ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେ କରୋନାରେ ସଂକ୍ରମିତ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେ କରୋନାରେ ସଂକ୍ରମିତ ହୋଇଛନ୍ତି । ପିଏମ ମୋଦି ଟ୍ୱିଟ କରି ତାଙ୍କ ସ୍ଵାସ୍ଥ୍ୟ ଆରୋଗ୍ୟ କାମନା କରିଛନ୍ତି।

ଜୋ ବାଇଡେନେଙ୍କ (ପ୍ରତୀକାତ୍ମକ ଛବି)

ଜୋ ବାଇଡେନେଙ୍କ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେ: ଯଦିଓ ସାରା ବିଶ୍ୱରେ କରୋନା ଭାଇରସର ଗତି ମନ୍ଥର ହୋଇସାରିଛି, ତଥାପି ଏହାର ସଂକ୍ରମଣ କମିନି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେ କରୋନାରେ ସଂକ୍ରମିତ ବୋଲି ହ୍ଵାଇଟି ହାଉସ ଏକ ସରକାରୀ ବିବୃତ୍ତି ଜାରି କରିଛି। ଏଭଳି ପରିସ୍ଥିତିରେ ଜୋ ବାଇଡେନେଙ୍କ କରୋନା ରିପୋର୍ଟ ସକରାତ୍ମକ ହେବା ସହିତ ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି ବୋଲି କୁହାଯାଇଛି। ଯେଉଁଥିରେ ସେ ଶୁଖିଲା କାଶ ଓ ଥଣ୍ଡା ହେବା ସହିତ ଥକାପଣ ଅନୁଭବ କରୁଥିଲେ ବୋଲି କୁହାଯାଇଛି।

ଆମେରିକା ରାଷ୍ଟ୍ରପତି ସଂଗରୋଧରେ ଅଛନ୍ତି 

ହ୍ଵାଇଟି ହାଉସର ଏକ ବିବୃତ୍ତିରେ କୁହାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କରୋନା ସଂକ୍ରମିତ ହେବା ପରେ ଏବେ ସଂଗରୋଧରେ ଅଛନ୍ତି। ଜୁମ୍ କଲ୍ ଓ ଫୋନ୍ କଲ ମାଧ୍ୟମରେ ସେ ତାଙ୍କ ବାସଭବନରୁ ସମସ୍ତ ପୂର୍ବ ନିର୍ଦ୍ଧାରିତ ବୈଠକରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ମୋଦି ଆରୋଗ୍ୟ କାମନା କରିଛନ୍ତି

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେଙ୍କୁ COVID-19 ରୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପିଏମ ମୋଦି ଟ୍ୱିଟ କରି ଲେଖିଛନ୍ତି, "ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେଙ୍କୁ କରୋନା ସଂକ୍ରମଣରୁ ଶୀଘ୍ର ଆରୋଗ୍ୟ ଲାଭ କାମନା କରୁଛି। ମୁଁ ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି।
Published by:Sujit Swain
First published: