ଲକଡାଉନ୍ ଆରମ୍ଭ ହେବା ଦିନରୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ପରିବା ଚାଷୀ ଓ ବ୍ୟବସାୟୀ

ପରିବା ଯଥେଷ୍ଟ ବିକ୍ରି ନ ହେବାର କାରଣମାନଙ୍କ ମଧ୍ୟରେ ଅଛି ପରିବହନ ଉପରେ କଟକଣା ଥିବାରୁ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ସବୁ ଜାଗାରେ ପହଞ୍ଚି ନ ପାରିବା, ହୋଟେଲ ଓ ଢ଼ାବା ଆଦି ବନ୍ଦ ରହିବା, ଓ ସାମାଜିକ ଉତ୍ସବ, ବିବାହବ୍ରତ, ସଭାସମିତି ଓ ବୈଠକ ଆଦି ବନ୍ଦ ରହିବା ।

ଭୁବନେଶ୍ୱରରେ ଏକ ପରିବା ଦୋକାନ

ଭୁବନେଶ୍ୱରରେ ଏକ ପରିବା ଦୋକାନ

  • Share this:
News18 Odia Digital

ଭୁବନେଶ୍ୱ: କରୋନା ଭାଇରସ୍‌ କାରମରୁ ଜାରି ଥିବା ଲକଡାଉନର ମାଡ଼ରେ ଘାଇଲା ହୋଇଛନ୍ତି ରାଜ୍ୟର ପରିବା ଚାଷୀମାନେ । ଛକ ଛକରେ ଚାଲିଛି ପରିବା ବ୍ୟବସାୟ, ହେଲେ ବିକ୍ରି କମୁଛି ଓ କ୍ଷତି ବି ହେଉଛି । ବର୍ତ୍ତମାନ ଭଲ ଉତ୍ପାଦନ ହେଉଛି, ଭରପୁର ରହିଛି ପରିବା । କିନ୍ତୁ ଏଧିକାଂଶ ଲୋକେ କିଲେ ଜାଗାରେ ଅଧ କିଲେ ନେଇ କାମ ଚଳାଉଛନ୍ତି । କାରଣ ଲକଡ଼ାଉନ ପାଇଁ ଏବେ କାମ ଧନ୍ଦା ନାହିଁ ଓ ରୋଜଗାର ହେଉ ନାହିଁ ।

ରାଜଧାନୀ ଭୁବନେଶ୍ୱରର ରାସ୍ତା କଡ଼େ କଡ଼େ ସମଦୂରତ୍ୱ ବଜାୟ ରଖି ବିକ୍ରି ହେଉଛି ପରିବା । କିଛି ଦିନ ତଳେ ଲକଡ଼ାଉନ ନିୟମ କିଛିଟା କୋହଳ ହେବା ପରେ ପରିବା ବିକ୍ରି ହେଉଛି ସତ, ହେଲେ ବିକ୍ରିକୁ ନେଇ ଖୁସି ନାହାନ୍ତି ଚାଷୀ ଓ ବ୍ୟବସାୟୀ । ଗ୍ରାମାଞ୍ଚଳରେ ପରିବା କମ ଦରରେ ମିଳୁଥିବା ବେଳେ ସହରରେ ବିଭିନ୍ନ ଜାଗାରେ ପରିବା ଦର ରହିଛି ଭିନ୍ନଭିନ୍ନ । କେଉଁଠି କମ ତ କେଉଁଠି ବେଶି ରହିଛି ପରିବା ଦର । ତେବେ ପରିବା ଅମଳ ଋତୁ ହୋଇଥିବାରୁ ଯେତିକି ଅମଳ ହେଉଛି ସେଇ ହିସାବରେ ବିକ୍ରି ହେଉନି ।

‘‘ମାତ୍ର ୨୫ ପ୍ରତିଶତ ବିକ୍ରି ହେଉଛି ପରିବା । ବାକି ୭୫ ପ୍ରତିଶତ ପରିବା ଷ୍ଟକ ରହୁଛି ଓ ନଷ୍ଟ ହେଉଛି, କିନ୍ତୁ ବିକ୍ରି ହେଇପାରୁନି । ନିୟମିତଭାବେ ଆଗରୁ ଦୈନିକ ରାଜ୍ୟ ବାହାରୁ ଆଇଗିଣିଆ ଓ ୧ ନମ୍ବର ହାଟକୁ ୫୦ରୁ ୬୦ ଟ୍ରକ ପରିବା ଆସେ । ପ୍ରତି ଟ୍ରକରେ ୧୫ରୁ ୨୦ କୁଇଣ୍ଟାଲ ପରିବା ରୁହେ । ଲୋକାଲ ପରିବା ପ୍ରାୟ ୧୦୦ ଟ୍ରକ ଆସେ । ପ୍ରତି ଟ୍ରକରେ ୩ରୁ ୪ କୁଇଣ୍ଟାଲ ପରିବା ରୁହେ । ହେଲେ ସେହି ଅନୁସାରେ ଏବେ ବିକ୍ରି ହେଉନି,’’ କହିଛନ୍ତି କଞ୍ଚା ପରିବା ବ୍ୟବସାୟୀ ମହାସଙ୍ଘର ସଭାପତି କବିରାଜ ସ୍ୱାଇଁ ।

ପରିବା ଯଥେଷ୍ଟ ବିକ୍ରି ନ ହେବାର କାରଣମାନଙ୍କ ମଧ୍ୟରେ ଅଛି ପରିବହନ ଉପରେ କଟକଣା ଥିବାରୁ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ସବୁ ଜାଗାରେ ପହଞ୍ଚି ନ ପାରିବା, ହୋଟେଲ ଓ ଢ଼ାବା ଆଦି ବନ୍ଦ ରହିବା, ଓ ସାମାଜିକ ଉତ୍ସବ, ବିବାହବ୍ରତ, ସଭାସମିତି ଓ ବୈଠକ ଆଦି ବନ୍ଦ ରହିବା ।

ବଡ କଥା ହେଲା ଯେ ଲୋକେ ପ୍ରଥମେ ଆବଶ୍ୟକତା ଠାରୁ ଅଧିକ ପରିବା କିଣୁଥିଲେ । ହେଲେ ଏବେ ରୋଜଗାର ନ ଥିବାରୁ ହାତ ବାନ୍ଧି ବସିଛନ୍ତି ଅନେକ ଲୋକେ ।

‘‘ଲକଡ଼ାଉନ ହେବ ଶୁଣି ଆଗକୁ ଆଉ ପରିବା ମିଳିବନି ଭାବି ଅଧିକ ଅଧିକ ପରିବା କିଣି ନେଇଥିଲୁ । ହେଲେ କାମ ବନ୍ଦ ଥିବାରୁ ଏବେ ହାତ ବାନ୍ଧି ବସିଛୁ । ଅର୍ଥ ନାହିଁ । ଖର୍ଚ୍ଚ ଏବେ ବଜେଟ ଭିତରେ । ଆବଶ୍ୟକ ଥିଲେ ବି କମ ପରିବା କିଣିବାକୁ ବାଧ୍ୟ ହେଉଛୁ,’’ କହିଛନ୍ତି ଗାଡି ଚାଳକ ରାଜକିଶୋର ।

ଏହି କାରଣରୁ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି ପରିବା ବ୍ୟବସାୟୀମାନେ । ଇଭେଣ୍ଟ ମ୍ୟାନେଜରଙ୍କ ଉପରେ ବି ଏହାର ପ୍ରଭାବ ପଡିଛି। ‘‘ସାଧାରଣତଃ ନଭେମ୍ବରରୁ ଜୁଲାଇକୁ ଫେଷ୍ଟିଭ ସିଜିନ କୁହାଯାଏ । ହେଲେ କରୋନା ପାଇଁ ଏବେ ସବୁ ବୁକିଂ ବାତିଲ ହୋଇଛି । ଏବେ ଯାଏଁ ମୋ’ର ପୂର୍ବ-ନିର୍ଦ୍ଧାରିତ ୨୨ଟି କାର୍ଯ୍ୟକ୍ରମ ବାତିଲ ହୋଇଛି,’’ କହିଛନ୍ତି ବିବିଏମ କ୍ୟାଟରିଂ ମାଲିକ ବ୍ରହ୍ମଜ୍ୟୋତି ମହାନ୍ତି ।

ଲକଡ଼ାଉନ ପାଇଁ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି, ହେଲେ ଅଧିକ ପ୍ରଭାବିତ ହୋଇଛନ୍ତି ପନିପରିବା ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀ । କଟକଣା କୋହଳ ହେବା ସାଙ୍ଗକୁ ରାଜ୍ୟ ବାହାରକୁ ଆମଦାନୀ ଓ ରପ୍ତାନୀ କ୍ଷେତ୍ରକୁ ସୁଦୃଢ଼ କଲେ ସ୍ଥିତିରେ ସୁଧାର ଆସିବା ସମ୍ଭାବନା ରହିଛି ବୋଲି କହିଛନ୍ତି ବ୍ୟବସାୟୀମାନେ ।
Published by:Anand Shankar Thankur Das
First published: