ଶିଶୁର ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଠିକ୍ ସମୟରେ ଟୀକାକରଣ ଖୁବ୍ ଜରୁରୀ; ଆପଣ କରାଉଛନ୍ତି ତ?

କୋଭିଡ-୧୯ ଆପଣଙ୍କ ଶିଶୁର ଟୀକାକରଣକୁ ପ୍ରଭାବିତ କରୁଛି କି? ନିଜ ଶିଶୁର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଟୀକାକରଣ କେମିତି କରାଇବେ ତାହା ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ।

ଶିଶୁର ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଠିକ୍ ସମୟରେ ଟୀକାକରଣ ଖୁବ୍ ଜରୁରୀ; ଆପଣ କରାଉଛନ୍ତି ତ?
ମାଆ ଓ ଶିଶୁର ସମ୍ପର୍କ ବଡ଼ ମଧୁର ।
  • News18 Odia
  • Last Updated: August 4, 2020, 6:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

‘ରୋଗ ଉପଚାର ଅପେକ୍ଷା ପ୍ରତିରୋଧ ଭଲ’ । ଏହି କଥା ଏକ ପୁରୁଣା ଉପଦେଶ ହୋଇପାରେ କିନ୍ତୁ ଅନେକ କ୍ଷେତ୍ରରେ ଏହା ସତ୍ୟ ସାବ୍ୟସ୍ତ ହୋଇଥାଏ। ବିଶେଷକରି ଯେତେବେଳେ ଏହା ଆପଣଙ୍କ ପିଲାର ସୁରକ୍ଷା ଏବଂ ତାର ଉତ୍ତମ ସ୍ଵାସ୍ଥ୍ୟ ବିଷୟରେ ହୋଇଥାଏ, ସେତେବେଳେ ଆପଣଙ୍କୁ ଏହା ଉପରେ ଧ୍ୟାନ ଦେବା ଉଚିତ। ଯେତେବେଳେ ଟୀକାକରଣର କଥା ଆସେ, ସେତେବେଳେ ନୂଆ ଭାବରେ ହୋଇଥିବା ପିତାମାତା, କିମ୍ବା ଭାବୀ ପିତାମାତାଙ୍କ ମନରେ ଅନେକ ସନ୍ଦେହ ହୋଇଥାଏ; ଯାହାକି ଖୁବ ସ୍ଵାଭାବିକ ଅଟେ। ଯଦି ଆପଣଙ୍କ ମନରେ ଏହି ବିଷୟକୁ ନେଇ କୌଣସି ପ୍ରକାରର ସନ୍ଦେହ ଥାଏ, ତେବେ ଆମେ ଆପଣଙ୍କୁ କୌଣସି ମଧ୍ୟ ନିର୍ଣ୍ଣୟ ନେବା ପୂର୍ବରୁ ଆପଣଙ୍କ ଶିଶୁରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ସେହି ପରି ଦ୍ଵିତୀୟ କଥା ଏହାକି ଯେ, ଆପଣ ନିଜେ ଏହି ବିଷୟରେ ଅଧିକରୁ ଅଧିକ ସଚେତନ ହେବେ। ଜାଣନ୍ତୁ, ବାସ୍ତବରେ ଟୀକାକରଣ କ’ଣ, ଏହା କିପରି କାମ କରିଥାଏ ଏବଂ ଠିକ୍ ସମୟରେ ଟୀକା ଦେବା କାହିଁକି ଜରୁରୀ ଅଟେ।

ଠିକ୍ ସମୟରେ ଟୀକାକରଣ କାହିଁକି ଗୁରୁତ୍ତ୍ଵପୂର୍ଣ୍ଣ?

