କରୋନା ଟିକା: ଡିସେମ୍ବର ୩୧ ଯାଏଁ ସମ୍ ହସପିଟାଲରେ ଚାଲିବ ସ୍ବେଚ୍ଛାସେବୀ ପଞ୍ଜୀକରଣ
କୋଭିଡ ଭ୍ୟାକ୍ସିନର ପରୀକ୍ଷଣ ପାଇଁ ରାଜ୍ୟର ଏକ ମାତ୍ର କେନ୍ଦ୍ର ଭାବେ ସମ ହସ୍ପିଟାଲ ସାମିଲ ହୋଇଛି । ପୂର୍ବରୁ ପ୍ରଥମ ଓ ଦ୍ଵିତୀୟ ପର୍ଯାୟ ପରୀକ୍ଷଣ ସଫଳତାର ସହିତ ଶେଷ ହୋଇଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଛି ।

କୋଭାକ୍ସିନର ପ୍ରତୀକାତ୍ମକ ଛବି; (ଡାହାଣ) ସମ୍ କୋଭିଡ୍ ହସପିଟାଲ
- News18 Odia
- Last Updated: December 6, 2020, 11:47 PM IST
ଭୁବନେଶ୍ୱର: ରାଜ୍ୟର ଏକ ମାତ୍ର କୋଭିଡ ଟିକା ପରୀକ୍ଷଣ କେନ୍ଦ୍ର ସମ୍ ଭ୍ୟାକ୍ସିନ୍ ଟ୍ରାଏଲ ସେଣ୍ଟରରେ କରୋନା ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତ୍ୱରାନ୍ୱିତ ହେଉଥିବା ବେଳେ ଏଥି ପାଇଁ ସ୍ବେଚ୍ଛାସେବୀ ସାମିଲ କରିବା ପ୍ରକ୍ରିୟାକୁ ଡିସେମ୍ବର ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ୧୮ ବର୍ଷରୁ ଅଧିକ କୌଣସି ବି ବ୍ୟକ୍ତି ଏହି ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଏ ନେଇ ଇନଭେସ୍ଟିଗେଟିଭ ଟିମ୍ ଏକ ସ୍ୱତନ୍ତ୍ର WhatsApp ନମ୍ବର ଜାରି କରିଛି । ନମ୍ବରଟି ହେଉଛି ୯୧୭୮୫୩୮୮୯୫୫୨ ।
ସମ୍ କୋଭିଡ ଟ୍ରାଏଲ ସେଣ୍ଟରର ସୂଚନା ଅନୁସାରେ କୋଭିଡ ଭ୍ୟାକ୍ସିନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ୨୦୨୧ ମସିହା ଡିସେମ୍ବର ମାସ ହୋଇଯାଇପାରେ । ଏହାର କାରଣ ହେଉଛି ପର୍ଯ୍ୟାୟ କ୍ରମେ ବିଭିନ୍ନ ବର୍ଗର ଲୋକଙ୍କ ଟିକାକରଣ ପରେ ଯାଇ ସାଧାରଣ ଲୋକଙ୍କ ପାଖରେ ଏହି ଟିକା ପହଞ୍ଚିବ। ସେହି କାରଣରୁ ସମ୍ କୋଭିଡ କୋଭାକ୍ସିନ ଟ୍ରାଏଲ ସେଣ୍ଟରରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ ହେବାକୁ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ ଦେଇଛି ଟ୍ରାଏଲ ଟିମ ।
ଏହା ବି ପଢ଼ନ୍ତୁ | ସନ୍ନି ଲିଓନ, ଆଲିଆ ଭଟ୍ଟ… ଏହି ସେଲିବ୍ରିଟିମାନେ PETAର ସମର୍ଥନରେ ବୋଲ୍ଡ ଫଟୋସୁଟ୍ କରିଛନ୍ତି

