News18 Odia Digital
ନୂଆ ଦିଲ୍ଲୀ: କରୋନା ବାଇରସ୍ ଟିକା ମାମଲାରେ ରାଜ୍ୟଗୁଡ଼ିକ ସହ ଡିଲ୍ କରିବାକୁ ମନା ବିଦେଶୀ ଟିକା କମ୍ପାନି ଫାଇଜର୍ ଓ ମଡେର୍ଣ୍ଣା ମନା କରିଦେବା ପରେ ଓଡ଼ିଶା ଜାରି କରିଥିବା ଗ୍ଲୋବାଲ୍ ଟେଣ୍ଡରର କାର୍ଯ୍ୟକ୍ଷମତା ଉପରେ ଏବେ ପ୍ରଶ୍ନ ଚିହ୍ନ ଲାଗିଛି । ପଞ୍ଜାବ ପରେ ଦିଲ୍ଲୀ ସରକାରଙ୍କୁ ଲାଗିଛି ଏମିତି ଝଟକା ।
କେବଳ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଦୁଇ ଆମେରିକୀୟ କମ୍ପାନୀ ଫାଇଜର୍ (Pfizer) ଓ ମଡେର୍ଣ୍ଣା (Moderna)। ତା’ ପରେ ବାଧ୍ୟ ହୋଇ କେନ୍ଦ୍ର ସରକାରଙ୍କୁ ଟିକା ଯୋଗାଇବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ସରକାର । ବିଦେଶୀ କମ୍ପାନି ଠାରୁ ଟିକା ଆଣି କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଦିଅନ୍ତୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ।
ଏହା ବି ପଢ଼ନ୍ତୁ | ମାଡ଼ି ଆସୁଛି ବାତ୍ୟା ‘ୟାସ୍’; ବାଲେଶ୍ବର ପାଖାପାଖି ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା; CM ଓ ଶାହ କଥା ହେଲେ‘‘ଦେଶରେ ଚାଲିଥିବା ଅବ୍ୟବସ୍ଥା ଏତେ ବଡ଼ ଯେ ଅନେକ ରାଜ୍ୟର କେତେକ ଜିଲ୍ଲାରେ ଭ୍ୟାକ୍ସିନେସନ୍ କେନ୍ଦ୍ର ଏ ପର୍ଯ୍ୟନ୍ତ ଖୋଲି ନାହିଁ । ଯୁବ ପୀଢ଼ି ପାଇଁ ଅନେକ ରାଜ୍ୟର ଅନେକ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଭ୍ୟାକ୍ସିନେସନ୍ ଆରମ୍ଭ ହୋଇନି । ଆଉ ଯେଉଁଠି ଆରମ୍ଭ ହୋଇଛି ତାହା ବନ୍ଦ କରିବାକୁ ପଡ଼ିଛି କାରଣ ଟିକା ସରିଗଲାଣି । ଯୁବ ପୀଢ଼ି ପାଇଁ ଆମେ (ଦିଲ୍ଲୀ ସରକାର) କେନ୍ଦ୍ର ସରକାରଙ୍କ ଠାରୁ ଭ୍ୟାକ୍ସିନ୍ ମାଗିଲୁ ତ ଆମକୁ କୁହାଗଲା ଆପଣଙ୍କୁ ମାତ୍ର ଚାରି ଲକ୍ଷ ଡୋଜ୍ ମିଳିବ, ତେଣୁ ଗ୍ଲୋବାଲ୍ ଟେଣ୍ଡର୍ କରି ଭ୍ୟାକ୍ସିନ୍ ଆଣନ୍ତୁ । ଆମେ ମଡେର୍ଣ୍ଣା, ଫାଇଜର୍ ଓ ଜନସନ୍ ଆଣ୍ଡ୍ ଜନସନ୍ ଆଦି କମ୍ପାନୀ ସହ ଯୋଗାଯୋଗ କଲୁ । ମଡେର୍ଣ୍ଣା ଓ ଫାଇଜର୍ ଆମକୁ କହିଲେ ସେମାନେ କେବଳ କେନ୍ଦ୍ର ସରକାରଙ୍କୁ ଟିକା ବିକିବେ । ଏମାନେ ତ ଭ୍ୟାକ୍ସିନେସନ୍ ପ୍ରକ୍ରିୟାକୁ ଗୋଟେ ଖେଳ ଘର ବନେଇ ଦେଇଛନ୍ତି!’’ କହିଛନ୍ତି ଦିଲ୍ଲୀର ଉପ-ମୁଖ୍ୟ ମନ୍ତ୍ରୀ ମନୀଷ ସିସୋଡ଼ିଆ ।
ଏହା ବି ପଢ଼ନ୍ତୁ | ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅ
ଦିଲ୍ଲୀର ଉପ-ମୁଖ୍ୟ ମନ୍ତ୍ରୀ ମନୀଷ ସିସୋଡ଼ିଆ