ଠିକ୍ ସମୟରେ ଟୀକା ଦେବା (ଯେତେବେଳେ ଶିଶୁରୋଗ ବିଶେଷଜ୍ଞଙ୍କ ଟୀକାକରଣ ପାଇଁ କହିଥିବେ) ଏକ ସଠିକ ଉପାୟ ଅଟେ, ଯାହା ଦ୍ଵାରା ପିଲାକୁ ଦୀର୍ଘ ସମୟ ପର୍ଯ୍ଯନ୍ତ ସୁରକ୍ଷା ଦିଆଯାଇପାରିବ। ଆପଣଙ୍କ ପିଲାର ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବା ଅତ୍ୟନ୍ତ ଜରୁରୀ ଅଟେ, ଯାହା ଦ୍ଵାରା ସେମାନେ ଅନେକ ରୋଗ ଗୁଡ଼ିକୁ ସାମନା କରିପାରିବେ। ଏହି ରୋଗ ଗୁଡ଼ିକ ପିଲାମାନଙ୍କ ପାଇଁ ବିପଦଜନକ ମଧ୍ୟ ହୋଇପାରେ। ପିଲା ମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ସଂପୂର୍ଣ୍ଣ ଭାବରେ ବିକଶିତ ହୋଇନଥାଏ, ଯାହାପାଇଁ ସେମାନେ ଅନେକ ପ୍ରକାରର ରୋଗରେ ପଡ଼ିପାରନ୍ତି ଏବଂ କେବଳ ପିଲା ହିଁ ଏହି ରୋଗ ପାଇଁ ପ୍ରଭାବିତ ହେବେ ନାହିଁ, ବରଂ ହୋଇପାରେ ଯେ, ଏହି ରୋଗ ପିଲା ମାନଙ୍କ ଠାରୁ ଅନ୍ୟ କାହାକୁ ମଧ୍ୟ ହୋଇପାରେ। ଟୀକାକରଣ କେବଳ ଆପଣଙ୍କ ପିଲାର ସାହାଯ୍ୟ କରେ ନାହିଁ, ବରଂ ଏହି ରୋଗ ଗୁଡ଼ିକର ସଂକ୍ରମଣର ବିପଦକୁ ମଧ୍ୟ କମ୍ କରିଦେଇଥାଏ ।

ପିଲା ମାନଙ୍କ ଭିତରେ ମିଳିମିଳା କିମ୍ବା ଦମା କାଶ ଭଳି ରୋଗଗୁଡ଼ିକ ହେବାର ସମ୍ଭାବନା କମ୍ ଥାଏ, କିନ୍ତୁ ଏହା ସୁନିଶ୍ଚିତ କରିବା ଉତ୍ତମ ଯେ, ଏହା ଯେପରି କଦାପି ନ ହେଉ। ଆପଣ ଏହାକୁ ଏକ ସିଟ୍-ବେଲ୍ଟ ଭଳି ବିଚାର କରିପାରିବେ। ଯାହାକି କାରରେ ଯାତ୍ରା କରିବା ସମୟରେ ଆପଣଙ୍କର ରକ୍ଷା କରିଥାଏ। ସେହି ଭଳି ଟୀକାକରଣ ଏବଂ ସବୁଠାରୁ ଜରୁରୀ ନିର୍ଦ୍ଧିଷ୍ଟ ସମୟରେ ଟୀକାକରଣ ଏହି ଭଳି କାମ କରିଥାଏ।

ଆମେ ଆପଣଙ୍କୁ ଉପଦେଶ ଦେବୁ ଯେ, ଆପଣ ନିଜର ପିଲାର ଟୀକାକରଣ କାର୍ଡ଼କୁ ଚେକ୍ କରନ୍ତୁ ଏବଂ ଯଦି ଆପଣଙ୍କୁ କୌଣସି ମଧ୍ୟ ସନ୍ଦେହ ହୁଏ, ତେବେ ଆପଣଙ୍କର ପିଲାର ଡାକ୍ତରଙ୍କ ଏହି ବିଷୟରେ କଥା ହୋଇପାରିବେ।

COVID-19 ଆପଣଙ୍କ ପିଲାର ଟୀକାକରଣର ସମୟକୁ ପ୍ରଭାବିତ କରୁଛି କି?

