ନବୀନଙ୍କ ସାରଥୀ ସାଜିଲେ ପାଣ୍ଡିଆନ; I-Day ସମାରୋହକୁ ନିଜେ ଗାଡ଼ି ଚଳାଇ ନେଲେ ଓ ଆଣିଲେ

କୋଭିଡ ସଂକ୍ରମଣ ଆଶଙ୍କା ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । କୋଭିଡ ସମୟରେ ପାଣ୍ଡିଆନଙ୍କ ଏହି କାର୍ଯ୍ୟକୁ ପ୍ରଶଂସା ମିଳୁଛି । କୋଭିଡ ସଙ୍କଟ ଆରମ୍ଭ ହେବା ଠାରୁ ଆଜିକୁ ମିଶାଇ ନବୀନ ମାତ୍ର ଚାରି ଥର ଘରୁ ବାହାରକୁ ଆସିଛନ୍ତି ।

ନବୀନଙ୍କ ସାରଥୀ ସାଜିଲେ ପାଣ୍ଡିଆନ; I-Day ସମାରୋହକୁ ନିଜେ ଗାଡ଼ି ଚଳାଇ ନେଲେ ଓ ଆଣିଲେ
ନବୀନଙ୍କୁ କାରରେ ବସାଇ କାର୍ ନିଜେ ଚଳାଉଛନ୍ତି ପାଣ୍ଡିଆନ୍ ।
  • News18 Odia
  • Last Updated: August 15, 2020, 11:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାରଥୀ ସାଜିଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟର 5T ସଚିବ ଭି.କେ.ପଣ୍ଡିଆନ । ୭୪ ତମ ସ୍ୱାଧୀନତା ଦିବସ ଅବସରରେ  ନବୀନ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ପରେଡ଼ ସ୍ଥଳକୁ ଯେଉଁ କାରରେ ପହଞ୍ଚିଥିଲେ ସେହି କାରର ଡ୍ରାଇଭର ସିଟରେ ଦେଖିବାକୁ ମିଳିଥିଲା ପାଣ୍ଡିଆନଙ୍କୁ ।

ନବୀନ ନିବାସରୁ ନିଜେ କାର୍‌ ଚଳାଇ ମୁଖ୍ୟ ମନ୍ତ୍ରୀଙ୍କୁ ପରେଡ଼ ସ୍ଥଳ ଯାଏ ଆଣିଥିଲେ ପାଣ୍ଡିଆନ୍‌ । ମୁଖ୍ୟ ମନ୍ତ୍ରୀ ସବୁଦିନ ଭଳି ଆଗ ସିଟରେ ବସିଥିବା ବେଳେ ଡ୍ରାଇଭର ସିଟରେ ବସିଥିଲେ ଏହି ବରିଷ୍ଠ IAS ଅଧିକାରୀ । ଏହି ଦୁଇ ଜଣଙ୍କ ବ୍ୟତୀତ ମୁଖ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବି ସେ ଗାଡ଼ିରେ ନ ଥିଲେ । କିନ୍ତୁ ପୂର୍ବ ପରି ଏହି ଗାଡି ପଛରେ ଆସିଥିଲା ମୁଖ୍ୟ ମନ୍ତ୍ରୀଙ୍କ କାରକେଡ ।

ସକାଳ ୯ଟା ବେଳେ ପ୍ରଦର୍ଶନୀ ପଡ଼ିଆରେ କାର୍ଯ୍ୟକ୍ରମ ଥିବା ବେଳେ ଠିକ୍‌ ୮ଟା ୫୮ରେ ପହଞ୍ଚିଥିଲା ମୁଖ୍ୟ ମନ୍ତ୍ରୀଙ୍କ ଗାଡ଼ି । କିନ୍ତୁ ପ୍ରଥମେ ଡ୍ରାଇଭର ସିଟରୁ ଓହ୍ଲାଇଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ। ଏହା ଦେଖି ହତବାକ୍‌ ହୋଇଯାଇଥିଲେ ଉପସ୍ଥିତ ଅତିଥିମାନେ । କାର୍ଯ୍ୟକ୍ରମ ସରିବା ପରେ ପୁନର୍ବାର ମୁଖ୍ୟ ମନ୍ତ୍ରୀଙ୍କୁ ଗାଡ଼ିରେ ବସାଇ ନବୀନ ନିବାସରେ ନେଇ ଛାଡ଼ିଥିଲେ ପାଣ୍ଡିଆନ ।

ସମାରୋହ ପରେ ନବୀନ ଓ ପାଣ୍ଡିଆନ୍‌ କାର୍‌ରେ ବସୁଛନ୍ତି । ପାଣ୍ଡିଆନ୍‌ ଡ୍ରାଇଭର୍‌ ସିଟ୍‌ରେ ବସୁଛନ୍ତି ।