ଦେଶରେ ଦେଖାଦେଇଥିବା କରୋନା ଟିକାର ଅଭାବ ପୂରଣ କରିବାକୁ ଗୋଟେ ପରେ ଗୋଟେ ରାଜ୍ୟ ଡାକିଛନ୍ତି ଗ୍ଲୋବାଲ୍ ଟେଣ୍ଡର୍ । ବିଦେଶୀ କମ୍ପାନିଙ୍କ ଠାରୁ ଟିକା ଆଣି ନିଜ ନିଜ ରାଜ୍ୟର ଲୋକଙ୍କୁ ଦେବାକୁ କରିଛନ୍ତି ଯୋଜନା । ଓଡ଼ିଶା ସରକାର ବି ଏମିତି ଏକ ଗ୍ଲୋବାଲ୍ ଟେଣ୍ଡର୍ ଜାରି କରିଛନ୍ତି । ତେବେ ଆମେରିକୀୟ କମ୍ପାନି ଫାଇଜର୍ ଓ ମଡେର୍ଣ୍ଣା ଦିଲ୍ଲୀ ଓ ପଞ୍ଜାବକୁ ସିଧାସଳଖ ଟିକା ବିକ୍ରି କରିବାକୁ ମନା କରି ଦେବା ପରେ ଓଡ଼ିଶା ସହ ସେମିତି ହେବ ବୋଲି ଆଶଙ୍କା କରାଯାଉଛି ।
ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ୭ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତିଟିକା ନ ଥିବାରୁ ଶନିବାରଠାରୁ ଦିଲ୍ଲୀରେ ଟିକାକରଣ ବନ୍ଦ ରହିଛି । ୧୮ରୁ ୪୫ ବର୍ଷ ବୟସ ବର୍ଗର ଅଧିକାଂଶ ଲୋକ ଏ ଯାଏଁ ଟିକା ନେଇ ନାହାନ୍ତି । କିଛି ଦିନ ତଳେ ଭାରତ ବାୟୋଟେକ୍ ମଧ୍ୟ ଦିଲ୍ଲୀକୁ କୋଭାକ୍ସିନ୍ ସିଧାସଳଖ ନ ଦେଇ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବ ବୋଲି କହିଥିଲା । ଦେଶ ଭିତରୁ ହତାଶ ହେବା ପରେ ଦିଲ୍ଲୀ ସରକାର ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର୍ ଡାକିଥିଲେ ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ HIV ଓ COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍ଦିଲ୍ଲୀକୁ ମାସକୁ ୮୦ ଲକ୍ଷ ଡୋଜ୍ ଟିକାର ଆବଶ୍ୟକତା ରହିଛି । ତେବେ ମେ ମାସରେ ମାତ୍ର ୧୬ ଲକ୍ଷ ମିଳିଥିବା ବେଳେ ଜୁନରେ ମିଳିବାକୁ ଯାଉଛି ମାତ୍ର ୮ ଲକ୍ଷ । ଏଭଳି ସ୍ଥିତିରେ ବିଦେଶୀ କମ୍ପାନୀଠାରୁ ଟିକା କିଣି ଆବଶ୍ୟକତା ପୂରଣ କରିବାକୁ ଦିଲ୍ଲୀ ସରକାର ଚାହିଁଥିଲେ ।
ଏହି ଦୁଇ ଆମେରିକୀୟ ଟିକା କମ୍ପାନୀଙ୍କ ଏମିତି ଆଭିମୁଖ୍ୟ ଓଡ଼ିଶା, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ସମେତ ଅଧିକାଂଶ ରାଜ୍ୟ ପାଇଁ ସଙ୍କଟ ଆଣିଛି ବୋଲି କୁହାଯାଉଛି । ଏହି ରାଜ୍ୟମାନେ ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଛନ୍ତି । କିନ୍ତୁ ଯଦି ବିଦେଶୀ ଟିକା କମ୍ପାନୀମାନେ ରାଜ୍ୟ ସରକାରଙ୍କ ସହ ଡିଲ୍ ନ କରିବେ ତେବେ ଦେଶରେ ଟିକାକରଣ ଦିଗଭ୍ରଷ୍ଟ ହେବ ବୋଲି ଆଶଙ୍କା କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।