News18 Odia Digital
ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ବା ଘୋଷଯାତ୍ରା ପୁରୀରେ ଚାଲିଛି । ବିଶ୍ବବାସୀଙ୍କୁ ବଡ଼ ଦାଣ୍ଡରୁ ଦର୍ଶନ ଦେଇଛନ୍ତି ବିଶ୍ବନିୟନ୍ତା ମହାପ୍ରଭୁ । ତିନି ରଥରେ ଭାଇ ଭଉଣୀ ବସି ଯାଉଛନ୍ତି । ଚଳ ଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ।
ବିଳମ୍ବିତ ରାତିରୁ ଠାକୁରଙ୍କ ନୀତିକାନ୍ତି ସରିବା ପରେ ଦ୍ବାରଫିଟା ହୋଇ ମଇଲମ ଓ ସୂର୍ଯ୍ୟ ପୂଜା ହୋଇଥିଲା । ରଥ ଉପରକୁ ସୁଦର୍ଶନ, ଦେବୀ ସୁଭଦ୍ରା, ବଡ଼ ଭାଇ ବଳଭଦ୍ର ଓ କାଳିଆ ସାଆନ୍ତ ଆସିଥିଲେ । ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଲାଗିପଡ଼ିଥିଲେ ସମସ୍ତେ । ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥ ଯାତ୍ରା । ପ୍ରତି ରଥକୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ୫୦୦ ସେବାୟତ ଓ ପୋଲିସ୍ କର୍ମଚାରୀ ଟାଣିବା ଆରମ୍ଭ କରିଥିଲେ । ଏଥି ପାଇଁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଥିଲା ।
ଏଇଠି ଦେଖନ୍ତୁ ଲାଇଭ୍ (Rath Yatra LIVE):ରଥ ଯାତ୍ରା ପାଇଁ କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ ସହର । ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଏଥି ସହ ୪୮-ଘଣ୍ଟିଆ କର୍ଫ୍ୟୁ ଲାଗୁ ହୋଇଛି ପୁରୀ ସହରରେ । ମନ୍ଦିର ଚତୁଃପାର୍ଶ୍ବ ଓ ବଡ଼ ଦାଣ୍ଡରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ ଦାଣ୍ଡକୁ ଚାରିଟି ଜୋନରେ ବିଭକ୍ତ କରାଯାଇଛି । ସହର ଚାରିପାଖ ଓ ପ୍ରବେଶ ପଥକୁ ମିଶାଇ ଆଠଟି ଜୋନ୍ କରାଯାଇଛି।
ଏହା ବି ପଢ଼ନ୍ତୁ | ରଥ ଯାତ୍ରା ପାଇଁ ବଡ଼ ଦାଣ୍ଡର ସବୁ ଲଜିଂ ଖାଲି ହେଲା; ଘରୋଇ କୋଠାରେ କେବଳ ପରିବାର ରହିବେବିନା ଭକ୍ତରେ ରଥ ଯାତ୍ରା ହେଉଥିବାରୁ ବଡ଼ ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ହୋଟେଲ୍, ଲଜିଂ ଓ ଧର୍ମଶାଳାକୁ ସମ୍ପୂର୍ଣ୍ଣ ଭାବେ ଖାଲି କରାଯାଇଥିଲା । ଘରୋଇ କୋଠାରୁ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କାହାରିକୁ ରହିବାକୁ ଦିଆଯାଇ ନ ଥିଲା । ଏ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଏକ ସ୍କ୍ୱାର୍ଡ଼ ଗଠନ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ରଥ ଯାତ୍ରା; ଝୁଲି ଝୁଲି ଆସିବେ କାଳିଆ ସାଆନ୍ତ... ପୁରୀରେ ୧୩ ତାରିଖ ଯାଏଁ କର୍ଫ୍ୟୁ ଜାରି ହେଲାରଥ ଯାତ୍ରା ପାଇଁ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୧୦ ଜଣ ଅତିରିକ୍ତ ଏସ୍.ପି., ୩୧ ଜଣ ଡି.ଏସ୍.ପି. ରାଙ୍କ୍ ଅଧିକାରୀ, ୨୨୨ ଜଣ ସବ୍-ଇନିସପେକ୍ଟର ଓ ୭୫୦ ହୋମ୍ ଗାର୍ଡ଼ ପୁରୀରେ ମୁତୟନ ହୋଇଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।