କାଲି ଠାରୁ କେନ୍ଦ୍ରର ଅନଲକ୍ ୩ ଆରମ୍ଭ, ହେଲେ ରାଜ୍ୟ ସରକାର ଉଠାଇବେକି କଟକଣା?

ବିଶେଷଜ୍ଞଙ୍କ ମତରେ ରାଜ୍ୟରେ କୋଭିଡ ସଂକ୍ରମଣ କମିବା ସଙ୍କେତ ଦେଖାଦେଇଛି । ତଥାପି ଆଗାମୀ ସପ୍ତାହେରୁ ଦୁଇ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଲୋକେ ନିଜ ଆଡୁ ବନ୍ଦ ହୋଇ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସେମାନେ।

କାଲି ଠାରୁ କେନ୍ଦ୍ରର ଅନଲକ୍ ୩ ଆରମ୍ଭ, ହେଲେ ରାଜ୍ୟ ସରକାର ଉଠାଇବେକି କଟକଣା?
ଓଡ଼ିଶା ସଚିବାଳୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ ସଙ୍କଟ ମଧ୍ୟରେ ଆସନ୍ତା କାଲି (ଅଗଷ୍ଟ ୧) ଠାରୁ ଆରମ୍ଭ ହେବାକୁ ଥିବା ଅନଲକ୍‌ ୩ର ନିୟମାବଳୀ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ଅନଲକ୍‌ ୩ରେ ରାଜ୍ୟରେ କେମିତି ରହିବ କଟକଣା ଓ ରାଜ୍ୟ ସରକାର କଣ ନିଷ୍ପତ୍ତି ନେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ବାକି ଅଞ୍ଚଳରେ ଅନଲକ୍‌ ୨ ଅପେକ୍ଷା କେନ୍ଦ୍ର ସରକାର ଅନେକ କଟକଣା କୋହଳ କରିଛନ୍ତି । ରାତ୍ରିକାଳୀନ କର୍ଫ୍ୟୁକୁ ସମ୍ପୂର୍ଣ ଉଠେଇ ଦେଇଥିବା ବେଳେ ନିୟମ ମାନି ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ  ନିଷ୍ପତ୍ତି ନେଇଛନ୍ତି । ବନ୍ଦେ ଭାରତ ମିସନରେ ଅନ୍ତର୍ଜାତୀୟ ବିମାନ ସେବାକୁ ବି ସୀମିତ କରାଯାଇଛି ।

ଓଡ଼ିଶାରେ ବର୍ତ୍ତମାନ ଥିବା ପ୍ରତିକୂଳ ପରିସ୍ଥିତିକୁ ଦେଖି ଚାରିଟି ଜିଲ୍ଲା ଓ ରାଉରକେଲା ମୁନିସିପାଳିଟିରେ ଜୁଲାଇ ୩୧ ଯାଏ ଲକଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର । ଏପରିକି ଜିଲ୍ଲା ସ୍ଥିତିକୁ ଦେଖି ସଟଡାଉନ ଓ ଲକଡାଉନ ନିଷ୍ପତ୍ତି ନେଉଛି ଜିଲ୍ଲା ପ୍ରଶାସନ ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଜୁଲାଇ ୧୭ ତାରିଖରୁ ଲକଡାଉନ ଆରମ୍ଭରୁ ଗତ କାଲି (ଜୁଲାଇ ୩୦) ଯାଏ  ତଥ୍ୟକୁ ଦେଖିଲେ ଗଞ୍ଜାମରେ ୪,୮୯୮,  ଖୋର୍ଦ୍ଧାରେ ୨,୨୪୨, କଟକରେ ୮୯୭, ସୁନ୍ଦରଗଡ଼ରେ ୪୯୪ ଓ ଯାଜପୁରରେ ୨୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମିଥିବା ବେଳେ ଗଜପତି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ପରି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଏପରି ସ୍ଥିତିରେ କେନ୍ଦ୍ର ସରକାର ରାତ୍ରିକାଳୀନ କର୍ଫ୍ୟୁ ଉଠାଇବା ସହ ନିୟମାବଳୀ ଭିତରେ ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ରାଜ୍ୟ ସରକାର କଣ ନିଷ୍ପତ୍ତି ନେବେ ସେ ନେଇ ବିଚାର ବିମର୍ଷ ଜାରି ରଖିଛନ୍ତି ।

ବିଶେଷଜ୍ଞଙ୍କ ମତରେ ରାଜ୍ୟରେ କୋଭିଡ ସଂକ୍ରମଣ କମିବା ସଙ୍କେତ ଦେଖାଦେଇଛି । ତଥାପି ଆଗାମୀ ସପ୍ତାହେରୁ ଦୁଇ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସେମାନେ।

‘‘ଜୀବନ ଓ ଜୀବିକା ଦୃଷ୍ଟିରୁ ଅନଲକ ୩ ଗାଇଡ଼ଲାଇକୁ ମାନିବାରେ କିଛି ଅସୁବିଧା ନାହିଁ। ସମ୍ପୂର୍ଣ୍ଣ ଲକଡାଉନ କୋହଳ ନ କରି କେବଳ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ସ୍ଥାନକୁ ପର୍ଯ୍ୟାୟ କ୍ରମେ ବନ୍ଦ କରିବାର ଆବଶ୍ୟକତା ରହିଛି,’’ କହିଛନ୍ତି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ।

