News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ରେଳବାଇ (Indian Railway) ଟ୍ରେନର ସମୟକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏଥି ପାଇଁ ରେଳବାଇ ଏକ 'ଶୂନ୍ୟ ଆଧାରିତ' ସମୟ ସାରଣୀ (Train Timings) ପ୍ରସ୍ତୁତ କରୁଛି, ଯାହା ଖୁବ ଶୀଘ୍ର ପ୍ରକାଶ ପାଇବ। କରୋନା ଯୋଗୁଁ ସୃଷ୍ଟି ହୋଇଥିବା ବର୍ତ୍ତମାନର ସଙ୍କଟମୟ ପରିସ୍ଥିତି ଦୂର ହେବା ପରେ ହିଁ ଏହା ଲାଗୁ ହେବ । ଯେ ପର୍ଯ୍ୟନ୍ତ କରୋନା ଭୟ ରହିଥିବ, ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
ସାଧାରଣତଃ ରେଳବାଇର ନୂଆ ସମୟ ସାରଣୀ ପ୍ରତି ବର୍ଷ ଜୁଲାଇରୁ ପର ବର୍ଷର ଜୁନ୍ ମାସ ପର୍ଯ୍ୟନ୍ତ ଲାଗୁ ହୁଏ । ତା’ପରେ ପାଣିପାଗ ଓ ଟ୍ରେନ୍ ସଂଖ୍ୟାରେ ହେଉଥିବା ପରିବର୍ତ୍ତନ ଅନୁସାରେ ନୂତନ ସମୟ ସାରଣୀ କାର୍ଯ୍ୟକାରୀ ହୁଏ । କିନ୍ତୁ ଅନେକ ଥର ପରିସ୍ଥିତିକୁ ଦେଖି ସମୟ ସାରଣୀ କାର୍ଯ୍ୟକାରୀ ହେବାର ସମୟରେ ବି ପରିବର୍ତ୍ତନ କରାଯାଏ। ଚଳିତ ବର୍ଷ କରୋନା ସଂକ୍ରମଣ ପରିସ୍ଥିତି ଯୋଗୁଁ ଏହି ପରିବର୍ତ୍ତନ ହେବାକୁ ଯାଉଛି ।
ରେଳ ସମୟ ସାରଣୀରେ ଅନେକ ବଡ଼ ପରିବର୍ତ୍ତନ ସୂତ୍ରଙ୍କ ଅନୁସାରେ ରେଳର ନୂଆ ସମୟ ସାରଣୀରେ ଅନେକ ପରିବର୍ତ୍ତନ କରାଯାଉଛି, ଯାହା ଆଗାମୀ ଅନେକ ବର୍ଷ ଧରି ରେଳବାଇରେ ଏକ ବଡ଼ ସୁଧାର ଆଣିବ । ବାସ୍ତବରେ ଗତ କିଛି ଦଶନ୍ଧି ଧରି ରାଜନୈତିକ ଚାହିଦା ଅନୁଯାୟୀ ଟ୍ରେନଗୁଡ଼ିକର ଷ୍ଟପେଜ୍ (ରହଣି ସ୍ଥାନ) ବୃଦ୍ଧି କରାଯାଇଛି । ଲୋକ ଓ ନେତାମାନଙ୍କ ବିରୋଧର ଭୟ ଯୋଗୁଁ ଅନେକ ଚାହିଦା ନ ଥିବା (ଯଥେଷ୍ଟ ଯାତ୍ରୀ ନ ଥିବା) ଟ୍ରେନ୍ ମଧ୍ୟ ଚାଲୁଛି, ଯେଉଁଥିରେ ଅଧାରୁ ଅଧିକ ସିଟ୍ ଖାଲି ରହୁଥିବା ଦେଖିବାକୁ ମିଳିଛି ।
୧୦୦ଟି ଟ୍ରେନ୍ ବନ୍ଦ ହୋଇପାରେ
ଚାହିଦା ନ ଥିବା ଟ୍ରେନଗୁଡ଼ିକୁ ବାତିଲ୍ କରାଯାଇପାରେ ।
ରେଳବାଇ ଏପରି ଅନେକ ଟ୍ରେନର ପରିଚାଳନ ବନ୍ଦ କରିପାରେ ଯାହାର ଚାହିଦା ନାହିଁ । ଅର୍ଥାତ୍ ଏପରି ଟ୍ରେନ ଯେଉଁଥିରେ ଅଧାରୁ ଅଧିକ ସିଟ୍ ଖାଲି ପଡୁଛି । ଏହା କରିବା ସମୟରେ ଧ୍ୟାନ ଦିଆଯିବ ଯେ ଯାତ୍ରୀମାନଙ୍କ ପାଇଁ ବିକଳ୍ପ ଭାବରେ ଅନ୍ୟ ଟ୍ରେନ୍ ଉପଲବ୍ଧ ଅଛି । ସୂତ୍ରଙ୍କ ଅନୁସାରେ ସାରା ଦେଶରେ ୧୦୦ରୁ ଅଧିକ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇପାରେ ।
