ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଆଜିଠୁ ରାଜ୍ୟର ଆଉ ୪ଟି ବଡ଼ ସହରରେ ଟିକା ଦିଆଯିବ; ଘରୋଇ ହସପିଟାଲ ବି ସାମିଲ୍ ହେଉଛନ୍ତି

ଆଜିଠୁ ରାଜ୍ୟର ଆଉ ୪ଟି ବଡ଼ ସହରରେ ଟିକା ଦିଆଯିବ; ଘରୋଇ ହସପିଟାଲ ବି ସାମିଲ୍ ହେଉଛନ୍ତି

ଭିଡ଼ ଏଡ଼ାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ଯେତେ ଶୀଘ୍ର ସମ୍ଭବ ଟିକା ଦେବା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ ଟିକାକରଣରେ ସାମିଲ କରାଯାଉଛି । ଏଥି ପାଇଁ ହିତାଧିକାରୀମାନଙ୍କୁ ସର୍ଭିସ୍ ଚାର୍ଜ ବାବଦକୁ ୧୦୦ ଟଙ୍କା ଦେବାକୁ ପଡ଼ିବ ।

ଆଜିଠୁ ରାଜ୍ୟର ଆଉ ୪ଟି ବଡ଼ ସହରରେ ଟିକା ଦିଆଯିବ; ଘରୋଇ ହସପିଟାଲ ବି ସାମିଲ୍ ହେଉଛନ୍ତି
ଟିକାକରଣ ସେଣ୍ଟର୍ ବଢି଼ବା ଦ୍ୱାରା ଭିଡ଼ କମିବ । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସୋମବାରଠାରୁ ରାଜ୍ୟର ଆଉ ଚାରିଟି ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ କରୋନା ଟିକାକରଣ କରାଯିବ । ଭିଡ଼କୁ ଏଡ଼ାଇବା ପାଇଁ ପୂର୍ବରୁ ଟିକାକାରଣ କରୁଥିବା ବେସରକାରୀ ହସ୍ପିଟାଲ ଏହି ଅଭିଯାନରେ ଅନ୍ତର୍ଭୁକ୍ତ ହେବେ । ହିତାଧିକାରୀମାନଙ୍କୁ ଏଥି ପାଇଁ ମାତ୍ର ୧୦୦ ଟଙ୍କା ଦେବାକୁ ପଡି଼ବ ।

ରାଜ୍ୟସରକାରଙ୍କ ପାଖରେ କୋଭିସିଲଡ୍‌ ଟିକା ପହଞ୍ଚିବା ପରେ ଟିକାକରଣ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, କଟକ, ରାଉରକେଲା ଓ ବ୍ରହ୍ମପୁର ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକା ଦିଆଯିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ପୂର୍ବରୁ ଏହା ବିଷୟରେ ସୂଚନା ଦେଇଥିଲେ । ଶନିବାର ଦିନ ଟିକା ପହଞ୍ଚିବା ପରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ଟିକାକରଣ ପ୍ରକ୍ରିୟାରେ ଘରୋଇ ହସ୍ପିଟାଲମାନେ ଆଗ୍ରହ ଦେଖାଇଥିବା ଜଣାପଡ଼ିଛି । ପୁର୍ବରୁ ଭୁବନେଶ୍ୱର ମହାନଗର ନିଗମରେ କୋଭାକ୍ସିନ ଟିକା ଦିଆଯିବା ଆରମ୍ଭ ହୋଇସାରିଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଭିଡ଼ ଏଡ଼ାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ଯେତେ ଶୀଘ୍ର ସମ୍ଭବ ଟିକା ଦେବା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ ଟିକାକରଣରେ ସାମିଲ କରାଯାଉଛି । ପୂର୍ବରୁ ଯେଉଁ ଘରୋଇ ହସ୍ପିଟାଲଗୁଡ଼ିକ ଟିକାକରଣ କରୁଥିଲେ ସେମାନେ ହିଁ ଏଥିରେ ସାମିଲ ହେବେ । ଏଥି ପାଇଁ ହିତାଧିକାରୀମାନଙ୍କୁ ସର୍ଭିସ୍‌ ଚାର୍ଜ ବାବଦକୁ ୧୦୦ ଟଙ୍କା ଦେବାକୁ ପଡ଼ିବ । ସରକାରଙ୍କ ତରଫରୁ ଭ୍ୟାକ୍ସିନ୍‌ ଯୋଗାଇ ଦିଆଯିବ । ଶନିବାର ଦିନ ସ୍ବାସ୍ଥ୍ୟ ବିଭାଗ ଏ ନେଇ ଚିଠି ଲେଖିଛି । ରାଜ୍ୟ ସରକାରଙ୍କ ଟିକାଗରଣରେ ସାମିଲ ହେଉଥିବା ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ଏକ ଗାଇଡଲାଇନ୍‌ ପ୍ରସ୍ତୁତ କରିଛି ସ୍ବାସ୍ଥ୍ୟ ବିଭାଗ ।

