ଅନ୍‌ଲକ୍ ୧: କଣ୍ଟେନମେଣ୍ଟ ଜୋନରେ ଆଉ ମାସେ ବଢ଼ିଲା ଲକଡାଉନ; ବାକି ଜାଗାରେ କୋହଳ

Lockdown 5.0 till June end | ଗୃହ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ ଜୁନ ୮ରୁ ଖୋଲିବ ଧାର୍ମିକ ସ୍ଥଳ, ହୋଟେଲ ଓ ସପିଂ ମଲ୍‌ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଆସିବା କରିହେବ । ସ୍କୁଲ, କଲେଜ ଖୋଲିବା ନେଇ ଜୁଲାଇରେ ନିଷ୍ପତ୍ତି ହେବ ।

ଅନ୍‌ଲକ୍ ୧: କଣ୍ଟେନମେଣ୍ଟ ଜୋନରେ ଆଉ ମାସେ ବଢ଼ିଲା ଲକଡାଉନ; ବାକି ଜାଗାରେ କୋହଳ
ହାଇଦରାବାଦରେ (Hyderabad) ଲକଡାଉନ ସମୟର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍ ବିରୋଧରେ ମୁକାବିଲା କରିବା ପାଇଁ ଦେଶରେ ପୁଣି ଥରେ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି । ଲକଡାଉନ୍ ୫.୦ (Lockdown 5.0)କୁ କେନ୍ଦ୍ର ସରକାର ଅନଲକ୍ ୧ (Unlock 1) ନାମ ଦେଇଛନ୍ତି । ଅନଲକ୍ ୧ ପାଇଁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଆଜି ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏହି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ଏବେ ବି ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ, କିନ୍ତୁ ବାକି ସ୍ଥାନଗୁଡ଼ିକରେ ଧୀରେ ଧୀରେ ଆରାମ ଦିଆଯିବ । ଏହି ନିର୍ଦ୍ଦେଶାବଳୀ ଜୁନ୍ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରହିବ ।

ଅନଲକ୍ ୧ରେ ଏହି କୋହଳତା ମିଳିବ:

- ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ଅନଲକ୍ ୧ରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଆସିବା କରିହେବ । ଏଥି ପାଇଁ କୌଣସି ପ୍ରକାରର ପାସ୍ ନେବାର ଆବଶ୍ୟକତା ନାହିଁ ।

- ନିଷ୍ପତ୍ତି ଅନୁଯାୟୀ ଜୁନ ୮ରୁ ଖୋଲିବ ଧାର୍ମିକ ସ୍ଥଳ, ହୋଟେଲ ଓ ସପିଂ ମଲ୍‌ ।

- ରାଜ୍ୟମାନଙ୍କ ସହ ଆଲୋଚନା ପରେ ଖୋଲିବ ଶିକ୍ଷାନୁଷ୍ଠାନ । ସ୍କୁଲ, କଲେଜ ଖୋଲିବା ନେଇ ଜୁଲାଇରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର ।

- ସିନେମା ହଲ୍‌, ଜିମ୍‌ ଓ ସୁଇମିଂ ପୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

- ଅନ୍ତର୍ଜାତୀୟ ବିମାନ ଓ ମେଟ୍ରୋ ଟ୍ରେନ୍‌ ସେବା ପୂର୍ବ ପରି ବନ୍ଦ ରହିବ, କିନ୍ତୁ ଆନ୍ତଃରାଜ୍ୟ ଗାଡ଼ି ଚଳାଚଳ କଟକଣା ହଟାଇ ଦେଇଛନ୍ତି କେନ୍ଦ୍ର ସରକାର ।

ଲକଡାଉନ୍ ପଞ୍ଚମ ପର୍ଯ୍ୟାୟରେ ଅନେକ ଚ୍ୟାଲେଞ୍ଜ ଅଛି

ଲକଡାଉନ୍ ୫.୦ରେ ଦେଶ ସାମନାରେ ଦୁଇଟି ଚ୍ୟାଲେଞ୍ଜ ଅଛି । ଗୋଟିଏ ପଟେ ଅର୍ଥନୈତିକ କାର୍ଯ୍ୟକଳାପରେ କୋହଳତା ଦେଇ ଅର୍ଥନୀତିକୁ ରାସ୍ତାକୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ । ଅନ୍ୟ ପଟେ ଦ୍ରୁତ ଗତିରେ ବିସ୍ତାରିତ ହେଉଥିବା କରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣକୁ ଅଣାଯିବ ।

ଏହା ପୂର୍ବରୁ ଲକ୍ଡାଉନ୍ ୫.୦ ବିଷୟରେ ଇଙ୍ଗିତ ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର (Prakash Javdekar) କହିଥିଲେ ଯେ ଲକଡାଉନ୍ ୫.୦ ନିଶ୍ଚୟ ହେବ, ହେଲେ ଏଥିରେ ପ୍ରତିବନ୍ଧକ ବହୁ ପରିମାଣରେ ହ୍ରାସ ପାଇବ ।

କେନ୍ଦ୍ର ସରକାରଙ୍କ ପୂର୍ବରୁ ମଧ୍ୟ ପ୍ରଦେଶ ସରକାର ଲକଡାଉନକୁ ଜୁନ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ଘୋଷଣା କରିଥିଲେ । ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବିବୃତ୍ତିରେ କହିଛନ୍ତି ଯେ ବର୍ତ୍ତମାନର ଅବସ୍ଥାକୁ ଦୃଷ୍ଟିରେ ରଖି ଲକଡାଉନ୍ ସମ୍ପୂର୍ଣ୍ଣ ଭାବେ ଖୋଲାଯାଇପାରିବ ନାହିଁ, ତେଣୁ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଲକଡାଉନ୍ ଅବଧି ଜୁନ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ତେବେ ଏ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ କ’ଣ ହେବ ତାହା ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସ୍ପଷ୍ଟ କରାଯିବ।

ଅମିତ ଶାହା ମୁଖ୍ୟ ମନ୍ତ୍ରୀମାନଙ୍କ ସହ କଥା ହେଲେ

ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସମସ୍ତ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି । ଏହି ବାର୍ତ୍ତାଳାପରେ ଲକଡାଉନ୍ ୪.୦ର ପରିସ୍ଥିତି ସମୀକ୍ଷା କରାଯାଇଥିଲା । ଶାହା ଲକଡାଉନ୍ ୫.୦ ବିଷୟରେ ବିଭିନ୍ନ ରାଜ୍ୟର ମତାମତ ଲୋଡ଼ିଥିଲେ ଓ ପରବର୍ତ୍ତୀ ଯୋଜନା ଉପରେ ଆଲୋଚନା କରିଥିଲେ । ଅନେକ ରାଜ୍ୟ ନିଜ ରାଜ୍ୟରେ ଲକଡାଉନ ବା କଠୋରତାକୁ ଆହୁରି ବଢ଼ାଇ ସାରିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବା ପରେ ଗୃହ ମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଶାହା ମୁଖ୍ୟ ମନ୍ତ୍ରୀମାନଙ୍କ ମତ ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ସୂଚନା ଦେଇଥିଲେ ।

ଏହା ବି ପଢ଼ନ୍ତୁ: 

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’


ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ


First published: May 30, 2020, 7:32 PM IST
corona virus btn
corona virus btn
Loading