ସମ୍ କୋଭାକ୍ସିନ ଟ୍ରାଏଲ ସେଣ୍ଟରର ପ୍ରିନ୍ସିପାଲ ଇନଭେସ୍ଟିଗେଟର ଡଃ ଇପାରି ଭେଙ୍କଟ ରାଓ
ସୂଚନା ଅନୁସାରେ ଦେଶର ୨୧ଟି ମାନବ ପରୀକ୍ଷଣ କେନ୍ଦ୍ରରେ ଏହି ପରୀକ୍ଷଣ ଚାଲୁ ରହିଛି । ନଭେମ୍ବର ୧୮ ତାରିଖ ଠାରୁ ଭୁବନେଶ୍ୱରର ସମ ହସ୍ପିଟାଲରେ ଏହି ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶରେ କାର୍ଯ୍ୟକ୍ଷମ ସମସ୍ତ ପରୀକ୍ଷଣ କେନ୍ଦ୍ରରେ ୨୬,୦୦୦ ଲୋକଙ୍କ ଦେହରେ ଏହି ମାନବ ପରୀକ୍ଷଣ ହ୍ୱୁମାନ ଟ୍ରାୟଲ୍ ହେବା ଧାର୍ଯ୍ୟ ହୋଇଥିବା ବେଳେ କେବଳ ଓଡ଼ିଶାର ସମ ହସ୍ପିଟାଲରେ ୧,୦୦୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦେହରେ ପରୀକ୍ଷଣ ପାଇଁ ସମୟ ଓ ସଂଖ୍ୟା ଧାର୍ଯ୍ୟ ହୋଇଥିଲା । ଏବେ ପଞ୍ଜୀକୃତ ଲୋକଙ୍କ ସଂଖ୍ୟା ସରି ଆସୁଥିବା କାରଣରୁ ଏଭଳି ସ୍ଥିତି ଉପୁଜିଛି ।
ଏହା ବି ପଢ଼ନ୍ତୁ | ବିବାହ ପରେ ବି ଅଫେୟାର୍ ଚଳାଇଥିଲା; ପତ୍ନୀ ଦେଲା ନିଆରା ଦଣ୍ଡ; ହାତଗୋଡ଼ ବାନ୍ଧିବା ପରେ...
‘‘ଏହି ପର୍ଯ୍ୟାୟରେ ଟିକା ପ୍ରୟୋଗ ଲାଗି ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ବଛା ଯାଇଥିଲା । ଏହା ଭିତରେ ବିଭିନ୍ନ ଜଟିଳ ରୋଗ ଭୋଗୁଥିବା ରୋଗୀଙ୍କ ଉପରେ ମଧ୍ୟ ଏହି ଟିକା ପ୍ରୟୋଗ ହୋଇଥିଲା । ମଧୁମେୟ ରୋଗ, ଉଚ୍ଚ ରକ୍ତଚାପ ରୋଗ ଓ ହୃଦ ରୋଗ ଭୋଗୁଥିବା ରୋଗୀଙ୍କ ଦେହରେ ମଧ୍ୟ ଏହା ପ୍ରୟୋଗ କରାଯାଇଛି । ଟିକା ଦିଆଯିବା ପରେ ଏହି ପ୍ରକ୍ରିୟାର ଫଳାଫଳ ଆମକୁ ଉତ୍ସାହିତ କରିଛି,’ କହିଛନ୍ତି ଡଃ ରାଓ ।
ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡଃ ସନ୍ଦୀପ ମିଶ୍ର କହିଛନ୍ତି, ‘‘ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ କେବଳ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ଓ ଲୋକଙ୍କ ଦେହରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଅନୁଧ୍ୟାନ କରାଯାଇଥିଲା । ଏବେ ଏହି ତୃତୀୟ ପର୍ଯ୍ୟାୟରେ ଟିକାର ପ୍ରଭାବକୁ ଅନୁଶୀଳନ କରାଯାଉଛି । ସେଥି ପାଇଁ ଅଧିକ ସ୍ବେଚ୍ଛାସେବୀଙ୍କ ଆବଶ୍ୟକତା ପଡ଼ିବା ସ୍ବାଭାବିକ ।’’