News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସର ଡେଲଟା ଭାରିଆଣ୍ଟ (Delta Variant) ବର୍ତ୍ତମାନ ସାରା ବିଶ୍ୱରେ ଚିନ୍ତାର କାରଣ ହୋଇ ରହିଛି । ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ବର୍ତ୍ତମାନ ମିଳୁଥିବା କରୋନା ଟିକା (Corona Vaccine) ଦ୍ୱାରା ଶରୀରରେ ଉତ୍ପନ୍ନ ହେଉଥିବା ଆଣ୍ଟିବଡିଗୁଡି଼କ ଡେଲଟା ଭ୍ୟାରିଆଣ୍ଟ୍ ବିରୁଦ୍ଧରେ ଆଠ ଗୁଣା କମ୍ ପ୍ରଭାବଶାଳୀ (effective) ହେଉଛନ୍ତି ।
ଏହି ଅଧ୍ୟନରୁ ଏହା ବି ଜଣାପଡ଼ିଛି ଯେ ଡେଲ୍ଟା ଭ୍ୟାରିଆଣ୍ଟ୍ କରୋନା ଭାଇରସର ୱୁହାନ୍ ଷ୍ଟ୍ରେନ୍ (Wuhan strain) ଅପେକ୍ଷା ଅଧିକ ସଂକ୍ରାମକ । ଦିଲ୍ଲୀର ପ୍ରସିଦ୍ଧ ଗଙ୍ଗାରାମ ହସପିଟାଲ୍ ସମେତ ଦେଶର ଅନେକ ଡାକ୍ତରଖାନାରେ କାର୍ଯ୍ୟରତ ୧୦୦ ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଉପରେ କରୋଯାଇଥିବା ଏହି ଅଧ୍ୟୟନରୁ ଏମିତି ଅନେକ ଆଶ୍ଚର୍ଯ୍ୟ କରିଦେବା ପରି ତଥ୍ୟ ସାମନାକୁ ଆସିଛି । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମଧ୍ୟ ଏହି ଅଧ୍ୟୟନରେ ସାମିଲ୍ ଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଣସର: ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗିବା ପରେ ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେଉଛନ୍ତି ଶ୍ରୀଜଗନ୍ନାଥ
ଅଧ୍ୟୟନରୁ ଜଣା ପଡ଼ିଛି ଯେ ଡେଲଟା ଭ୍ୟାରିଆଣ୍ଟ୍ ଖାଲି କେବଳ ବର୍ତ୍ତମାନ ମିଳୁଥିବା ଟିକାଗୁଡ଼ିକୁ ନିଷ୍ଫଳ ବୋଲି ପ୍ରମାଣିତ କରୁଛି ତାହା ନୁହେଁ, ଏହା ମଣିଷର ଶ୍ୱାସ ପ୍ରକ୍ରିୟାରେ ଖୁବ୍ ଅଧିକ ଭୟଙ୍କର ସଂକ୍ରମଣ ମଧ୍ୟ ସୃଷ୍ଟି କରୁଛି । ତା’ ଛଡ଼ା ଏହାର ସଂକ୍ରାମକ ସମ୍ଭାବନା ମଧ୍ୟ ବହୁତ ଅଧିକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଗଞ୍ଜାମରେ ବର୍ବରତା: ଗୁଣିଗାରେଡ଼ି ସନ୍ଦେହରେ ୩ ଯୁବକଙ୍କୁ ପିଟିଲେ, ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେ
ନିକଟରେ ୟୁରୋପୀୟାନ୍ ସେଣ୍ଟର୍ ଫର ଡିଜିଜ୍ କଣ୍ଟ୍ରୋଲ୍ (ECDC) ମଧ୍ୟ କହିଛି ଯେ ଏହା ସମ୍ଭବ ଯେ ଏହି ଗ୍ରୀଷ୍ମ ଋତୁରେ ଡେଲଟା ଭ୍ୟାରିଆଣ୍ଟ୍ ସଂକ୍ରମଣ ଖୁବ୍ ତୀବ୍ର ଭାବରେ ବ୍ୟାପିପାରେ । ବିଶେଷ କରି ଯୁବକମାନଙ୍କ ମଧ୍ୟରେ, ଯେଉଁମାନେ ଏ ପର୍ଯ୍ୟନ୍ତ ଟିକା ନେଇନାହାଁନ୍ତି, ସେମାନଙ୍କ ମଧ୍ୟରେ ଏହା ବ୍ୟାପିବାର ଅଦିକ ସମ୍ଭାବନା ରହିଥିବା କୁହାଯାଇଛି । ଇ.ସି.ଡି.ସି. କହିଛି ଯେ ନୂଆ ଡେଲଟା ଭାରିଆଣ୍ଟ ଅଧିକ ସଂକ୍ରାମକ । ଆକଳନ କରାଯାଇଛି ଯେ ଅଗଷ୍ଟ ମାସ ଶେଷ ସୁଦ୍ଧା ୟୁରୋପରେ ୯୦ ପ୍ରତିଶତ ସଂକ୍ରମଣ ମାମଲା ଡେଲଟା ଭ୍ୟାରିଆଣ୍ଟ୍ ସହିତ ଜଡି଼ତ ହେବ । ଏଜେନ୍ସି ଆକଳନ କରିଛି ଯେ ଡେଲଟା ଭାରିଆଣ୍ଟ ତା’ ପୂର୍ବରୁ ଆସିଥିବା ଆଲଫା ଭାରିଆଣ୍ଟ୍ ଅପେକ୍ଷା ୪୦ରୁ ୬୦ ଗୁଣ ଅଧିକ ସଂକ୍ରମିତ କରିପାରେ ।
ଏହା ବି ପଢ଼ନ୍ତୁ | ହାତ କାଟିଲେ ଛାତ୍ରୀ; ଓଡ଼ିଶା ମ୍ୟାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବଢ଼ିଲା ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ପିଲାମାନେ
ଇଂଲଣ୍ଡର ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସେହି ଦେଶରେ ଦେଖାଯାଉଥିବା ମୋଟ ନୂଆ ମାମଲାଗୁଡ଼ିକର ୯୬ ପ୍ରତିଶତ ଡେଲଟା ଭ୍ୟାରିଆଣ୍ଟ୍ ମାମଲା । ଜର୍ମାନୀରେ ମଧ୍ୟ ଡେଲଟା ଭାରିଆଣ୍ଟ୍ ଯୋଗୁଁ ନୂଆ କରୋନା ସଂକ୍ରମଣ ମାମଲା ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଜର୍ମାନ ଚାନସେଲର୍ ଆଞ୍ଜେଲା ମର୍କେଲ ବି ଡେଲଟା ଭ୍ୟାରିଆଣ୍ଟର ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁରୋପକୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ।
ଡେଲଟା ଭ୍ୟାରିଆଣ୍ଟ କାରଣରୁ ଋଷ ମଧ୍ୟ ବର୍ଦ୍ଧିତ ସଂକ୍ରମଣ ମାମଲା ସହ ସଙ୍ଘର୍ଷ କରୁଛି । କରୋନା ଭାଇରସର ଏହି ଡେଲଟା ଭ୍ୟାରିଆଣ୍ଟ ଯୋଗୁଁ ଇସ୍ରାଏଲ୍ ଓ ଅଷ୍ଟ୍ରେଲିଆରେ ମଧ୍ୟ ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଛି ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।