ଏହା ବି ପଢ଼ନ୍ତୁ | ମମତାଙ୍କୁ ଅର୍ଥ ମନ୍ତ୍ରୀ ଉତ୍ତର ଦେଲେ: ପୂର୍ବରୁ COVID ଉପକରଣ ଉପରେ GST ଛାଡ଼ କରାଯାଇ ସାରିଛି

ରାଜ୍ୟରେ ପୁର୍ବରୁ ୧,୫୦୦ ସେସନ୍ ସାଇଟରେ ଟିକାକରଣ ଚାଲିଥିଲା ।


କର ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ‘‘ଆସନ୍ତା ସପ୍ତାହରୁ ଆମ ହସ୍ପିଟାଲରେ ଏହା ଆରମ୍ଭ ହୋଇପାରେ । ମେଡିକାଲ ଚାର୍ଜ ପାଇଁ ଲୋକଙ୍କୁ ମାତ୍ର ୧୦୦ ଟଙ୍କା ଦେବାକୁ ପଡି଼ବ । ଲୋକେ ଟିକା ପାଇଁ ଯେମିତି ଭିଡ଼ କରୁଥିଲେ ଘରୋଇ ହସପିଟାଲରେ ଟିକାକରଣ ଦ୍ୱାରା ତାହା ଆଉ ହେବ ନାହିଁ । କମ୍‌ ସମୟରେ ଆମେ ଅଧିକ ଲୋକଙ୍କୁ ଟିକା ଦେଇ ପାରିବା ।’’

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

‘‘ଏହା ଏକ ବହୁତ ଭଲ ପଦକ୍ଷେପ । ଟିକାକରଣ ସେଣ୍ଟର୍‌ ବଢି଼ବା ଦ୍ୱାରା ଭିଡ଼ କମିବ । ସହଜରେ ଲୋକେ ଟିକା ନେଇ ପାରିବେ । ଆମ ହସପିଟାଲରେ (ଆପୋଲୋ ହସ୍ପିଟାଲରେ) ପୂର୍ବରୁ ଟିକା ଦେବାର ବ୍ୟବସ୍ଥା ରହିଛି । ସାମାଜିକ ଦୂରତା ରକ୍ଷା କରିବା ସହ ହସପିଟାଲ ପରିସରକୁ ସାନିଟାଇଜେସନ୍‌ କରି ଲୋକଙ୍କୁ ଟିକା ଦିଆଯାଉଛି,’’ କହିଛନ୍ତି ଆପୋଲୋ ହସ୍ପିଟାଲର ଡାକ୍ତର ସୁନିତା ସାହୁ ।

ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

ସେ କହିଛନ୍ତି ଯେ ଲକଡାଉନ୍‌ ଜାରିଥିବାରୁ କୋଭିଡ ମାମଲାରେ ହ୍ରାସ ଦେଖାଯିବ ବୋଲି ଆଶା କରାଯାଉଛି । ‘‘ଏବେ ପିକରେ ଅଛୁ । ଲକଡାଉନ ସହ କୋଭିଡ ନିୟମ ଠିକ୍‌ ଭାବେ ପାଳନ କଲେ ଏହି ପିକ୍‌ ଖସିବ । ଏବେ କମି କମି ଆସୁଛି । ଆଗକୁ ଆହୁରି କମିପାରେ । ତୃତୀୟ ଲହର ଏଡ଼ାଇବା ପାଇଁ ସମସ୍ତେ ଟିକା ନେବା ଦରକାର,’’ କହିଛନ୍ତି ଡଃ ସାହୁ ।



ରାଜ୍ୟରେ ପୁର୍ବରୁ ୧,୫୦୦ ସେସନ୍‌ ସାଇଟରେ ଟିକାକରଣ ଚାଲୁଥିବା ବେଳେ ୧୦୦ରୁ ଅଧିକ ଘରୋଇ ହସ୍ପିଟାଲ ଏଥିରେ ସାମିଲ୍‌ ଥିଲେ । ସେଥି ମଧ୍ୟରୁ ଭୁବନେଶ୍ୱରରେ ୩୨ଟି ଘରୋଇ ହସ୍ପିଟାଲ ରହିଛନ୍ତି । ମେ ୧ ତାରିଖରୁ ଘରୋଇ ହସ୍ପିଟାଲରେ ଟିକାକରଣକୁ କେନ୍ଦ୍ର ସରକାର ବନ୍ଦ କରିଦେଇଥିଲେ । କୁହାଯାଇଥିଲା ଯେ ଘରୋଇ ହସ୍ପିଟାଲମାନେ ସିଧାସଳଖ ଟିକା ଉତ୍ପାଦକ କମ୍ପାନି ପାଖରୁ ଟିକା ଆଣି ଲୋକଙ୍କୁ ଦେଇପାରିବେ ।
Published by: Anand ST Das
First published: May 9, 2021, 10:15 PM IST