ଏହା ଖୁବ କଠିନ ସମୟ ଅଟେ, ଏବଂ ପିତାମାତା / ଭାବୀ ପିତାମାତା ଭାବରେ ଆପଣଙ୍କୁ ନିଜର ପିଲାର ସ୍ଵାସ୍ଥ୍ୟକୁ ନେଇ ଅନେକ ଚିନ୍ତା ମନ ଭିତରେ ଥିବ। ପିଲାର ଟୀକାକରଣକୁ ସଠିକ ସମୟରେ ଦେବାକୁ ନେଇ ମଧ୍ୟ ଆପଣ ଚିନ୍ତିତ ହୋଇପାରନ୍ତି, ଏବଂ ଟୀକା ନ ଦେବା ମଧ୍ୟ ଆପଣଙ୍କର ପିଲାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ଆପଣଙ୍କୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକ ନାହିଁ। WHO / ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଟୀକାକରଣକୁ ଏକ ଅତ୍ୟାବଶ୍ୟକ ସେବାରେ ସାମିଲ କରିଛି। ବର୍ତ୍ତମାନ ପିଲାର ସୁରକ୍ଷାକୁ ଧ୍ୟାନରେ ରଖି ଆପଣଙ୍କୁ ସେହି ସମସ୍ତ ନିୟମ ଗୁଡ଼ିକୁ ମନେ ରଖିବାକୁ ହେବ ଯାହାକୁ ଆପଣ ଘର ପାଇଁ ସାମଗ୍ରୀ ଆଣିବା ବେଳେ ଅନୁସରଣ କରିଥାନ୍ତି। ସବୁବେଳେ ଆଲକହଲ୍ ଆଧାରିତ ସାନିଟାଇଜରକୁ ବାରମ୍ବାର ବ୍ୟବହାର କରନ୍ତୁ, ସମସ୍ତେ ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତା ବଜାୟ ରଖିବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଯେତେବେଳେ ମଧ୍ୟ ବାହାରକୁ ଯାଉଛନ୍ତି, ଭୂମି କିମ୍ବା ଚଟାଣକୁ ସ୍ପର୍ଶ କରନ୍ତୁ ନାହିଁ, ଯଥା ସମ୍ଭବ ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ କରନ୍ତୁ। ଏହି ସମସ୍ତ କଥାଗୁଡିକୁ ପାଳନ କରି ଆପଣ ନିଜ ପିଲାଙ୍କୁ ଏହି ବିପଦରୁ ଦୂରେଇ ସୁରକ୍ଷିତ ଓ ସୁସ୍ଥ ରଖିପାରିବେ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ମୁମ୍ବାଇ ପୋଲିସର ଅବହେଳାରୁ ଦିଶାଙ୍କ ମୃତ୍ୟୁ ସହ ଜଡ଼ିତ ଫାଇଲ୍ ଡିଲିଟ୍ ହୋଇଛି

ଏହା ବି ପଢ଼ନ୍ତୁ: ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲା

ପ୍ୟାରେଣ୍ଟିଙ୍ଗ ଏକ ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଅଟେ ଏବଂ ପିତାମାତା ଭାବରେ ଆପଣଙ୍କ ପିଲାର ସୁରକ୍ଷା ସର୍ବଦା ଆପଣଙ୍କ ପାଇଁ ପ୍ରାଥମିକତା ଅଟେ। ଆପଣଙ୍କ ମନରେ ଥିବା ଚିନ୍ତାର ସ୍ତରକୁ ଆମେ ବୁଝିପାରୁଛୁ। ସେହି ଚିନ୍ତାଧାରାକୁ ଦୂର କରିବା ପାଇଁ ଠିକ୍ ସମୟରେ ଟୀକାକରଣ ବହୁତ ସହାୟକ ହେବ। ତେଣୁ ଆପଣଙ୍କ ପିଲାର ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ନିଜକୁ ଏବଂ ନିଜର ପିଲାକୁ ସୁରକ୍ଷିତ ରଖନ୍ତୁ।

Disclaimer: Information appearing in this material is for general awareness only. Nothing contained in this material constitutes medical advice. Please consult your physician for medical queries, if any, or any question or concern you may have regarding your condition. Issued in public interest by GlaxoSmithKline Pharmaceuticals Limited. Dr. Annie Besant Road, Worli, Mumbai 400 030, India. NP-IN-GVX-OGM-200068, DOP July 2020.
Published by: Anand Shankar Thankur Das
First published: August 4, 2020, 6:56 PM IST
corona virus btn
corona virus btn
Loading