ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଭାରତର ସବୁଠାରୁ ବଡ଼ ଟିକା ସଚେତନତା ଅଭିଯାନରେ ଯୋଗ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର

ଭାରତର ସବୁଠାରୁ ବଡ଼ ଟିକା ସଚେତନତା ଅଭିଯାନରେ ଯୋଗ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର

ଟିକାକରଣ ଅଭିଯାନରେ ଉତ୍ତର ପ୍ରଦେଶ ପୂର୍ବରୁ ହିଁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଗ୍ରଣୀ ରହି ଆସୁଛି ଓ ହାଲରେ ଏହା ନିକଟରେ ୫.୫୦ କୋଟିରୁ ଅଧିକ ଡୋଜ୍ ଦେଇ ବର୍ତ୍ତମାନ ପର୍ଯ୍ୟନ୍ତ ୫,୫୧,୨୭,୬୫୭ରୁ ଅଧିକ ଲୋକଙ୍କୁ ଟିକା ଲଗାଇ ଏକ ଉପାଧି ହାସଲ କରିଛି।

ଭାରତର ସବୁଠାରୁ ବଡ଼ ଟିକା ସଚେତନତା ଅଭିଯାନରେ ଯୋଗ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର
ଟିକା ସଚେତନତା ଅଭିଯାନରେ ଯୋଗ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର
  • News18 Odia
  • Last Updated: August 20, 2021, 1:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

By Shruti Bhatt / AUGUST 13, 2021

ଗ୍ରାମାଞ୍ଚଳରେ ଗଭୀର ଭାବରେ ମୂଳ ଜମେଇ ସାରିଥିବା ଟିକା ଦ୍ଵିଧା ସହତି ଲଢ଼ିବା ପାଇଁ ଉତ୍ତର ପ୍ରଦେଶ ସରକାର ନିକଟରେ Network18 ଓ Federal Bankର ନେତୃତ୍ବରେ ଟିକା ସଚେତନତା ପଦକ୍ଷେପ, ‘ସଞ୍ଜିବନୀ-ଏ ଶଟ ଅଫ୍ ଲାଇଫ’ ସହିତ ହାତ ମିଶାଇ ଥିଲେ। ଭାରତର ସବୁଠାରୁ ବ଼ ଟିକା ସଚେତନତା ଅଭିଯାନ ସହିତ ସହଯୋଗ କରି ଯୋଗୀ ସରକାର ଏହାର ସଞ୍ଚାଳନ କାର୍ଯ୍ୟକୁ ବ୍ୟାପକ କରିବାକୁ ଓ ରାଜ୍ୟରେ ୧୦୦ ପ୍ରତିଶତ ଟିକାକରଣ କରେଇବାକୁ ଲକ୍ଷ୍ୟ ରଖିଛନ୍ତି।

କରୋନା ମାମଲା ବଢ଼ିବାରେ ଲାଗିଛି ଓ ତୃତୀୟ ଲହରର ଭୟ ଚାରିଆଡ଼େ ଘୁରି ବୁଲୁଛି, ରାଜ୍ୟ ସରକାର ବ୍ୟାପକ ଟିକାକରଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଟିକାକରଣ ଅଭିଯାନରେ ଉତ୍ତର ପ୍ରଦେଶ ପୂର୍ବରୁ ହିଁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଗ୍ରଣୀ ରହି ଆସୁଛି ଓ ହାଲରେ ଏହା ନିକଟରେ ୫.୫୦ କୋଟିରୁ ଅଧିକ ଡୋଜ୍ ଦେଇ ବର୍ତ୍ତମାନ ପର୍ଯ୍ୟନ୍ତ ୫,୫୧,୨୭,୬୫୭ରୁ ଅଧିକ ଲୋକଙ୍କୁ ଟିକା ଲଗାଇ ଏକ ଉପାଧି ହାସଲ କରିଛି।

ପ୍ରଭାବଶାଳୀ ସଂଖ୍ୟା ସତ୍ତ୍ଵେ ରାଜ୍ୟର ଗ୍ରାମାଞ୍ଚଳ ବାସିନ୍ଦାର ଏକ ବଡ଼ ବିଭାଗ ବର୍ତ୍ତମାନ ମଧ୍ୟ ଟିକା ବିଷୟରେ ମିଥ୍ୟା ଓ ଭୁଲ ସୂଚନା ଗୁଡ଼ିକ ପାଇଁ ପ୍ରଭାବରେ ଟିକା ଲଗେଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସଞ୍ଜିବନୀ ସହଭାଗିତା ମାଧ୍ୟମରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରାଇବା ସହ ଗ୍ରାମୀଣ କ୍ଷେତ୍ରରେ ନିଜର ସ୍ଥାନକୁ ବିସ୍ତାର କରିବେ ।

ସଚେତନତା ବିସ୍ତାର କରିବା ଓ ଲୋକମାନଙ୍କୁ ବୁଝେଇ ସଚେତନ କରିବାରେ ଉତ୍ସାହିତ କରିବା ପାଇଁ ଅମୃତସରର ଅଟାରୀ ସୀମାରୁ ଚଳିଚ ବର୍ଷ ଏପ୍ରିଲ ୭ରେ ସଞ୍ଜିବନୀ ଗାଡ଼ି ଆରମ୍ଭ କରାଯାଇଥିଲା। ମୂଳ ସ୍ତରରେ ଟିକା ଦ୍ଵିଧା ସହିତ ମୁକାବିଲା କରିବା ପାଇଁ ଏହାର ପ୍ରୟାସରେ 'ସଞ୍ଜିବନୀ ଗାଡ଼ି' ପାଞ୍ଚଟି ସବୁଠାରୁ ଖରାପ କରୋନା ପ୍ରଭାବିତ ଜିଲ୍ଲାର ଅନେକ ଗ୍ରାମକୁ ଯାଇଥିଲା।

ରାସ୍ତାରେ ଟିକାକରଣ ଅଭିଯାନକୁ ନେଇ ଅଟାରୀ ଠାରୁ ଆରମ୍ଭ କରି ଦକ୍ଷିଣ କନ୍ନଡ ପର୍ଯ୍ୟନ୍ତ ଏହି ଗାଡ଼ି ୫୦୦ରୁ ଅଧିକ ଗାଁରେ ପହଞ୍ଚିଛି। ଦ୍ୱାରରୁ ଦ୍ୱାର ଯୋଗାଯୋଗ, ଏକ ୨୪/୭ ହ୍ଵାଟ୍ସଆପ୍ ଓ ଚାଟ୍ ସମର୍ଥନ ସହିତ ଏହି ଅଭିଯାନ ଟିକାକରଣ ସଚେତନତାକୁ ଅନ୍ତିମ ଲକ୍ଷ୍ୟ ପର୍ଯନ୍ତ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।

ସଚେତନତା ବିସ୍ତାର କରି ଓ କରୋନା ଟିକା ସମ୍ବନ୍ଧୀୟ ମନଗଢ଼ା କଥା ଗୁଡିକୁ ଦୂରେଇ, ଏହି ସଂସ୍ଥା ଉତ୍ତର ପ୍ରଦେଶର ଚାଲୁଥିବା ଟିକାକରଣ ଅଭିଯାନକୁ ଆଉ ଏକ ଅତିରିକ୍ତ ଗତି ଦେବ।
Published by: Lipina Das
First published: August 20, 2021, 1:38 PM IST