ଗତ ୧୦ ଦିନର ତଥ୍ୟକୁ ଅନୁଶୀଳନ କଲେ ଏହି ଦୁଇ ଦିନ ପ୍ଲାଟୋ ସ୍ତରକୁ ଆସିଛି, ଯାହାକି ସଂକ୍ରମଣ ହାର କମିବାର ସୂଚନା ଦେଉଛି ବୋଲି ସେ କହିଛନ୍ତି । ‘‘କିନ୍ତୁ ଏବେବି ସପ୍ତାହେ ରୁ ୨ ସପ୍ତାହେ ବହୁତ ଗୁରୁତ୍ୱପୂର୍ଣ ରହିଛି । ସରକାର ସମୟୋଚିତ ପଦକ୍ଷେପ ନେଉଛନ୍ତି । କିନ୍ତୁ ଲୋକେ ନିଜ ଆଡୁ ବନ୍ଦ ହୋଇ ରହିବାର ଆବଶ୍ୟକତା ରହିଛି,’’ କହିଛନ୍ତି ମହାପାତ୍ର ।

ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର


ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପୂର୍ବତନ ଆଡ଼ିସିନାଲ ଡେପୁଟି ଡ଼ାଇରେକ୍ଟର ଜେନେରାଲ ବିମଳ ମହାପାତ୍ର କହିଛନ୍ତି, ‘‘ଏହା ଏ ଭଳି ଏକ ରୋଗ ତାହା କେତେବେଳେ ବ୍ୟାପିବ ଓ କେଉଁଠି ବ୍ୟାପିବ ତାହା ଆକଳନ କରିବା କଷ୍ଟକର । ଭ୍ୟାକ୍ସିନ ନ ଆସିବା ଯାଏ ଏହି ରୋଗକୁ ପ୍ରତିହତ କରିବା ଅସମ୍ଭବ । ସରକାର ତାଙ୍କ କାମ କରିଛନ୍ତି, ଏବେ ଲୋକେ ସେମାନଙ୍କ ଦାୟିତ୍ୱ ନିର୍ବାହ କରିବା ଉଚିତ । କିନ୍ତୁ ଲକଡାଉନ ସବୁ ଆଡ଼େ ନ କରି କେବଳ ଯେଉଁ ଅଞ୍ଚଳରେ ସଂକ୍ରମଣ ଅଧିକ ବ୍ୟାପୁଛି ସେହି ଅଞ୍ଚଳରେ କଲେ ଜୀବନ ସହ ଜୀବିକାକୁ ବି ଆଗକୁ ନିଆଯାଇ ପାରନ୍ତା ।’’

ଅନଲକ ୩ ଅନୁସାରେ ଏବେ ବି  କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏ ଲକଡାଉନ ଜାରି ରହିବ । ସ୍କୁଲ ଓ କଲେଜ ସମ୍ପୂର୍ଣ ବନ୍ଦ ରହିବ । ସିନେମା ହଲ, ସ୍ୱିମିଙ୍ଗ ପୁଲ, ଅଡିଟୋରିଅମ, ପାର୍କ ଓ ବାର ବନ୍ଦ ରହିବା ସହ ସାମାଜିକ, ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ବି କଟକଣା ଜାରି ରହିବ। ଧୀରେ ଧୀରେ ସରକାର ଅର୍ଥନୈତିକ କାରବାର ଉପରୁ କଟକଣା ଉଠାଇ ସ୍ଥିତି ସ୍ୱାଭାବିକ ଆଡକୁ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଏହା ବି ପଢ଼ନ୍ତୁ: ଅନଲକ୍‌ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍‌ ଓ ଯୋଗ ଅନୁଷ୍ଠାନ

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ

ଦେଖନ୍ତୁ ଫଟୋ ଓ ପଢ଼ନ୍ତୁ: ଟିଭିର ସାଧାସିଧା ବୋହୂ ହିନା ଖାନ୍ ବୋଲ୍ଡ ଫଟୋସୁଟ କରାଇଲେ, ଫଟୋ ସବୁ ଭାଇରାଲ୍ ହେଉଛି

‘‘ଚାରି ମାସ ଧରି କଟକଣା ଭିତରେ ଅର୍ଥନୈତିକ ସ୍ଥିତି ବିଗିଡ଼ି ଯାଇଛି । ପର୍ଯ୍ୟାୟ କ୍ରମେ ଅର୍ଥନୈତିକ କାରବାରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ମୁକ୍ତ କରିଥିବା ବେଳେ ଆଗାମୀ ଦିନରେ ଆଉ କିଛି କୋହଳ ହେବାର ଆବଶ୍ୟକତା ରହିଛି । ରାଜ୍ୟର ସ୍ଥିତି ଦୃଷ୍ଟିରୁ ସରକାର ସମୟୋଚିତ ପଦକ୍ଷେପ ନେଉଥିବା ବେଳେ କଟକଣା ଭିତରେ ଆର୍ଥିକ କାରବାରକୁ ଅନୁମତି ଦେବା ଜରୁରୀ,’’ କହିଛନ୍ତି ଅର୍ଥନୈତିକ ବିଶେଷଜ୍ଞ ଦିଲୀପ ବିଶୋଇ ।
Published by: Anand Shankar Thankur Das
First published: July 31, 2020, 4:49 PM IST
corona virus btn
corona virus btn
Loading