କରୋନା ଭାଇରସ୍ ସମୟରେ ଦେଶର ନେତୃତ୍ୱ: ଏକ ଭାଇରାଲ୍ ଟ୍ୱିଟର୍ ଥ୍ରେଡରେ ଅଛି ଅନେକ ସୂକ୍ଷ୍ମ କଥା

ନରେନ୍ଦ୍ର ମୋଦିଙ୍କ ସରକାରକୁ ସମାଲୋଚନା କରିବା ପାଇଁ କିଛି ଲୋକ ବ୍ୟବହାର କରୁଥିବା ଫାଶିବାଦର ଆରୋପକୁ ଭ୍ରମାତ୍ମକ ବୋଲି ଯୁକ୍ତି କରି କହିଛନ୍ତି ନତାଶା ରାଠୋଡ଼ । ମୋଦିଙ୍କୁ ଭାରତର ଘଡ଼ସନ୍ଧି ସମୟରେ ଏକ ପ୍ରକୃଷ୍ଟ ନେତା ଭାବରେ ଦେଖିଛନ୍ତି ସେ ।

କରୋନା ଭାଇରସ୍ ସମୟରେ ଦେଶର ନେତୃତ୍ୱ: ଏକ ଭାଇରାଲ୍ ଟ୍ୱିଟର୍ ଥ୍ରେଡରେ ଅଛି ଅନେକ ସୂକ୍ଷ୍ମ କଥା
ନତାଶଜା ରାଠୋଡ଼
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମୁମ୍ବାଇରେ ରହୁଥିବା ଚଳଚ୍ଚିତ୍ର ନିର୍ମାତା ତଥା ସାମାଜିକ ଉଦ୍ୟୋଗୀ ନତାଶଜା ରାଠୋଡ଼ ଏକ ଅସାଧାରଣଭାବେ ଲମ୍ବା ଟ୍ୱିଟର ଥ୍ରେଡ୍‌ ପୋଷ୍ଟ କରିଛନ୍ତି ଯେଉଁଥିରେ ୬୯ଟି ଟ୍ୱିଟ୍ ଅଛି । ତାଙ୍କର ସିଧା ସିଧା କଥା କହୁଥିବା ଟ୍ୱିଟଗୁଡ଼ିକ ଭାରତୀୟ ଟ୍ୱିଟର୍‌ ବ୍ୟବହାରକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛି ଓ ହଜାର ହଜାର ସଂଖ୍ୟାରେ ଲାଇକ୍‌ ଓ ରିଟ୍ୱିଟ୍‌ ହେଉଛି ।

ଏହି ଟ୍ୱିଟର୍‌ ଥ୍ରେଡରେ ନତାଶା ଏବେ ଜାରି ଥିବା କରୋନା ଭାଇରସ୍‌ ମହାମାରୀ ବିଷୟରେ କେତେକ ଜରୁରୀ ପ୍ରଶ୍ନ ପଚାରିଛନ୍ତି ଓ ତା’ର ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି ।

ନତାଶା ତାଙ୍କ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ପିତାଙ୍କ ବ୍ୟକ୍ତିଗତ ଅନୁଭୂତି ଓ ବିଗତ ଦଶନ୍ଧିମାନଙ୍କରେ ଭାରତ ସମ୍ମୁଖୀନ ହେଉଥିବା ସାମାଜିକ-ରାଜନୈତିକ –ଅର୍ଥନୈତିକ ଚ୍ୟାଲେଞ୍ଜଗୁଡ଼ିକୁ ବୁଝେଇବାରେ ସେ ସାମନା କରିଥିବା ସଙ୍ଘର୍ଷରୁ ଏହି କଥା ଆଣି ଏହି ଟ୍ୱିଟର୍‌ ଥ୍ରେଡ୍‌ ଲେଖିଛନ୍ତି ।

ସେ ନିଜ ଟ୍ୱିଟଗୁଡ଼ିକରେ ସେ ଆମେରିକାର ରାଜନୈତିକ ବିଶେଷଜ୍ଞ ଜିନ୍ ଶାର୍ପଙ୍କ କାର୍ଯ୍ୟ ସହିତ ଭାରତରେ ଯାହା ଘଟୁଛି ତାହା ଉପରେ ଆଲୋକପାତ କରିଛନ୍ତି । ସାର୍ପ୍‌ ନିଜ କାର୍ଯ୍ୟରେ ଦେଖାଇଥିଲେ ‘‘କେମିତି ୧୯୮ଟି ଉପାୟରେ ଅହିଂସା ଓ ଗଣତାନ୍ତ୍ରିକ ମାଧ୍ୟମରେ ସରକାରକୁ ଗଡ଼େଇ ପକେଇ ହେବ’’ । ନତାଶାଙ୍କ ଅନୁଯାୟୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଭାଙ୍ଗି ଦେବାକୁ ଚାଲିଥିବା ‘‘ରାଜନୈତିକ ଖେଳ’’ ଦେଶର ଗଣତାନ୍ତ୍ରିକ ତଥା ଧର୍ମନିରପେକ୍ଷ ପରମ୍ପରା ପାଇଁ ତା’ ଠାରୁ ଆହୁରି ଅଧିକ ବିପଜ୍ଜନକ ।