ଫେରିବା ସମୟରେ ମୁଖ୍ୟ ମନ୍ତ୍ରୀ ପ୍ରଥମେ ଗାଡ଼ିରେ ବସିବା ପରେ ଡ୍ରାଇଭର ସିଟରେ ବସିଥିଲେ ପାଣ୍ଡିଆନ। ପ୍ରଥମ ଥର ପାଇଁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଆଜିର ଏହି ଘଟଣାକୁ ନେଇ ରାଜ୍ୟର ପାୱାର କରିଡ଼ରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

କୋଭିଡ ଯୋଗୁଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରକୁ ଆସୁ ନ ଥିବା ବେଳେ ଭିଡିଓ କନ୍ଫରେନ୍ସିଂରେ ସବୁ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ମନ୍ତ୍ରୀ ପରିଷଦ ବୈଠକ ହେଉ ବା ନିକଟ ଅତୀତରେ ଆୟୋଜିତ କୋଭିଡ ସମୀକ୍ଷା ବୈଠକ ହେଉ, ମୁଖ୍ୟ ମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂରେ ହିଁ ସେ ସବୁରେ ଭାଗ ନେଇଛନ୍ତି । ନବୀନ ନିବାସରୁ ହେଉଥିବା ଭିଡ଼ିଓ କନ୍ଫରେନ୍ସିଂରେ ମୁଖ୍ୟ ମନ୍ତ୍ରୀଙ୍କ ପାଖରେ କେବଳ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଥାଏ । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।

ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ

ଏହା ବି ପଢ଼ନ୍ତୁ | ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସ ଆସିଲା; ସୁଶାନ୍ତଙ୍କ ମୃତ୍ୟୁର ଦିନକ ଆଗରୁ ଓ ଦିନକ ପରେ ଏକ ରହସ୍ୟମୟ ନମ୍ବରକୁ କଲ୍ କରିଥିଲେ ସେ

କୋଭିଡ ସମୟରେ ଭି.କେ. ପାଣ୍ଡିଆନଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । କୋଭିଡ ସମୟରେ ଆଜିକୁ ମିଶାଇ ମୁଖ୍ୟ ମନ୍ତ୍ରୀ ମାତ୍ର ଚାରି ଥର ବାହାରକୁ ଆସିଛନ୍ତି । ବାତ୍ୟା ଅମ୍ଫନ ପରେ ପ୍ରଧାନ ମନ୍ତ୍ରୀ ଓଡ଼ିଶା ଆସି ବିମାନ ବନ୍ଦରରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିବା ବେଳେ ସେହି ସମୟରେ ମୁଖ୍ୟ ମନ୍ତ୍ରୀ ଏରିଏଲ ସର୍ଭେ କରିଥିଲେ । ରଥ ଯାତ୍ରା ଦିନ ମୁଖ୍ୟ ମନ୍ତ୍ରୀ ଲୋକସେବା ଭବନ ଆସିଥିବା ବେଳେ ଆଜି ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଥିଲେ।



ଏହା ପୂର୍ବରୁ କୋଭିଡ ସମୟରେ ସୁରକ୍ଷା ଦୃଷ୍ଟିରୁ ବହୁ ଅଫିସର ଓ ମନ୍ତ୍ରୀ ନିଜ ଗାଡ଼ି ନିଜେ ଚଳାଇ ଅଫିସ ଆସୁଥିବା ଦେଖାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ ମୁଖପାତ୍ର ସୁବ୍ରତ ବାଗଚି ନିଜ ଗାଡ଼ି ନିଜେ ଚଳାଉଥିବା ବହୁ ସମୟରେ ଦେଖାଯାଇଛି । ସେ ଗୀତ ଗୋବିନ୍ଦ ସଦନକୁ ସାମ୍ବାଦିକ ସମ୍ମିଳନୀ ପାଇଁ ହେଉ କି ଲୋକସେବା ଭବନକୁ କାର୍ଯ୍ୟରେ ହେଉ, ନିଜ ଇନୋଭା ଗାଡ଼ି ନିଜେ ଚଳାଇଯାଉଥିବା ଦେଖାଯାଇଛି । ସେହି ପରି ବିଏମସି କମିଶନର ମଧ୍ୟ ନିଜ ଗାଡ଼ିକୁ ନିଜେ ଚଳାଉଥିବା ଦେଖାଯାଉଛି । କେବଳ ଅଫିସର ନୁହନ୍ତି, ମନ୍ତ୍ରୀ ଅରୁଣ ସାହୁ ବି ଅନେକ ସମୟରେ ଲୋକସେବା ଭବନକୁ ନିଜ ଗାଡ଼ିରେ ଆସିଥିବା ଦେଖିବାକୁ ମିଳିଛି ।
Published by: Anand Shankar Thankur Das
First published: August 15, 2020, 11:17 PM IST
corona virus btn
corona virus btn
Loading