ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»Corona Vaccination: ଦେଶରେ ଏଯାବତ ୬୩ କୋଟିରୁ ଅଧିକ ଟିକା ଦିଆଯାଇଛି

Corona Vaccination: ଦେଶରେ ଏଯାବତ ୬୩ କୋଟିରୁ ଅଧିକ ଟିକା ଦିଆଯାଇଛି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଶନିବାର ସକାଳ ୮ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ସଂକ୍ରମଣ ହେତୁ ୫୦୯ ଜଣଙ୍କର ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୪,୩୭,୩୭୦କୁ ବୃଦ୍ଧି ପାଇଛି।

Corona Vaccination: ଦେଶରେ ଏଯାବତ ୬୩ କୋଟିରୁ ଅଧିକ ଟିକା ଦିଆଯାଇଛି
ଦେଶରେ ଏଯାବତ ୬୩ କୋଟିରୁ ଅଧିକ ଟିକା ଦିଆଯାଇଛି
  • News18 Odia
  • Last Updated: August 29, 2021, 9:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ଦେଶରେ ଏ ପର୍ଯ୍ୟନ୍ତ ୬୩ କୋଟିରୁ ଅଧିକ ଡୋଜ୍ ଆଣ୍ଟି-କୋଭିଡ୍ ଟିକା ଦିଆଯାଇଛି । ସନ୍ଧ୍ୟା ୭ ଟାରେ ପ୍ରକାଶିତ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ, ଶନିବାର ଦିନ ୬୫ ଲକ୍ଷରୁ ଅଧିକ ଡୋଜ୍ ଆଣ୍ଟି-କୋଭିଡ୍ ଟିକା ଦିଆଯାଇଥିଲା। ମନ୍ତ୍ରଣାଳୟ କହିଛି ଯେ ଦିନର ଅନ୍ତିମ ରିପୋର୍ଟ ବିଳମ୍ବିତ ରାତି ସୁଦ୍ଧା ପ୍ରସ୍ତୁତ କରାଯିବ । ଦେଶରେ ଟିକାକରଣ ଅଭିଯାନକୁ ନିୟମିତ ସମୀକ୍ଷା କରାଯାଇ ତଦାରଖ କରାଯାଉଛି ଓ ବିପଦପୂର୍ଣ୍ଣ ଜନସଂଖ୍ୟା ଗୋଷ୍ଠୀକୁ କୋଭିଡରୁ ରକ୍ଷା କରିବାର ଏକ ମାଧ୍ୟମ ଭାବରେ ଏହା ଉପରେ ନଜର ରଖାଯାଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡର ୪୬,୭୫୯ ନୂଆ ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିବା ପରେ ଦେଶରେ ସଂକ୍ରମିତ ସଂଖ୍ୟା ୩,୨୬,୪୯,୯୪୭କୁ ବୃଦ୍ଧି ପାଇଛି । ଏଥି ସହିତ କ୍ରମାଗତ ଚତୁର୍ଥ ଦିନ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଶନିବାର ସକାଳ ୮ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ସଂକ୍ରମଣ ହେତୁ ୫୦୯ ଜଣଙ୍କର ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୪,୩୭,୩୭୦କୁ ବୃଦ୍ଧି ପାଇଛି।

ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩,୫୯,୭୭୫କୁ ବୃଦ୍ଧି ପାଇଛି, ଯାହା ମୋଟ ରୋଗର ୧.୧୦ ପ୍ରତିଶତ। ସୁସ୍ଥ ହୋଇଥିବା ରୋଗୀଙ୍କ ଜାତୀୟ ହାର ହେଉଛି ୯୭.୫୬ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ ୧୪,୮୭୬ ମାମଲା ବୃଦ୍ଧି ପାଇଛି । କ୍ରମାଗତ ୬୨ତମ ଦିନ ପାଇଁ ଦୈନିକ ନୂଆ ସଂକ୍ରମଣର ସଂଖ୍ୟା ୫୦,୦୦୦ରୁ କମ୍ ରହିଛି ।

ଦୈନିକ ସଂକ୍ରମଣ ହାର ୨.୬୬ ପ୍ରତିଶତ, ଯାହା ଗତ ୩୩ ଦିନ ପାଇଁ ତିନି ପ୍ରତିଶତରୁ କମ୍ ରହିଛି । ଏଥି ସହିତ, ସାପ୍ତାହିକ ସଂକ୍ରମଣ ହାର ୨.୧୯ ପ୍ରତିଶତ, ଯାହା ଗତ ୬୪ ଦିନ ପାଇଁ ତିନି ପ୍ରତିଶତରୁ କମ୍ । ଦେଶରେ ବର୍ତ୍ତମାନ ସୁଦ୍ଧା ୩,୧୮,୫୨,୮୦୨ ଲୋକ ସଂକ୍ରମଣ ମୁକ୍ତ ହୋଇଛନ୍ତି ଓ କୋଭିଡରେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି ।
Published by: Lipina Das
First published: August 29, 2021, 9:56 AM IST