ନତାଶା ମୋଦିଙ୍କୁ ଭାରତର ଘଡ଼ସନ୍ଧି ସମୟରେ ଏକ ପ୍ରକୃଷ୍ଟ ନେତା ଭାବରେ ଦେଖିଛନ୍ତି ଏବଂ କହିଛନ୍ତି ଯେ ପ୍ରଥମ ଥର ପାଇଁ ଭାରତରେ ଜଣେ ନେତା ଆସିଛନ୍ତି ‘‘ଯିଏ ଭାରତର ୯୦% ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଛନ୍ତି’’ ଏବଂ ‘‘ସେହି ସାମାଜିକ-ଅର୍ଥନୈତିକ ସ୍ତରରୁ ଆସିଛନ୍ତି ଯିଏ ସାଧାରଣ ଜନତାଙ୍କୁ ବୁଝନ୍ତି’’ ।

ସେ ସଦଗୁରୁଙ୍କ ପରି ଜନସାଧାରଣଙ୍କ ମଙ୍ଗଳ ପାଇଁ କରୁଥିବା ଲୋକଙ୍କ ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ବର୍ତ୍ତମାନର ସରକାରଙ୍କୁ ସମାଲୋଚନା କରିବା ପାଇଁ ବ୍ୟବହୃତ ଫାଶିବାଦର କଥାକୁ ସେ ଭ୍ରମାତ୍ମକ ବୋଲି କହିଛନ୍ତି।

‘‘ଯଦି ତୁମେ କହୁଥିବା ମୁତାବକ ସରକାର ଫାସିଷ୍ଟ ଅଟନ୍ତି, ତାହେଲେ ତୁମେ ଏହା କହିବାର ସ୍ୱାଧୀନତା ପାଇଥା’ନ୍ତ କି? ମୋଦି ସରକାରଙ୍କୁ ପାଞ୍ଚ ବର୍ଷ ହୋଇଗଲାଣି । ଯଦି ବାସ୍ତବରେ ସମ୍ପୂର୍ଣ୍ଣ ଫାସିଜିମ୍ ହେବାର ଥାଆନ୍ତା, ଯଦି ପ୍ରକୃତରେ ତାହା ଉଦ୍ଦେଶ୍ୟ ଥିଲା, ତାହେଲେ ବର୍ତ୍ତମାନ ସୁଦ୍ଧା ହୋଇସାରିଥାନ୍ତା,’’ ଲେଖିଛନ୍ତି ନତାଶା ।

ଟ୍ୱିଟରର ଭିଟ୍ରିଓଲରେ ଭରପୂର ପରିବେଶ ବିଷୟରେ ମନ୍ତବ୍ୟ ଦେଇ ନତାଶା କହିଛନ୍ତି ଯେ ଅନଲାଇନରେ ନକାରାତ୍ମକ ଭାବନା ବିସ୍ତାର କରେଇବା ଭାରି ସହଜ, ଆଉ ସେହି ନକାରାତ୍ମକତା ବର୍ତ୍ତମାନ ଭାରତର କରୋନା ଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ଏକ ପ୍ରତିବନ୍ଧକ ସାବ୍ୟସ୍ତ ହେଉଛି ।

ଯେମିତି ଆଶା କରାଯାଉଥିଲା, ଏହି ଟ୍ୱିଟର ଥ୍ରେଡ୍‌ ବିତର୍କର ଉଭୟ ପାର୍ଶ୍ୱରେ ବେଶ୍‌ ଆଗ୍ରହ ଓ ଉତ୍ତେଜନା ସୃଷ୍ଟି କରିଛି । ଅନେକ ଟ୍ୱିଟର ବ୍ୟବହାରକାରୀ ନତାଶାଙ୍କ ମତକୁ ସମର୍ଥନ କରି ଟ୍ୱିଟ୍ କରିଛନ୍ତି: ‘‘ଅତି ବଳିଷ୍ଠ ଲେଖା । ଏହାକୁ ପଢ଼ିବା ଆବଶ୍ୟ,’’ ଏକ ଟ୍ୱିଟରେ ଲେଖିଛନ୍ତି @Flamingeyeballz ।

କେତେକ ନତାଶାଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରିଛନ୍ତି । @TamizhRatsaschi ଏକ ଟ୍ୱିଟରେ ଲେଖିଛନ୍ତି: ‘‘ଯେତେବେଳେ ତୁମେ ‘ଲୋକେ ଆଗ’ ନ କହି ‘ଦେଶ ଆଗ’ ବୋଲି କହୁଛ, ଆମେ ଆମେ ତୁମର ସାଫ୍ରନ୍ ରଙ୍ଗ ଦେଖିପାରୁଛୁ’’ ।
First published: April 1, 2020, 6:40 PM IST
corona virus btn
corona virus btn
Loading