାଣ୍ଡରେ ତିନି ରଥ ଆଗେଇ ଚାଲିଛି ଶ୍ରୀମନ୍ଦିର ଆଡ଼କୁ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଯଜ୍ଞବେଦୀରୁ ରତ୍ନବେଦୀକୁ ବାହୁଡ଼ି ଆସୁଛନ୍ତି ମହାପ୍ରଭୁ । ସକାଳେ ସବୁ ରୀତିନୀତି ଅନୁସାରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ହୋଇଥିଲା । ରଥାଋଢ ହୋଇଥିଲେ ତିନି ଠାକୁର । ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶେଷ ହୋଇଥିଲା ପହଣ୍ଡି । ତା’ ପରେ ରଥ ଉପରେ ହୋଇଥିଲା ଶ୍ରୀଜୀଉଙ୍କ ବେଶନୀତି ।

ବାହୁଡ଼ା  ଯାତ୍ରା ପାଇଁ ସବୁ ପ୍ରସ୍ତୁତି ସୋମବାର ସନ୍ଧ୍ୟାରେ ସରିଥିଲା । ଆଡ଼ପ ମଣ୍ଡପରେ ତାଙ୍କ ଲୀଳାଖେଳା ସରିଥିଲା । ସନ୍ଧ୍ୟା ଦର୍ଶନ ଚାଲିଥିବାବେଳେ ବାହୁଡ଼ା ଯାତ୍ରା ପାଇଁ ସବୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ରାହାସ ନୀତିର ଅନ୍ତିମ ଦିବସରେ ରାହସ ହୋଇଥିଲା ।

ମହାପ୍ରଭୁଙ୍କ ଦର୍ଶନ ନ ପାଇ କେବଳ ରଥକୁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି ସାଧୁସନ୍ଥ ଓ ଭକ୍ତମାନେ । ଆଡ଼ପ ମଣ୍ଡପରେ ଶେଷ ଅଭଡ଼ା ପାଇ ପୁଣି ଅପେକ୍ଷା କରିଛନ୍ତି ଆସନ୍ତା ବର୍ଷକୁ ।

ଦେଖନ୍ତୁ ଲାଇଭ୍‌ (Watch Bahuda Yatra LIVE):



ଦେଖନ୍ତୁ ଲାଇଭ୍‌ (Watch Bahuda Yatra LIVE):



ପୁରୀ ବାସୀଙ୍କୁ ଛାତ ଉପରେ ରହି ବାହୁଡ଼ା ଯାତ୍ରା ଦେଖିବା ଉପରେ ପ୍ରଶାସନ କଟକଣା ଲଗାଇବା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ଦାସ ମୋହାପତ୍ର । ‘‘କଟକଣା ଭିତରେ ବାହାର ଲୋକଙ୍କୁ ସିନା ପୁରୀ ଆସିବା, ରଥ ଟାଣିବା ଓ ବଡ଼ ଦାଣ୍ଡ ମନା । ହେଲେ ଏହି ନିୟମ ପୁରୀ ବାସୀଙ୍କ ପାଇଁ ବି ଲାଗୁ ହୋଇଛି । ବଡ଼ ଦୁଃଖର କଥା ଯେ ବଡ଼ ଦାଣ୍ଡର ବାସିନ୍ଦାମାନେ ବି ନିଜ ନିଜ ଛାତ ଉପରେ ଠାକୁରଙ୍କୁ ଭକ୍ତ ଦର୍ଶନ କରି ପାରୁ ନାହାନ୍ତି,’’ କହିଛନ୍ତି ଜଗନ୍ନାଥ ସ୍ବାଇଁ ଦାସ ମହାପାତ୍ର ।
Published by: Anand ST Das
First published: July 20, 2021, 2:16 PM IST