Vaccination in India: ଭାରତରେ ଜଲଦି ମିଳିପାରେ ଷଷ୍ଠ ଭ୍ୟାକ୍ସିନ; Zycov-Dକୁ ମିଳିପାରେ ଅନୁମତି

ଭାରତକୁ ଖୁବ ଶୀଘ୍ର ମିଳିପାରେ ଷଷ୍ଠ ଭ୍ୟାକ୍ସିନ। Zycov-Dକୁ ମଞ୍ଜୁରୀ ମିଳିବା ନେଇ କଥାବାର୍ତ୍ତା ଚାଲିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ।

ଭାରତକୁ ମିଳିପାରେ Zycov-D ଭ୍ୟାକ୍ସିନ (ପ୍ରତୀକାତ୍ମକ ଛବି)

ଭାରତକୁ ମିଳିପାରେ Zycov-D ଭ୍ୟାକ୍ସିନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ ବିରୋଧରେ ଲଢେ଼ଇ ପାଇଁ ଖୁବ ଶୀଘ୍ର ଷଷ୍ଠ କରୋନା ଟିକା ଉପଲବ୍ଧ ହୋଇପାରେ।  ଏହି ସପ୍ତାହରେ ଜିଡ଼ସ କ୍ୟାଡିଲାଙ୍କ ଜାଇକୋଭ ଡି ଟିକା ଅନୁମୋଦନ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ଡିଏନ୍ଏ-ପ୍ଲାସିମ ଆଧାରିତ 'ଜାଇକୋଭ୍-ଡି' ଟିକାର ତିନୋଟି ଡୋଜ ରହିଛି। ଏହାକୁ ଦୁଇରୁ ଚାରି ଡିଗ୍ରୀ ସେଲସିୟସ ତାପମାତ୍ରାରେ ରଖାଯାଇପାରିବ ଓ ଥଣ୍ଡା ଫ୍ରିଜର ଆବଶ୍ୟକ ନାହିଁ। ଏହା ସହିତ ଏହାକୁ ଯେକୌଣସି ସ୍ଥାନକୁ ଅତି ସହଜରେ ପରିବହନ କରାଯାଇପାରିବ। ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆରଏସି) ଅଧୀନରେ ଥିବା ଜାତୀୟ ବାୟୋଫାର୍ମା ମିଶନ୍ (NBM) ଏହି ଟିକାକୁ ସମର୍ଥନ ଜଣାଇଛି। ଏହି ଟିକା ୧୨ ରୁ ୧୮ବର୍ଷ ବୟସର ବୟସ୍କ ତଥା କିଶୋରମାନଙ୍କ ଉପରେ ପରୀକ୍ଷା କରାଯାଇଛି।

ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଶନିବାର କହିଛନ୍ତି ଯେ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନଙ୍କ ଏକ ଡୋଜ ଆଣ୍ଟି-କୋଭିଡ଼ ଟିକାକୁ ଅନୁମୋଦନ କରାଯାଇଛି। ସଂକ୍ରମଣର ମୁକାବିଲା ପାଇଁ ଏହା ଦେଶର ସାମଗ୍ରିକ ପ୍ରୟାସକୁ ଆହୁରି ମଜବୁତ କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।  ମାଣ୍ଡଭ୍ୟ ଟ୍ୱିଟ କରି କହିଛନ୍ତି, 'ଭାରତ ଟିକାର ଟୋକେଇ ବିସ୍ତାର କରିଛି। ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନଙ୍କ ଏକ ଡୋଜ ଆଣ୍ଟି-କୋଭିଡ ଟିକାକୁ ଅନୁମୋଦନ କରାଯାଇଛି। ବର୍ତ୍ତମାନ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତରେ ପାଞ୍ଚଟି ଟିକା ଅଛି।  ସଂକ୍ରମଣ ବିରୋଧରେ ଲଢେ଼ଇ ପାଇଁ ଏହା ଦେଶର ସାମଗ୍ରିକ ପ୍ରୟାସକୁ ଆହୁରି ମଜବୁତ କରିବ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଶୁକ୍ରବାର ଦିନ ଏହାର ଟିକା ପାଇଁ ଜରୁରୀକାଳୀନ ବ୍ୟବହାର ଅଧିକାର ପାଇଁ ଆବେଦନ କରିଛି। ଡ୍ରଗ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଏ) ଏହାକୁ ଅନୁମୋଦନ କରିଛନ୍ତି। ମହାମାରୀକୁ ସମାପ୍ତ କରିବାରେ ଏହାର ଟିକା ଉପଲବ୍ଧତା ବୃଦ୍ଧି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଏପର୍ଯ୍ୟନ୍ତ ଅନୁମୋଦିତ ହୋଇଥିବା ପାଞ୍ଚଟି ଟିକା ହେଉଛି - ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ, ଭାରତ ବାୟୋଟେକ୍ କୋଭାକ୍ସିନ୍, ଋଷିଆର ସ୍ପୁଟ୍ନିକ ଭି ଓ ମଡ଼ର୍ନା ଟିକା ଓ ଜନସନ ଆଣ୍ଡ ଜନସନଙ୍କ ଟିକା।
Published by:Soumya Das
First published: