ଆସିଗଲା ଅନଲକ୍-୪ ଗାଇଡଲାଇନ୍‌; କଣ୍ଟେନମେଣ୍ଟ ଜୋନ୍ ବାହାରେ ହୋଇପାରିବନି ଲକଡାଉନ୍

ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ସର୍ବାଧିକ ୧୦୦ ଜଣ ଲୋକଙ୍କୁ ନେଇ ହୋଇପାରିବ ସଭା ସମିତିର ଆୟୋଜନ । ଅଭିଭାବକମାନଙ୍କ ଲିଖିତ ସମ୍ମତି ବଳରେ ନବମରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ସ୍କୁଲକୁ ଆସିପାରିବେ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଅନଲକ୍-୪ର ଗାଇଡଲାଇନ୍‌ (Unlock 4 guidelines) ଜାରି କରିଛନ୍ତି । ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବାକୁ ଥିବା ଏହି କୋହଳତା ବଷୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଏହି ଗାଇଡଲାଇନ ଅନୁସାରେ ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ ବନ୍ଦ ରହିବ ଦେଶର ସବୁ ଶିକ୍ଷାନୁଷ୍ଠାନ (educational institutions), ହେଲେ ବିଭିନ୍ନ କ୍ଷେତ୍ରରେ ଅନେକ କୋହଳତା ଦିଆଯାଇଛି ।

ନୂଆ ଗାଇଡଲାଇନ୍‌ ଅନୁସାରେ ଏଣିକି ସର୍ବାଧିକ ୧୦୦ ଜଣ ଲୋକଙ୍କୁ ନେଇ ହୋଇପାରିବ ସଭା ସମିତିର ଆୟୋଜନ । ହେଲେ ଏହି ସର୍ତ୍ତମୂଳକ ସାଧାରଣ ସମାବେଶ ପାଇଁ ସେପ୍ଟେମ୍ବର ୨୧ରୁ ମିଳିବ ଅନୁମତି । ସେପ୍ଟେମ୍ବର ୭ରୁ ଦେଶରେ ମେଟ୍ରୋ ଟ୍ରେନ୍‌ ଚାଲିବା ଆରମ୍ଭ କରିବ । ସେପ୍ଟେମ୍ବର ୨୧ ତାରିଖରୁ ମୁକ୍ତାକାଶ ରଙ୍ଗମଞ୍ଚ ଆରମ୍ଭ ହୋଇପାରିବ ।

ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର କହିଛନ୍ତି ଯେ ଏଣିକି କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକଡାଉନ୍ ଘୋଷଣା ହୋଇପାରିବ ନାହିଁ । ଯଦି କୌଣସି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାର ଆବଶ୍ୟକତା ଥାଏ, ତେବେ ଏଥି ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର ହେବ ।

ବିନା ସର୍ତ୍ତରେ ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ଭିତରେ ବସ୍ ଚଳାଚଳ କରିପାରିବ । ପୂର୍ବ ଭଳି ବନ୍ଦ ରହିବ ବାର୍, ଜିମ୍, ସିନେମା ହଲ୍ ଓ ସୁଇମିଂ ପୁଲ୍ (bars, gyms, swimming pools and cinema halls)।

ନବମରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ସ୍କୁଲକୁ ଆସିପାରିବେ ।


ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ସରକାର ସ୍ପଷ୍ଟ କରିଛନ୍ତି ଯେ ଅନଲକ୍-୪ରେ ଅଭିଭାବକମାନଙ୍କ ଲିଖିତ ସମ୍ମତି ବଳରେ ନବମରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ସ୍କୁଲକୁ (schools) ଆସିପାରିବେ । ଅନ୍‌ଲାଇନ୍‌ ଶିକ୍ଷାଦାନ ପାଇଁ ସ୍କୁଲକୁ ଆସିପାରିବେ ୫୦ ପ୍ରତିଶତ କର୍ମଚାରୀ । ନବମରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ଶିକ୍ଷା ପରାମର୍ଶ ପାଇଁ ସ୍କୁଲ ଆସିପାରିବେ, ହେଲେ ସ୍କୁଲକୁ ଆସିବା ଲାଗି କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏଥି ପାଇଁ ଛାତ୍ରଛାତ୍ରୀଙ୍କୁ ନିଜ ପିତାମାତାଙ୍କ ଲିଖିତ ସହମତି ଆଣିବା ଜରୁରୀ ହେବ ।

ITI ଭଳି ଦକ୍ଷତା ଓ ତାଲିମ ପ୍ରତିଷ୍ଠାନ ଖୋଲିବାକୁ ବି ଅନୁମତି ମିଳିଛି । Ph.D ଭଳି ଗବେଷଣା ପାଠ୍ୟକ୍ରମ ଚାଲିପାରିବ । ଲ୍ୟାବ ପରୀକ୍ଷଣକୁ ବି ଅନୁମତି ଦିଆଯାଇଛି । ଗବେଷଣାଧର୍ମୀ ଶିକ୍ଷାଦାନ ପାଇଁ କେନ୍ଦ୍ରକୁ ପଚାରି ଅନୁମତି ଦେବ ରାଜ୍ୟ ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ପରିବାର ପଚାରିଲା ‘କୋଠରୀ କାହିଁକି ସିଲ୍ କଲାନି ପୋଲିସ? ରଙ୍ଗ କାହିଁକି କରାଗଲା?’

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଦେଶରେ ଗତ ୨୪ ଘଣ୍ଟାରେ ୧,୦୨୧ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏହି ଗୋଟିଏ ଦିନରେ ୭୬,୪୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬୨,୫୫୦ରେ ପହଞ୍ଚିଛି । ଦେଶରେ ଏ ପର୍ଯ୍ୟନ୍ତ କରୋନା ପଜିଟିଭ୍‌ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୨କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୨୬ ଲକ୍ଷ ୪୮ ହଜାର ୯୯୮ ଆକ୍ରାନ୍ତ । ଏବେ ୭ ଲକ୍ଷ ୫୨ ହଜାର ୪୨୪ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ।



ମହାରାଷ୍ଟ୍ରରେ ପଜିଟିଭ ସଂଖ୍ୟା ସଂଖ୍ୟା ସର୍ବାଧିକ ୭ ଲକ୍ଷ ୪୭ ହଜାରରେ ପହଞ୍ଚିଥିବା ବେଳେ ଏହି ପଶ୍ଚିମ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୩୧ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟା ୨୩,୭୭୫ରେ ପହଞ୍ଚିଛି । ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୪,୩୮୯ ଓ ଉତ୍ତର ପ୍ରଦେଶରେ ୩,୨୯୪ରେ ପହଞ୍ଚିଛି ।
Published by:Anand Shankar Thankur Das
First published: