Unlock-4:ମେଟ୍ରୋ ସେବା ଆରମ୍ଭ ହୋଇପାରେ; ପୂର୍ବପରି ସ୍କୁଲ-କଲେଜ ବନ୍ଦ ରହିବ: ସୂତ୍ର

ଅନଲକ-୩ ର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଖବର ଅନୁସାରେ ଅନଲକ୍ -୪ ପର୍ଯ୍ୟାୟରେ ମେଟ୍ରୋ ସେବା ଆରମ୍ଭ ହୋଇପାରେ।

Unlock-4:ମେଟ୍ରୋ ସେବା ଆରମ୍ଭ ହୋଇପାରେ; ପୂର୍ବପରି ସ୍କୁଲ-କଲେଜ ବନ୍ଦ ରହିବ: ସୂତ୍ର
ଅନଲକ୍ -୪ ନିର୍ଦ୍ଦେଶାବଳୀ ଖୁବ ଶୀଘ୍ର ପ୍ରକଶ ପାଇବାକୁ ଯାଉଛି
  • News18 Odia
  • Last Updated: August 24, 2020, 6:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟର ସୂତ୍ରରୁ ଏହା ଜଣାପଡିଛି ଯେ ଅନଲକ୍ -୪ ରେ ମଧ୍ୟ ସ୍କୁଲ ଓ କଲେଜ ବନ୍ଦ ରହିବ । ଅନଲକ୍ -୪ ସେପ୍ଟେମ୍ବରରେ ଆରମ୍ଭ ହୋଇପାରେ। ବିଭିନ୍ନ ପରୀକ୍ଷାର ଅନୁମୋଦନ ପରେ ଏପରି କଳ୍ପନାଜଳ୍ପନା କରାଯାଉଥିଲା ଯେ ସ୍କୁଲ,କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଅନଲକ୍ -୪ ରେ ଖୋଲା ଯାଇପାରେ । କିନ୍ତୁ ସୂତ୍ରରୁ ପ୍ରକାଶ ଖବର ଅନୁସାରେ ଅନଲକ-୪ ପର୍ଯ୍ୟାୟରେ ସରକାର ସ୍କୁଲ, କଲେଜ ଖୋଲିବାକୁ ଅନୁମତି ଦେଇନାହାଁନ୍ତି । ଏହା ସହିତ ଏହି ପର୍ଯ୍ୟାୟରେ କଣ୍ଟେନମେଣ୍ଟ ଜୋନ୍ ଉପରେ କଡ଼ା ପ୍ରତିବନ୍ଧକ ମଧ୍ୟ ଜାରି ରହିବ । ଏହା ବ୍ୟତୀତ ମେଟ୍ରୋ ସେବାଗୁଡିକ ଏହି ପର୍ଯ୍ୟାୟରେ ପୁନର୍ବାର ଆରମ୍ଭ କରାଯିବ। ଗୃହ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଅନଲକ୍ -୪ ସମ୍ବନ୍ଧରେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିପାରନ୍ତି ।

୫ ଅଗଷ୍ଟରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟରେ ଜିମ୍ ଓ ଯୋଗ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏହା ବ୍ୟତୀତ ୩୧ ଅଗଷ୍ଟ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଅର୍ଡର କରାଯାଇଥିଲା । ଅନଲକର ତୃତୀୟ ପର୍ଯ୍ୟାୟରେ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ଉଠାଯାଇଥିଲା । ପୂର୍ବ ପର୍ଯ୍ୟାୟରେ ମଧ୍ୟ ସିନେମା ହଲ୍ ଖୋଲିବାକୁ ସରକାର ଅନୁମତି ଦେଇ ନ ଥିବାବେଳେ ଜାଣିବାକୁ ମିଳିଛି ଯେ ଏହି ପର୍ଯ୍ୟାୟରେ ସରକାର ସିନେମା ହଲ୍ ଇତ୍ୟାଦି ପୂର୍ବପରି ବନ୍ଦ ରଖିବେ। ଆନ୍ତର୍ଜାତୀୟ ବିମାନ ଓ ନିୟମିତ ଟ୍ରେନ୍ ସେବା ମଧ୍ୟ ବର୍ତ୍ତମାନ ଆରମ୍ଭ ହେବ ବୋଲି ଆଶା କରାଯାଉନାହିଁ ।

ଏଗୁଡିକ ଉପରେ ରହିବ ସମ୍ପୂର୍ଣ୍ଣ ନିଷେଧ

ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକଡାଉନ୍ ପରଠାରୁ ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ଥିଏଟର, ବାର୍ ଇତ୍ୟାଦି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହା ବ୍ୟତୀତ ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଶିକ୍ଷାଗତ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଓ ବଡ଼ ବଡ଼ ଉତ୍ସବକୁ ନିଷେଧ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅନଲକ୍ ର ବିଭିନ୍ନ ନିର୍ଦ୍ଦେଶ ସହିତ ସପିଂ ମଲ୍ ଓ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ସରକାର ଅନୁମୋଦନ କରିଥିଲେ ।

ମାର୍ଚ୍ଚ ଠାରୁ ଦେଶରେ ଜାରିରହିଛି ଲକଡାଉନ୍

ଦେଶରେ କରୋନା ଭୂତାଣୁର ବିସ୍ତାର ହେତୁ କେନ୍ଦ୍ର ସରକାର ମାର୍ଚ୍ଚ ମାସରୁ ଏହି ଲକଡାଉନ୍ ଘୋଷଣା କରିଥିଲେ । ବିଭିନ୍ନ ପର୍ଯ୍ୟାୟରେ ଏହି ଲକଡାଉନ୍ ପରେ ଜୁନ୍ ମାସରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ସରକାର ଅନଲକ୍ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାର ଚତୁର୍ଥ ପର୍ଯ୍ୟାୟ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଛି । ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଅନଲକ୍ ର ବିଭିନ୍ନ ପର୍ଯ୍ୟାୟରେ କଣ୍ଟେଣ୍ଟମେଣ୍ଟ ଜୋନ୍ କଡା ନିଷେଧ ଉପରେ ଗୁରୁତ୍ୱ ଦିଆଯାଉଛି ।

ବର୍ତ୍ତମାନ ଦେଶରେ ମୋଟ କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ୩୦ ଲକ୍ଷ ଅତିକ୍ରମ କରିଛି । ସେଥିମଧ୍ୟରୁ ୨୩ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ହୋଇଥିବାବେଳେ ପ୍ରାୟ ୭ ଲକ୍ଷ ସକ୍ରିୟ ମାମଲା ରହିଛି । ଦେଶରେ କୋଭିଡ -୧୯ ଯୋଗୁଁ ୫୭,୫୪୨ ଲୋକ ପ୍ରାଣ ହରାଇଛନ୍ତି। (ଇନପୁଟ୍ - ଅମିତ ପାଣ୍ଡେ)
Published by: Jagdish Barik
First published: August 24, 2020, 6:44 PM IST
corona virus btn
corona virus btn
Loading