ରାଜ୍ୟରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଲକଡାଉନ୍ ପୁଣି ବଢ଼ାଇବା ଉପରେ ଚର୍ଚ୍ଚା ଚାଲିଛି

ବାତ୍ୟା ୟାସ୍ ପୂର୍ବରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୧୦,୦୦୦ ଉପରେ ରହୁଥିବା ବେଳେ କିଛି ଜିଲ୍ଲାରୁ ଟେଷ୍ଟିଂ ବାଦ୍ ଦିଆଯାଇଥିରୁ ସେହି ସଂଖ୍ୟା ଏବେ ୭,୦୦୦କୁ ଖସିଛି । କିନ୍ତୁ କରୋନାଜନିତ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ହୋଇଛି ।

ଲକଡାଉନ୍ ବେଳେ ଭୁବନେଶ୍ୱରରେ ଏକ ସକାଳିଆ ପରିବା ମାର୍କେଟର ଦୃଶ୍ୟ

ଲକଡାଉନ୍ ବେଳେ ଭୁବନେଶ୍ୱରରେ ଏକ ସକାଳିଆ ପରିବା ମାର୍କେଟର ଦୃଶ୍ୟ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମୁଥିଲେ ବି ତାହା ବାତ୍ୟା ୟାସ୍‌ ଯୋଗୁଁ ହୋଇଥିବା କମ୍‌ ନମୁନା ପରୀକ୍ଷା କାରଣରୁ ହୋଇଥାଇପାରେ ଓ ଆଗାମୀ କିଛି ଦିନ ପରେ ପୁଣି ବଢ଼ିପାରେ ବୋଲି ଆଶଙ୍କା କରି ଲକଡାଉନର ଅବଧିକୁ ବଢ଼ାଇବା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । କୋଭିଡ୍‌-ଜନିତ ମୃତ୍ୟୁ ସଂଖ୍ୟା ବଢି଼ ଚାଲିଥିବାରୁ ପୁଣି ଥରେ ଲକଡାଉନ୍‌ ଅବଧି ବଢ଼ାଯିବା ଉଚିତ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।

ଡାକ୍ତରମାନଙ୍କ ମତରେ କରୋନା ସଂକ୍ରମଣର ଚେନକୁ ଭାଙ୍ଗିବାକୁ ହେଲେ ମହାରାଷ୍ଟ୍ର ଓ ଦିଲ୍ଲୀ ଢାଞ୍ଚାରେ ଲକଡାଉନକୁ କଡ଼ାକଡ଼ି ଓ ଦୀର୍ଘକାଳୀନ କରାଯିବାର ଆବଶ୍ୟକତା ରହିଛି । ଏହା ହିଁ କରୋନା ଉପରେ କାବୁ ପାଇବା ପାଇଁ ଏକ ମାତ୍ର ଉପାୟ । ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଲକଡ଼ାଉନ୍‌ ଓ ୧୯ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନର ପ୍ରଭାବ ଏବେ ଅନୁଭୂତ ହେଉଥିବା ବେଳେ ଏହାକୁ ଅତି କମରେ ଆଉ ଦୁଇ ସପ୍ତାହ ବଢ଼ାଇବା ଜରୁରୀ ବୋଲି କହିଛନ୍ତି ଅନେକ ଚିକିତ୍ସକ । ସେମାନଙ୍କ ଏହି ମତକୁ ଯଥାର୍ଥ ବୋଲି କରିଛନ୍ତି ଜୀବ ବିଜ୍ଞାନୀ ଓ ବୁଦ୍ଧିଜୀବୀମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟର କରୋନା ପଜିଟିଭ୍ ଲୋକଙ୍କ ସଂଖ୍ୟା ୭,୪୭,୧୪୩ରେ ପହଞ୍ଚିଥିବା ବେଳେ ସେଥିରୁ ଏବେ ସକ୍ରିୟ ମାମଲାର ସଂଖ୍ୟା ୯୭,୨୭୧ ରହିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ୬,୪୭,୧୩୩ ଜଣ କରୋନାରୁ ମୁକ୍ତ ହୋଇଥିବା ବେଳେ ୨,୬୮୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ସପ୍ତାହକ ତଳେ ରାଜ୍ୟରେ ଦୈନିକ କରୋନା ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ନିୟମିତ ଭାବେ ୧୦,୦୦୦ ଉପରେ ରହୁଥିଲା । ଏପରିକି ୧୨,୦୦୦ ବି ଟପିଥିଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

ବାତ୍ୟା ୟାସ୍‌ ପୂର୍ବରୁ ସାରା ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୈନିକ ୧୦,୦୦୦ ଉପରେ ରହୁଥିବା ବେଳେ କିଛି ଜିଲ୍ଲାରୁ ଟେଷ୍ଟିଂ ବାଦ୍ ଦିଆଯିବା କାରଣରୁ ଦୈନିକ ସଂକ୍ରମଣ ସଂଖ୍ୟା ଏବେ ୭,୦୦୦କୁ ଖସିଛି । କିନ୍ତୁ ଚିନ୍ତାଜନକ ବିଷୟ ହେଲା କରୋନାଜନିତ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଗତ ୨୫ ତାରିଖରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩ ଥିବା ବେଳେ ୨୬ ତାରିଖରେ ଏହା ୩୫, ୨୭ ତାରିଖରେ ୩୪, ୨୮ ତାରିଖରେ ୩୩ ଓ ୨୯ ତାରିଖରେ ୩୫ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ ହେଲା