ଯେଉଁ ଯାତ୍ରୀବାହୀ ଟ୍ରେନରେ କୌଣସି ଷ୍ଟେସନରେ ୫୦ ଜଣ ଯାତ୍ରୀ ଚଢନ୍ତି ଓ ଓହ୍ଲାନ୍ତି ନାହିଁ ସେହି ଟ୍ରେନଗୁଡ଼ିକର ସେହି ସବୁ ଷ୍ଟେସନରେ ରୋକିବା ବନ୍ଦ କରାଯାଇପାରେ । କିନ୍ତୁ ଯାତ୍ରୀମାନଙ୍କ ପାଇଁ ଅନ୍ୟ ଟ୍ରେନ୍ ଉପଲବ୍ଧ ଅଛି କି ନା ତାହା ଉପରେ ଧ୍ୟାନ ଦିଆଯିବ ଯାହା ଫଳରେ ସେମାନେ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।
ଟ୍ରେନର ଗତି ବଢ଼ାଇବା ପାଇଁ ପଦକ୍ଷେପଚାହିଦା ନ ଥିବା ଟ୍ରେନଗୁଡ଼ିକୁ ବାତିଲ୍ କରିବା ଓ କିଛି ଟ୍ରେନର ଷ୍ଟପେଜ୍ କମ୍ କରିବା ଦ୍ୱାରା ଅନ୍ୟ ଅନେକ ଟ୍ରେନର ଗତି ବଢ଼ିଯିବ । ଏହି ଉପାୟରେ ରେଳବାଇ କିଛି ମେଲ୍ ଓ ଏକ୍ସପ୍ରେସ ଟ୍ରେନକୁ ସୁପରଫାଷ୍ଟ ଟ୍ରେନର ପାହ୍ୟା ଦେବାକୁ ଯୋଜନା କରୁଛି । ସେହି ସବୁ ଟ୍ରେନକୁ ସୁପରଫାଷ୍ଟ ଟ୍ରେନ୍ କହନ୍ତି ଯାହାର ହାରାହାରି ବେଗ ଘଣ୍ଟା ପ୍ରତି ୫୫ କିଲୋମିଟର ରହିଥାଏ । ଏହା ଦ୍ୱାରା ସୁପରଫାଷ୍ଟ ଚାର୍ଜ ଆକାରରେ ରେଳବାଇର ଆୟ ମଧ୍ୟ ବୃଦ୍ଧି ହେବ ।
ଶୂନ ଆଧାରିତ ସମୟ ସାରଣୀ କ’ଣ?ବାସ୍ତବରେ ଶୂନ ଆଧାରିତ ସମୟ ସାରଣୀ (zero-based time table) ହେଉଛି ସେମିତି ସମୟ ସାରଣୀ ଯାହାକୁ ବନେଇବା ବେଳେ ଟ୍ରାକରେ କୌଣସି ଟ୍ରେନ୍ ନ ଥିବ ବୋଲି ମନେକରାଯାଏ । ଅର୍ଥାତ ପ୍ରତ୍ୟେକ ଟ୍ରେନକୁ ଏକ ନୂଆ ଟ୍ରେନ୍ ପରି ସମୟ ଦିଆଯାଏ ଓ ଗୋଟେ ଗୋଟେ କରି ସବୁ ଟ୍ରେନର ଚଳାଚଳ ସମୟ ସ୍ଥିର କରାଯାଏ । ଏଥିରେ ପ୍ରତ୍ୟେକ ଟ୍ରେନର ଚଳାଚଳ ଓ କୌଣସି ଷ୍ଟେସନରେ ଅଟକି ରହିବା ପାଇଁ ଏକ ନିରାପଦ ସମୟ ଦିଆଯାଇଥାଏ, ଯାହା ଦ୍ଵାରା ସେମାନେ ଅନ୍ୟ କୌଣସି ଟ୍ରେନ୍ କାରଣରୁ ବିଳମ୍ବ ହୁଅନ୍ତି ନାହିଁ ଓ ଅନ୍ୟ କୌଣସି ଟ୍ରେନକୁ ବିଳମ୍ବିତ କରାନ୍ତି ନାହିଁ ।
ଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁଏହା ବି ପଢ଼ନ୍ତୁ: CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲାକରୋନା କାଳରେ ଅନେକ ଟ୍ରେନର ଚଳାଚଳ ଉପରେ ବ୍ରେକ୍ ଲାଗିଛି । ବର୍ତ୍ତମାନ ରେଳବାଇ ମାତ୍ର ୨୩୦ଟି ଟ୍ରେନ୍ ପରିଚାଳନ କରୁଛି । ଏଭଳି ପରିସ୍ଥିତିରେ ରେଳବାଇ ପାଇଁ ଟ୍ରେନ୍ ଚଳାଚଳରେ ସୁଧାର ଆଣିବାର ଏକ ବଡ଼ ସୁଯୋଗ ରହିଛି । ଆଶା କରାଯାଉଛି ଯେ ସମୟ ସାରଣୀରେ ଏହି ପରିବର୍ତ୍ତନ ଚଳିତ ବର୍ଷ ଶେଷ ସୁଦ୍ଧା ଦେଖିବାକୁ ମିଳିବ, କିନ୍ତୁ ଏହାର ଲାଭ ଯାତ୍ରୀମାନଙ୍କୁ ଆଗାମୀ ଅନେକ ବର୍ଷ ଯାଏ ମିଳିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।