କରୋନା କଟକଣା ଯୋଗୁଁ ବଦଳିଲା ଭୁବନେଶ୍ୱର ୧ ନମ୍ୱର ହାଟର ରୂପରେଖ; ଏବେ ରାସ୍ତା ଉପରେ ହାଟ

ଏଣିକି ରାସ୍ତା ଉପରେ ବସିବ ଭୁବନେଶ୍ୱରର ୧ ନମ୍ବର ପରିବା ହାଟ । କରୋନା କଟକଣା ଯୋଗୁଁ ଦୋକାନୀମାନଙ୍କ ମଧ୍ୟରେ ରହିବ ଅତି କମରେ ୧୦ ମିଟର ଦୂରତା ।

କରୋନା କଟକଣା ଯୋଗୁଁ ବଦଳିଲା ଭୁବନେଶ୍ୱର ୧ ନମ୍ୱର ହାଟର ରୂପରେଖ; ଏବେ ରାସ୍ତା ଉପରେ ହାଟ
ପୂର୍ବରୁ ମାର୍କେଟ୍ ଭିତରେ ଲୋକେ ସାମାଜିକ ଦୂରତା ପାଳନ କରୁ ନ ଥିଲେ ।
  • News18 Odia
  • Last Updated: March 27, 2020, 12:23 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ଆବଶ୍ୟକ ହେଉଥିବା ସାମାଜିକ ଦୂରତାର ଦୃଢ଼ ଅନୁପାଳନ ଉଦ୍ଦେଶ୍ୟରେ ରାଜଧାନୀର ୧ ନମ୍ବର ପରିବା ମାର୍କେଟର ରୂପରେଖ ବଦଳାଯାଇଛି । ଗତ ଦୁଇ ଦିନ ହେବ ଲକଡାଉନ ସତ୍ତ୍ୱେ ରାଜଧାନୀରେ ବେଧଡକ ଚାଲିଥିଲା କିଣାବିକା । ତାହାରି ଭିତରେ ସାଧାରଣ ଲୋକ ଭୁଲିଯାଇଥିଲେ ସାମାଜିକ ଦୂରତା ପାଳନ ପାଇଁ ସରକାରଙ୍କ ଅନୁରୋଧ ଓ ଆଦେଶକୁ ।

ବାରମ୍ବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ଦୂରତା ବଜାୟ ରଖିବା ପାଇଁ କହୁଥିବା ବେଳେ ରାଜଧନୀବାସୀ ଏହାର ଖୋଲାଖୋଲି ଉଲ୍ଲଙ୍ଘନ କରିଚାଲିଥିଲେ । ଫଳରେ ବାଧ୍ୟ ହୋଇ ବିଏମସି ଏହି ପରିବା ହାଟକୁ ତା’ର ପୂର୍ବ ସ୍ଥାନରୁ ଉଠାଇ ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ଲାଗିବା ପାଇଁ ସ୍ଥିର କରିଛି ।

ଏଣିକି ୧ ନମ୍ବର ମାର୍କେଟ ଭିତରେ ନ ବସି ରାସ୍ତାରେ ବସିବ ପରିବା ହାଟ । ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପ୍ରତି ଦୋକାନ ମଧ୍ୟରେ ରହିଛି ୧୦ ମିଟର ଦୂରତା । ଲକଡାଉନର ତୃତୀୟ ଦିନରେ ବିଏମସି ପକ୍ଷରୁ ଏହି ନିୟମ ଲାଗୁ କରା ଯାଇଛି ।

ଲୋକେ ପୂର୍ବ ଅପେକ୍ଷା ଅଧିକ ସଚେତନ ହୋଇଛନ୍ତି । କିଛି ଜାଗାରେ ଗହଳି ଦେଖିବାକୁ ମିଳିଥିବାବେଳେ ଅନ୍ୟ କିଛି ଜାଗାରେ ଲୋକେ ବେଶ୍‌ ସଚେତନ ହୋଇ କିଣୁଥିବା ଦେଖିବାକୁ ମିଳିଛି ।

ଏଣିକି ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ଲାଗିବ ପରିବା ମାର୍କେଟ ।


‘‘ଆଗକୁ ପରିବା ଗାଡ଼ି ପ୍ରତି ଏରିଆରେ ରଖିବାକୁ ବ୍ୟବସ୍ଥା କରୁଛି ବିଏମସି । ଏହା ଦ୍ୱାରା ହାଟରେ ଭିଡ଼ କମିବା ସହ ସୁବିଧାରେ ପନି ପାରିବା ପାଇ ପାରିବେ ଲୋକେ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ହୋଲସେଲ ବ୍ୟବସାୟୀଙ୍କ ହାଟ ଲାଗିଛି ମଦର୍ସ୍‌ ପବ୍ଲିକ ସ୍କୁଲ୍‌ ପଡିଆରେ । ଖୁଚୁରା ବେପାରୀ ରାସ୍ତାରେ ଅଯଥା ଗହଳି ନ କରି ସେଇଠୁ କିଣିବାକୁ କରାଯାଇଛି ସୁବିଧା । ଫଳରେ ସମସ୍ତଙ୍କ ମଧ୍ୟରେ ଦୂରତା ବଜାୟ ରହିବ। ଅମଳ ସମୟ ଯୋଗୁଁ ଯଥେଷ୍ଟ ପରିମାଣର ପରିବା ଗଚ୍ଛିତ ରହିଛି । ହେଲେ ଗ୍ରାହକ ନାହାନ୍ତି କିଣିବାକୁ । ୨୧ ଦିନ ପର୍ଯ୍ୟନ୍ତ ପରିବା ଅଭାବ ଦେଖା ଯିବ ନାହିଁ, କିନ୍ତୁ ଲୋକେ କିଣିବାକୁ ନ ଆସିଲେ ନଷ୍ଟ ହୋଇଯିବ । ତେଣୁ ଅଭାବୀ ବିକ୍ରି ଆରମ୍ଭ ହୋଇପାରେ ବୋଲି ଆଙ୍କା କରୁଛନ୍ତି ବ୍ୟବସାୟୀମାନେ ।

ପନିପରିବାର କିଣାବିକା ଏବେ ଏକ ନିଆରା ଢଙ୍ଗରେ ଚାଲିଛି । ଗୋଟିଏ ପଟେ ପରିବା ହାଟ କୁ ଆସିପାରୁନାହାନ୍ତି ଲୋକେ, ଆଉ ଅନ୍ୟ ପଟେ ଖୁଚୁରା ବେପାରୀ ଚଢ଼ା ଦରରେ ବିକ୍ରି କରୁଛନ୍ତି ପନି ପରିବା ।
First published: March 27, 2020, 12:23 AM IST
corona virus btn
corona virus btn
Loading