‘‘ରାଜ୍ୟରେ କରୋନାର ପ୍ରଭାବ ମାରାତ୍ମକ ହେବାରେ ଲାଗିଛି । ଏହାକୁ କମ୍ କରିବାକୁ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଲକଡାଉନକୁ ସମ୍ପ୍ରସାରିତ କରାଯାଇଥିବା ବେଳେ ସପ୍ତାହନ୍ତ ସଟଡାଉନ୍‌ ମଧ୍ୟ ଲାଗୁ କରାଯାଇଛି । ଅବଶ୍ୟ ଧୀରେ ଧୀରେ ଏହାର ପ୍ରଭାବ ଏବେ ଅନୁଭୂତ ହେଉଛି । ତେବେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଏହି ଲକଡାଉନ ଓ ସଟଡାଉନକୁ ଅତି କମରେ ଆଉ ଦୁଇ ସପ୍ତାହ ବୃଦ୍ଧି କରାଯିବା ଆବଶ୍ୟକ । ଏହା ଦ୍ୱାରା ସଂକ୍ରମଣ ହାର କମିବା ସହ କୋଭିଡଜନିତ ମୃତ୍ୟୁ ସଂଖ୍ୟା ବି କମିବ,’’ କହିଛନ୍ତି ଚିକିତ୍ସକ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ।

ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞମାନେ

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ‘‘ଯେତେବେଳେ ସାରା ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲା ସେତେବେଳେ ମହାରାଷ୍ଟ୍ର ଓ ନୂଆ ଦିଲ୍ଲୀରେ ସଂକ୍ରମଣ ଓ ମୃତ୍ୟୁ ହାର ଚିନ୍ତା ବଢ଼ାଇ ଦେଇଥିଲା । ଟେଷ୍ଟିଂ ଓ ଭ୍ୟାକ୍ସିନ ସହିତ ଉଭୟ ରାଜ୍ୟର ସରକାର ଲକଡାଉନ ଓ ସଟଡାଉନକୁ ଗୁରୁତ୍ୱ ଦେବା କାରଣରୁ ଆଶ୍ଚର୍ଯ୍ୟଜନକ ଭାବେ ଉଭୟ ରାଜ୍ୟରେ କରୋନା ସଂକ୍ରମଣ କମିଛି । ତେଣୁ ଓଡ଼ିଶାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ଓ ଦିଲ୍ଲୀ ଢାଞ୍ଚାରେ ଉଭୟ ଲକଡାଉନ ଓ ସଟଡାଉନକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିବାର ଆବଶ୍ୟକତା ରହିଛି । ଅତି କମରେ ଆଉ ଦୁଇ ସପ୍ତାହ ଲକଡାଉନ୍‌ ବୃଦ୍ଧି କରିବାର ଆବଶ୍ୟକତା ରହିଛି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

‘‘କରୋନା ଭୂତାଣୁ ଉପରେ ଏବେ ସୁଦ୍ଧା କାବୁ ପାଇବା ପାଇଁ ସଠିକ୍ ଔଷଧ ଆସି ନାହିଁ । ପ୍ରତିଷେଧକ ଅର୍ଥାତ୍‌ ଭ୍ୟାକ୍ସିନ୍‌ ମଧ୍ୟ ଶହେ ପ୍ରତିଶତ ଫଳପ୍ରଦ ହୋଇପାରୁ ନାହିଁ । ବାରମ୍ବାର ଭୂତାଣୁ ରୂପ ବଦଳାଉଥିବା କାରଣରୁ ଏଥିରେ ରୋକ୍ ଲଗାଇବା ପାଇଁ ଲକଡାଉନ୍‌ ଓ ସଟଡାଉନର ଆବଶ୍ୟକତା ରହିଛି,’’ କହିଛନ୍ତି ଭୁବନେଶ୍ୱରସ୍ଥିତ ଭାରତୀୟ ଜୀବବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡଃ ସନ୍ଦୀପ ମିଶ୍ର ।



ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜୁନ୍ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସରିବା ପୂର୍ବରୁ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ୍‌ ବୃଦ୍ଧି କରିବାକୁ ସରକାର ଚିନ୍ତା କରୁଛନ୍ତି । ଏହା ଉପରେ ଶୀଘ୍ର ସରକାରୀ ମୋହର ବାଜିବ ବୋଲି ବୁଦ୍ଧିଜୀବୀମାନେ ଆଶା କରୁଛନ୍ତି ।
Published by:Anand S.T. Das
First published: