ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ବିରାଟ କୋହଲି କରୋନା ଟିକାର ପ୍ରଥମ ଡୋଜ ନେଲେ; ଲୋକଙ୍କୁ ଏହି ଖାସ୍ ଅପିଲ କଲେ

ବିରାଟ କୋହଲି କରୋନା ଟିକାର ପ୍ରଥମ ଡୋଜ ନେଲେ; ଲୋକଙ୍କୁ ଏହି ଖାସ୍ ଅପିଲ କଲେ

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଇଛନ୍ତି । ତାଙ୍କ ପୂର୍ବରୁ ଟେଷ୍ଟ ଦଳର ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଶିଖର ଧାୱନ ମଧ୍ୟ କରୋନା ଟିକା ଲଗାଇ ସାରିଛନ୍ତି ।

ବିରାଟ କୋହଲି କରୋନା ଟିକାର ପ୍ରଥମ ଡୋଜ ନେଲେ; ଲୋକଙ୍କୁ ଏହି ଖାସ୍ ଅପିଲ କଲେ
ବିରାଟ କୋହଲି କରୋନା ଟିକାର ପ୍ରଥମ ଡୋଜ ନେଲେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଇଛନ୍ତି । ତାଙ୍କ ପୂର୍ବରୁ ଟେଷ୍ଟ ଦଳର ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଶିଖର ଧାୱନ ମଧ୍ୟ କରୋନା ଟିକା ଲଗାଇ ସାରିଛନ୍ତି । ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ସଦସ୍ୟ ଥିଲେ ଯିଏ ଏହି କରୋନା ଟିକା ନେଇଥିଲେ । ମାର୍ଚ୍ଚରେ ଶାସ୍ତ୍ରୀ ଟିକାର ପ୍ରଥମ ଡୋଜ ନେଇଥିଲେ ।

କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରୋନା ଟିକାର ନାଉଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହା ସହ ସେ ଲୋକଙ୍କୁ ଶୀଘ୍ର ଟିକା ନେବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ଟୀକାକରଣ ଅଧୀନରେ ଅଛନ୍ତି । ଦୟାକରି ସେମାନେ ଟିକାକୁ ଯଥାଶୀଘ୍ର ନିଅନ୍ତୁ । ଯାହାଫଳରେ କରୋନା ଭୂତାଣୁର ବିସ୍ତାରକୁ ରୋକା ଯାଇପାରିବ । ଇଶାନ୍ତ ଓ ତାଙ୍କ ପତ୍ନୀ ପ୍ରତୀମା ମଧ୍ୟ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି ।



ଇଶାନ୍ତ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ଯେ ମୁଁ ଏଥିପାଇଁ କୃତଜ୍ଞ ଓ ଏହି କାର୍ଯ୍ୟରେ ଜଡିତ ସମସ୍ତ ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି । ବ୍ୟବସ୍ଥା ସୂଚାରୁ ଭାବେ ଚାଲୁଥିବାରୁ ଖୁସି । ଯଥା ଶୀଘ୍ର ସମସ୍ତ ଟୀକାକରଣ କରନ୍ତୁ । ଧୱନ ମଧ୍ୟ କିଛି ଦିନ ପୂର୍ବରୁ କରୋନା ଟିକା ନେଇଥିଲେ । ଏହା ପରେ ସେ ମଧ୍ୟ ଟିକା ଶୀଘ୍ର ନେବାକୁ ଲୋକମାନଙ୍କୁ ନିବେଦନ କରି କହିଥିଲେ ଯେ ଏହା କରୋନାକୁ ରୋକିବାରେ ସାହାଯ୍ୟ କରିବ ।



ଭାରତୀୟ ଦଳ ଜୁନ୍ ୨ରେ ଇଂଲଣ୍ଡ ଗସ୍ତରେ ଯିବେ
ଜୁନ୍ ୨ ରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଇଂଲଣ୍ଡ ଗସ୍ତ କରିବ । ଏହାପୂର୍ବରୁ ଖେଳାଳିମାନେ କରୋନା ଟିକା ନେଉଛନ୍ତି । ଯାତ୍ରା ପୂର୍ବରୁ ଦଳର ସମସ୍ତ ସଦସ୍ୟ ମୁମ୍ବାଇରେ ଏକାଠି ହେବେ ଓ ଏଠାରେ ଥିବା ଏକ ହୋଟେଲରେ ୮ ଦିନ ପାଇଁ ଆଇସୋଲେସନ ରହିବେ । ଭାରତୀୟ ଦଳ ୧୮ ରୁ ୨୨ ଜୁନ୍ ମଧ୍ୟରେ ଇଂଲଣ୍ଡର ସାଉଥମ୍ପଟନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ WTC ଫାଇନାଲ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଟିମ୍ ଇଣ୍ଡିଆ ଅଗଷ୍ଟ-ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ୍ ଖେଳିବ । ଏହା ଅଗଷ୍ଟ ୪ ରୁ ନଟିଂହାମରେ ଆରମ୍ଭ ହେବ । ଶେଷ ମ୍ୟାଚ୍ ମଞ୍ଚେଷ୍ଟରରେ ଖେଳାଯିବ ।

ଆଘାତ ପରେ ମହମ୍ମଦ ଶାମି ଓ ଜାଡେଜା ଦଳକୁ ଫେରିଛନ୍ତି
ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ପାଇଁ ଚୟନକର୍ତ୍ତାମାନେ ୨୦ ଜଣିଆ ଦଳ ଚୟନ କରିଛନ୍ତି । ଏହା ବ୍ୟତୀତ ଚାରିଜଣ ଖେଳାଳିଙ୍କୁ ମଧ୍ୟ ଷ୍ଟାଣ୍ଡବାଇ ରଖାଯାଇଛି । ଏଥିରେ ଅଭିମନ୍ୟୁ ଇସରୱାନ୍, ପ୍ରସିଦ୍ଧ କୃଷ୍ନା, ଆବେଶ ଖାନ୍ ଓ ଅର୍ଜନ୍ ନାଗସ୍ୱାଲା ସାମିଲ ଅଛନ୍ତି । ଆହତ ଅବସ୍ଥାରୁ ସୁସ୍ଥ ହେବା ପରେ ମହମ୍ମଦ ଶାମି, ରବିନ୍ଦ୍ର ଜାଡେଜା ଓ ହନୁମା ବିହାରୀ ଦଳକୁ ଫେରିଛନ୍ତି ।
Published by: Jagdish Barik
First published: May 10, 2021, 3:42 PM IST