Unlock-4 ରେ ଏହି ରିହାତି ଗୁଡ଼ିକ ଆଜି ଠାରୁ ଉପଲବ୍ଧ ହେବ; ଅନେକ ରାଜ୍ୟରେ ଖୋଲିଲା ସ୍କୁଲ, ସମାରୋହରେ ସାମିଲ ହୋଇ ପାରିବେ ୧୦୦ ଲୋକ

Unlock 4: ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଅନଲକ୍ -୪ ନିର୍ଦ୍ଦେଶାବଳୀ ଅନୁସାରେ ସେପ୍ଟେମ୍ବର ୭ ତାରିଖରୁ ମେଟ୍ରୋ ସେବା ଆରମ୍ଭ ହୋଇଥିଲା । ଆଜିଠାରୁ ସ୍କୁଲ ଖୋଲିବା ସହ ବିବାହ ସମାରୋହ ପାଇଁ ଅଧିକ ରିହାତି ଦିଆଯାଇଛି ।

Unlock-4 ରେ ଏହି ରିହାତି ଗୁଡ଼ିକ ଆଜି ଠାରୁ ଉପଲବ୍ଧ ହେବ; ଅନେକ ରାଜ୍ୟରେ ଖୋଲିଲା ସ୍କୁଲ, ସମାରୋହରେ ସାମିଲ ହୋଇ ପାରିବେ ୧୦୦ ଲୋକ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 21, 2020, 11:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digita
ନୂଆ ଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ଭାଇରସ୍ (Coronavirus) ସଂକ୍ରମଣ ମାମଲା ମଧ୍ୟରେ ଆଜିଠାରୁ ଲକଡାଉନରେ ଅଧିକ ରିହାତି ପ୍ରଦାନ କରିବାକୁ ଏକ ନିଷ୍ପତି ହୋଇଛି । ଦେଶରେ ବର୍ତ୍ତମାନ ଅନଲକ୍ -୪ (Unlock-4) ଚାଲିଛି । ଅନଲକ୍ -୪ ରେ ବିଭିନ୍ନ ପର୍ଯ୍ୟାୟରେ ରିହାତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ୧ ସେପ୍ଟେମ୍ବରରୁ ଅନଲକ୍ -୪ ଲାଗୁ କରାଯାଇଥିଲା ଓ ୭ ସେପ୍ଟେମ୍ବରରୁ ମେଟ୍ରୋ ସେବା ଆରମ୍ଭ ହୋଇଥିଲା । ଆଜିଠାରୁ ସ୍କୁଲ ଖୋଲିବା ସହ ବିବାହ ସମାରୋହ ପାଇଁ ଆଉ କିଛି ରିହାତି ମଧ୍ୟ ଦିଆଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚରୁ ବନ୍ଦ କରାଯାଇଥିବା ସ୍କୁଲ ଓ କଲେଜଗୁଡ଼ିକୁ ଆଜିଠାରୁ କିଛି ଗାଇଡ୍ ଲାଇନ୍ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ସହିତ ରେଳ ମନ୍ତ୍ରଣାଳୟ ଆଜିଠାରୁ ୨୦ ଯୋଡ଼ା କ୍ଲୋନ ଟ୍ରେନ୍ ଆରମ୍ଭ କରିବାକୁ ଯାଉଛି । ଏହା ଦ୍ୱାରା ଯାତ୍ରୀମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ ।ଆଜିଠାରୁ ସେମାନଙ୍କର ଅଧିକାଂଶ ରିହାତି ପୂରଣ ହେବାକୁ ଯାଉଛି ଯେଉଁମାନଙ୍କ ପାଖରେ କୌଣସି କାର୍ଯ୍ୟକ୍ରମ ହେବାର ଅଛି । ଆଜିଠାରୁ ଯକୌଣସି ଇଭେଣ୍ଟରେ ୫୦ ଜଣ ଲୋକଙ୍କ ସ୍ଥାନରେ ୧୦୦ ଜଣଙ୍କୁ ଆସିବାକୁ ଅନୁମତି ଦିଆଯାଇଛି ।

୧୮୮ ଦିନ ପରେ ଆଜିଠୁ ପୁଣି ଖୋଲିଲା ତାଜମହଲ
ଲକଡାଉନ ସମୟରେ ତାଜମହଲ ଓ ଆଗ୍ରା ଦୁର୍ଗ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଯାହାପରେ ଏହାକୁ ଆଜି ଖୋଲି ଦିଆଯାଇଛି । ଅବଶ୍ୟ ଏହି ସମୟ ମଧ୍ୟରେ ଯେଉଁମାନେ ତାଜମହଲ ଓ ଦୁର୍ଗ ପରିଦର୍ଶନ କରିବେ ସେମାନଙ୍କୁ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି । କରୋନା ଭୂତାଣୁ ଦ୍ୱାରା ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତର ପ୍ରତ୍ନତାତ୍ତ୍ୱିକ ସର୍ଭେ ୧୭ ମାର୍ଚ୍ଚରୁ ତାଜମହଲକୁ ବନ୍ଦ କରିଦେଇଥିଲା ।

ସମାରୋହରେ ୫୦ଜଣ ଲୋକଙ୍କ ପରିବର୍ତ୍ତେ ୧୦୦ ଜଣ ସାମିଲ ହୋଇପାରିବେ
କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଆଜିଠାରୁ କୌଣସି ବିବାହ ସମାରୋହ, ରାଜନୈତିକ, ଧାର୍ମିକ ତଥା ସାଂସ୍କୃତିକ ସମାରୋହକୁ ୧୦୦ ଜଣ ବ୍ୟକ୍ତିକୁ ଯିବାକୁ ଅନୁମତି ଦିଆଯିବ । ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମରେ କେବଳ ୫୦ ଜଣ ଅଂଶଗ୍ରହଣ କରିପାରିବାର ନିୟମ ଥିଲା କିନ୍ତୁ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନେ ଯାଇପାରିବେ ସ୍କୁଲ
ଗତ କିଛି ମାସ ହେବ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ ରହିଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଚିନ୍ତା କରୁଥିଲେ ଯେ ସ୍କୁଲ କିପରି ଖୋଲାଯିବ । ଏବେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆଜିଠାରୁ ସ୍କୁଲ ଖୋଲାଯିବ । କିନ୍ତୁ ଏଥି ସହିତ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ସ୍କୁଲ ଖୋଲିବା ସହିତ କିଛି ସତର୍କତା ମଧ୍ୟ ଛାତ୍ର ଓ ବିଦ୍ୟାଳୟମାନଙ୍କ ଦ୍ୱାରା ଅବଲମ୍ବନ କରାଯିବ । ନବମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ପୁନଃଆରମ୍ଭ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏହା ଅଧୀନରେ ୨୧ ସେପ୍ଟେମ୍ବରରୁ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍କୁଲକୁ ଯାଇପାରିବେ । କରୋନା ଭୂତାଣୁ ଯୋଗୁଁ ୧୬ ମାର୍ଚ୍ଚରେ ସ୍କୁଲ ଓ କଲେଜ ସମେତ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରି ଦିଆଯାଇଥିଲା ।
Published by: Jagdish Barik
First published: September 21, 2020, 11:00 AM IST
corona virus btn
corona virus btn
Loading