News18 Odia Digital
ଭୁବନେଶ୍ୱର: କରୋନା ଟିକା ନେବା ପାଇଁ ସ୍ଲଟ୍ ବୁକିଂ କରିପାରୁ ନ ଥିବା କିମ୍ବା ସ୍ଲଟ୍ ପାଇପାରୁ ନ ଥିବା ଲୋକଙ୍କ ପାଇଂ ବିନା ସ୍ଲଟ୍ ବୁକିଂରେ ଟିକା ନେବା ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.) । ଏହି ସୁବିଧା ଦୁଇ ଦିନ ପାଇଁ ଦିଆଯାଇଛି । ବୁଧବାର ପରେ ମଙ୍ଗଳବାର ଓକାକ୍ ଅଫିସରେ ପହଞ୍ଚି ଲୋକେ ବିନା ସ୍ଲଟ୍ ବୁକିଂରେ ସହଜରେ ଟିକା ନେଇପାରିବେ ।
ସୋମବାର ବିଶ୍ୱ ଟିକାକରଣ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ବି.ଏମ୍.ସି. ପକ୍ଷରୁ ଟିକାକରଣକୁ ନେଇ ବ୍ୟାପକ ଆୟୋଜନ ହୋଇଥିଲା । ବିନା ସ୍ଲଟ ବୁକିଂରେ କେବଳ ନିଜ ଆଧାର କାର୍ଡ଼ ଧରି ପହଞ୍ଚୁଥିବା ଲୋକଙ୍କୁ ଟିକା ଦେବା ବ୍ୟବସ୍ଥା କରିଥିଲା ବି.ଏମ୍.ସି. । ଓୟସା (OYSA), ଇନଫୋସିସ୍ ଓ ବି.ଏମ୍.ସି. ପକ୍ଷରୁ ମିଳିତ ଭାବେ ଏହି ଅଭିଯାନ ଦୁଇ ଦିନ ପାଇଁ ଆୟୋଜିତ ହୋଇଛି ।
ଏହା ବି ପଢ଼ନ୍ତୁ | ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଲା; ଅଭିନେତ୍ରୀଙ୍କ Insta ପୋଷ୍ଟକୁ ନେଇ ଉଠିଲା ଅନେକ ପ୍ରଶ୍ନକୋଭିଡ ମହାମାରୀ ବିରୁଦ୍ଧରେ ଟିକା ହିଁ ଏକ ମାତ୍ର ଭରସା ହୋଇଥିବାରୁ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଚାଲିଛି । ବିଶ୍ୱ ଟିକାକରଣ ଦିବସ ଉପଲକ୍ଷେ ଏହି ଅଭିଯାନକୁ ଆହୁରି ବଢ଼ାଇବା ପାଇଁ ବି.ଏମ୍.ସି. ବିଭିନ୍ନ ଯୋଜନା କରିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସ୍ୱାମୀଙ୍କ ଠାରୁ ଅଲଗା ଓ ଏବେ ଗର୍ଭବତୀ: TMC ସାଂସଦ ନୁସ୍ରତ୍ ଜହାଁ ଶେୟାର୍ କଲେ ସୁନ୍ଦର ଫଟୋ‘‘ମୋସବାର ଦିନ ଆମେ ୫୦୦ ଜଣ ଲୋକଙ୍କ ଟିକାକରଣ ବ୍ୟବସ୍ଥା କରିଥିଲୁ । ଲୋକେ କେବଳ ନିଜ ଆଧାର କାର୍ଡ଼ ଧରି ଆସୁଥିଲେ ଓ ଆମ ଲୋକେ ପଞ୍ଜୀକରଣ କରିବା ପରେ ଟିକା ଦେଉଥିଲେ । ଏହି ବ୍ୟବସ୍ଥାରେ ଲୋକେ ଖୁସିରେ ଟିକା ନେଉଛନ୍ତି,’’ କହିଛନ୍ତି ଓୟସାର ପ୍ରତିଷ୍ଠାତା ମନୋନୀତ ଦାଶ ।
ଏହା ବି ପଢ଼ନ୍ତୁ | ପିଲାମାନଙ୍କୁ କରୋନା ହେବା ସମ୍ଭାବନା ବିଷୟରେ ଭ୍ରମିତ ହୁଅନ୍ତୁ ନାହିଁ, କହିଲେ ବଡ଼ ବିଶେଷଜ୍ଞମାନେଇନଫୋସିସର ରିଜିଓନାଲ୍ ମ୍ୟାନେଜର ଶାନ୍ତନୁ ଘୋଷ କହିଛନ୍ତି ଯେ ଭୁବନେଶ୍ୱରରେ ଲୋକେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି । ‘‘ଆମେ ଏହି ଏକ କାମରେ ନିଜକୁ ନିୟୋଜିତ କରି ଖୁସି ହେଉଛୁ । ଏଭଳି ସମୟରେ ଲୋକମାନଙ୍କ ପାଇଁ କିଛି କରିବା ଏକ ବଡ଼ କଥା । ମୁଁ ଲୋକଙ୍କୁ ଅନୁରୋଧ କରୁଛି ଯେ ସମସ୍ତେ ଆସି ଟିକା ନିଅନ୍ତୁ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଭଲ ଖବର: ଜୁଲାଇ ଶେଷ ବା ଅଗଷ୍ଟରେ ଆରମ୍ଭ ହୋଇପାରେ ପିଲାମାନଙ୍କ COVID ଟିକାକରଣ‘‘ବି.ଏମ୍.ସି. ଅଞ୍ଚଳରେ ବିଭିନ୍ନ ଉପାୟରେ ଚାଲିଛି ଟିକାକରଣ । ବିଭିନ୍ନ ବର୍ଗର ଲୋକଙ୍କୁ ଚିହ୍ନଟ କରି ପ୍ରାଥମିକତା ଆଧାରରେ ଟିକା ଦିଆଯାଉଛି । ସହରରେ ଯେମିତି କେହି ଜଣେ ହେଲେ ବି ଟିକାରୁ ବଞ୍ଚିତ ହେବେ ନାହିଁ ସେଥି ପ୍ରତି ଆମେ ଧ୍ୟାନ ଦେଉଛୁ । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ଶଯ୍ୟାଶାୟୀ ବ୍ୟକ୍ତି, କିନ୍ନର କିମ୍ବା ଆଗ ଧାଡ଼ିର କରୋନା ଯୋଦ୍ଧା, ସଭିଙ୍କ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ସୁଦ୍ଧା ମୋ’ଟ ୧୩,୯୨,୦୭୫ ଜଣ କୋଭାକ୍ସିନ୍ ଟିକା ନେଇଥିବା ବେଳେ ସେଥିରୁ ୪,୯୮,୧୯୭ ଜଣ ଦୁଇଟି ଡୋଜ୍ ଟିକା ନେଇସାରିଛନ୍ତି । ପ୍ରଥମ ଡୋଜ୍ ନେଇଛନ୍ତି ୮,୯୩୮୭୮ ଜଣ । ଭୁବନେଶ୍ୱରରେ ଭାକ୍ସିନର ଅଭାବ ନାହିଁ,’’ କହିଛନ୍ତି ବି.ଏମ୍.ସି.ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।
ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ୨ ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁସେ କହିଛନ୍ତି ଯେ ବିଶ୍ୱ ଟିକାକରଣ ଦିବସ ଅବସରରେ ପର୍ଯ୍ୟାପ୍ତ ସଂଖ୍ୟାର ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା । ‘‘ଅଧିକରୁ ଅଧିକ ଲୋକ କେମିତି ଟିକା ନେବେ ସେଥି ପାଇଁ ଚେଷ୍ଟା ଚାଲିଛି । ଏହି ଦୁଇ ଦିନ ବିନା ସ୍ଲଟ ବୁକିଂରେ ଲୋକଙ୍କ ପାଇଁ ଟିକା ନେବା ସୁବିଧା ଆମେ ଆଣିଛୁ । ‘ଟିକା ନେଇ ନ ଥିବା ଲୋକେ ଆସି ଟିକା ନିଅନ୍ତୁ,’’ କହିଛନ୍ତି ସେଠୀ ।
ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକାରଣକୁ ନେଇ ଅନେକ ସମସ୍ୟା ଦେଖା ଦେଇଥିବା ବେଳେ ସ୍ଲଟ୍ ନ ମିଳିବା ଲୋକଙ୍କର ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଏହି ଦୁଇ ଦିନରେ ଭୁବନେଶ୍ୱରରେ ବିନା ସ୍ଲଟ୍ ବୁକିଂରେ ପ୍ରାୟ ୧,୦୦୦ ଲୋକଙ୍କୁ ଟିକା ଦିଆଯିବ ବୋଲି ଆଶା କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।