ବଡ଼ ଅଡ଼ୁଆରେ ପଡ଼ିଛନ୍ତି ବିରାଟ କୋହଲି; ହୁଏତ କ୍ୟାପଟେନ୍ ପଦ ଛାଡ଼ିବାକୁ ପଡ଼ିପାରେ ତାଙ୍କୁ

ବିସିସିଆଇକୁ ପଠାଯାଇଥିବା ଏକ ଅଭିଯୋଗ ପତ୍ରରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲିଙ୍କୁ ନିଜ ପଦ ଛାଡ଼ିବା ପାଇଁ ଆଦେଶ ଦେବାକୁ ଅନୁରୋଧ କରାଯାଇଛ । କୋହଲି ଏକ ସମୟରେ ଦୁଇଟି ପଦରେ ଥିବାରୁ ଏହି ସମସ୍ୟା ଆସିଛି ।

ବଡ଼ ଅଡ଼ୁଆରେ ପଡ଼ିଛନ୍ତି ବିରାଟ କୋହଲି; ହୁଏତ କ୍ୟାପଟେନ୍ ପଦ ଛାଡ଼ିବାକୁ ପଡ଼ିପାରେ ତାଙ୍କୁ
କୋଚ୍ ରବି ଶାସ୍ତ୍ରୀଙ୍କ ସହ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି (ବାମ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଏବେ କରୋନା ଭାଇରସ୍ (Coronavirus) କାରଣରୁ କ୍ରିକେଟ୍ ପୂରା ଠପ୍‌ ହୋଇ ରହିଛି । ଭାରତୀୟ କ୍ରିକେଟରମାନେ ବି ଗ୍ରାଉଣ୍ଡକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି । ଏବେ ତ କ୍ରିକେଟରମାନେ ନିଜେ ବି ଜାଣି ନାହାଁନ୍ତି ସେମାନେ କେତେ ଦିନ ପରେ ପଡ଼ିଆକୁ ଫେରିବେ । କିନ୍ତୁ ଘରେ ବସି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି (Virat Kohli) ଅନେକ ଅସୁବିଧାରେ ପଡ଼ିଛନ୍ତି । ବିରାଟ କୋହଲିଙ୍କୁ ଉପରେ ସ୍ୱାର୍ଥର ଦ୍ୱନ୍ଦ୍ୱ (conflict of interests) ଅଭିଯୋଗ କରାଯାଇଛି । ଏଥି ପାଇଁ ସଞ୍ଜୀବ ଗୁପ୍ତା ବିସିସିଆଇର (BCCI) ଲୋକପାଳଙ୍କ ପାଖକୁ ଏକ ମେଲ୍‌ ପଠାଇଛନ୍ତି ।

ମଧ୍ୟ ପ୍ରଦେଶ କ୍ରିକେଟ୍‌ ଆସୋସିଏସନର ସଦସ୍ୟ ସଞ୍ଜୀବ ଗୁପ୍ତା ବିସିସିଆଇ ସମ୍ବିଧାନ ବିଷୟରେ ଭଲ କରି ଜାଣିଥିବା ଲୋକଙ୍କ ମଧ୍ୟରୁ ଜଣେ ଭାବେ ଜଣାଶୁଣା । ସେ ବିରାଟ କୋହଲିଙ୍କ ବ୍ୟାବସାଟିକ କାର୍ଯ୍ୟକଳାପ ବିଷୟରେ ବିସିସିଆଇକୁ ମେଲ୍‌ ଲେଖି କହିଛନ୍ତି ଯେ ସେ ସବୁ ଦ୍ୱାରା କୋହଲି ଲୋଢ଼ା କମିଟିର (Lodha Committee) ସୁପାରିଶର ଉଲ୍ଲଙ୍ଘନ କରୁଛନ୍ତି ।

ସଞ୍ଜୀବ ଗୁପ୍ତାଙ୍କ କହିବା ଅନୁସାରେ କୋହଲି ଏକ ସମୟରେ ଦୁଇଟି ପଦରେ ଅଛନ୍ତି, ଯାହା ସୁପ୍ରିମ କୋର୍ଟଙ୍କ ଦ୍ୱାରା ଅନୁମୋଦନ ହୋଇଥିବା ବିସିସିଆଇ ନିୟମ ୩୮ (୪) ର ଉଲ୍ଲଙ୍ଘନ । ତେଣୁ କୋହଲିଙ୍କୁ ଗୋଟିଏ ପଦ ଛାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ନିଜ ମେଲରେ ଗୁପ୍ତା କୋହଲିଙ୍କ କମ୍ପାନୀ ‘ବିରାଟ କୋହଲି ସ୍ପୋର୍ଟ୍ସ LLP’ ବିଷୟରେ ଲେଖିଛନ୍ତି । ଏହି କମ୍ପାନୀରେ ଦୁଇ ଜଣ ନିର୍ଦ୍ଦେଶକ / ମାଲିକ ଅଛନ୍ତି – ବିରାଟ କୋହଲି ଓ ଅମିତ ଅର୍ଜୁନ ସଜଦେ । ଗୁପ୍ତା ଆହୁରି ବି ଲେଖିଛନ୍ତି ଯେ ‘କର୍ଣ୍ଣରଷ୍ଟୋନ୍‌ ଭେଞ୍ଚର ପାର୍ଟନର୍ସ୍‌ LLP’ ନାମକ ଅନ୍ୟ ଏକ କମ୍ପାନୀରେ ତିନି ଜଣ ନିର୍ଦ୍ଦେଶକ / ମାଲିକଙ୍କ ମଧ୍ୟରେ କୋହଲି ଅଛନ୍ତି । ଅନ୍ୟ ଦୁଇ ଜଣ ହୋଉଛନ୍ତି ଅମିତ ଅର୍ଜୁନ ସଜଦେ ଓ ବିନୟ ଭାରତ ଖିମଜୀ ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି


ସଞ୍ଜୀବ ଗୁପ୍ତା କୋହଲିଙ୍କୁ ଗୋଟିଏ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ ବିସିସିଆଇର ନୈତିକ ଅଧିକାରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହା ଦ୍ୱାରା ବିସିସିଆଇ ସମ୍ବିଧାନର ନିୟମ ସଂଖ୍ୟା ୩୮(୪) ପାଳନ ହୋଇପାରିବ । ଗୁପ୍ତା କହିଛନ୍ତି ଯେ ବିସିସିଆଇ ଲୋଢ଼ା କମିଟିର ସବୁ ସୁପାରିଶକୁ ମାନୁ ବୋଲି ଚାହିଁବା ବ୍ୟତୀତ ତାଙ୍କର ଏହି ମେଲ୍‌ ଓ ଅନୁରୋଧ ପଛରେ ଆଉ କିଛି କାରଣ ନାହିଁ ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଭାବପ୍ରବଣ ପୋଷ୍ଟ୍ କଲେ: ‘‘ଆମେ ତତେ ସବୁ ଦିନ ପାଇଁ ଭଲ ପାଇବୁ’’

ଏହା ବି ପଢ଼ନ୍ତୁ: ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଗାଙ୍ଗୁଲି ମଧ୍ୟ ବିବାଦରେ

ବିସିସିଆଇ ସଭାପତି (BCCI president) ସୌରଭ ଗାଙ୍ଗୁଲି (Sourav Ganguly) ବି ଏହି ସ୍ୱାର୍ଥର ଦ୍ୱନ୍ଦ୍ୱ ଅଭିଯୋଗର ସାମନା କରୁଛନ୍ତି । ଅସଲରେ ଗାଙ୍ଗୁଲି ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଏହାର କ୍ୟାପସନରେ କହିଛନ୍ତି ଯେ ସେ ହେଉଛନ୍ତି ଜେଏସଡବ୍ଲୁ ସିମେଣ୍ଟର (JSW Cement) ବ୍ରାଣ୍ଡ ଆମ୍ବାସାଡର । JSW ସ୍ପୋର୍ଟସ୍ ଆଇପିଏଲ୍ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ । JSW ସିମେଣ୍ଟ କମ୍ପାନୀ ବି JSW ଗୃପର ଏକ ଅଂଶ । ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ପରାମର୍ଶଦାତା ଗାଙ୍ଗୁଲିଙ୍କୁ ଲାଗୁନି ଯେ ଏଥିରେ କୌଣସି ସ୍ୱାର୍ଥର ଦ୍ୱନ୍ଦ୍ୱ ମାମଲା ଆସୁଛି ।
First published: July 5, 2020, 8:31 PM IST
corona virus btn
corona virus btn
Loading