ଆଜି ଠାରୁ ଦେଶରେ ଅନଲକ୍ ୩ ଆରମ୍ଭ; ୫ ତାରିଖରୁ ଖୋଲିବ ଜିମ୍ ଓ ଯୋଗ ଅନୁଷ୍ଠାନ
କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସବୁ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର । ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ସହ କ୍ରୀଡ଼ା ଓ ମନୋରଞ୍ଜନ ସମାବେଶ ବି ବନ୍ଦ ରହିବ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: August 1, 2020, 12:42 AM IST
ନୂଆ ଦିଲ୍ଲୀ: ଅନଲକ୍-୩କୁ ନେଇ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ରାତ୍ରୀକାଳୀନ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି । ଅର୍ଥାତ୍ ଅଗଷ୍ଟ ୧ରୁ ଆଉ ରହିବ ନାହିଁ ରାତ୍ରୀକାଳୀନ କଟକଣା । ସାଧାରଣ ଲୋକେ ରାତିରେ ବିନା କଟକଣାରେ ଯାଆ-ଆସ କରିପାରିବେ ।
ଅନଲକ୍-୩ରେ ଆଉ ଏକ ଗୁରୁ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଅଗଷ୍ଟ ୫ରୁ ଖୋଲିବ ଜିମ୍ନାସିୟମ ଓ ଯୋଗ ଅନୁଷ୍ଠାନ । କିନ୍ତୁ ଜିମ୍ ଓ ଯୋଗ ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର ସରକାରଙ୍କ କୋଭିଡ୍ ସମ୍ପର୍କିତ ଦିଶାନିର୍ଦ୍ଦେଶ (ଏସ୍.ଓ.ପି.) ପାଳନ କରିବାକୁ ହେବ । ସମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପରିଧାନ ନିୟମ ଭିତରେ ସ୍ବାଧୀନତା ଦିବସ ପାଳନ କରାଯାଇପାରିବ ବୋଲି ବି ଏହି ଗାଇଡଲାଇନରେ ଦର୍ଶାଯାଇଛି ।

ଅଗଷ୍ଟ ୧ରୁ ସାଧାରଣ ଲୋକେ ରାତିରେ ବିନା କଟକଣାରେ ଯାଆ-ଆସ କରିପାରିବେ ।
ଏହା ବି ପଢ଼ନ୍ତୁ: WATCH VIDEO: କରୋନା ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ କେହି ଉଠାଇଲେନି, ପତ୍ନୀଙ୍କ ଆଖି ଆଗରେ ମୃତ୍ୟୁ ହେଲା
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ
ଅଗଷ୍ଟ ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭିତରେ ଲକଡାଉନ୍ ନିୟମ କଡ଼ାକଡ଼ି ପାଳନ କରାଯିବ । କଣ୍ଟେନମେଣ୍ଟ ଜୋନ୍ ବାହାରେ କେଉଁ ପ୍ରକାର କାର୍ଯ୍ୟକଳାପ ଓ ଗତିବିଧି ଚାଲୁ ରହିବ, ତାହା ରାଜ୍ୟ ସରକାରମାନେ ସ୍ଥିର କରିପାରିବେ । ତେବେ ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ଭିତରେ ମାଲ୍ ପରିବହନ ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏଥି ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ଅନୁମତି ଦରକାର ନାହିଁ ବୋଲି ଗାଇଡଲାଇନରେ କୁହାଯାଇଛି ।