ମିଳିତ ଜାତିସଂଘର ଭାରତକୁ ପ୍ରଶଂସା; କହିଲା: କରୋନା ବିରୋଧ ଲଢ଼େଇରେ ଗ୍ଲୋବାଲ ଲିଡ଼ର
ମିଳିତ ଜାତିସଂଘକୁ କରୋନା ଭ୍ୟାକ୍ସିନର ୨ ଲକ୍ଷ ଡୋଜ ଯୋଗାଇଥିବାରୁ ମିଳିତ ଜାତିସଂଘ ଭାରତକୁ ପ୍ରଶଂସା କରି କରୋନା ବିରୋଧ ଯୁଦ୍ଧରେ ଗ୍ଲୋବାଲ ଲିଡର ବୋଲି କହିଛି ।

ମିଳିତ ଜାତିସଂଘର ଭାରତକୁ ପ୍ରଶଂସା
- News18 Odia
- Last Updated: February 21, 2021, 6:33 PM IST
ନୂଆ ଦିଲ୍ଲୀ: ଭାରତ ମିଳିତ ଜାତିସଂଘକୁ କରୋନା ଭ୍ୟାକ୍ସିନର ୨ ଲକ୍ଷ ଡୋଜ ଯୋଗାଇଥିବାରୁ ମିଳିତ ଜାତିସଂଘ ଭାରତକୁ ପ୍ରଶଂସା କରି ଧନ୍ୟବାଦ ଅର୍ପଣ କରିଛି । ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ପାଇଁ ଭାରତ କରୋନା ଟିକା ପ୍ରଦାନ କରିଛି । ମିଳିତ ଜାତିସଂଘ ଭାରତକୁ ପ୍ରଶଂସା କରି ଏହାକୁ କରୋନା ବିରୋଧରେ ଯୁଦ୍ଧରେ ଗ୍ଲୋବାଲ ଲିଡର ବୋଲି କହିଛି । ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟାରେସଙ୍କ ବିବୃତ୍ତିର ପୁନରାବୃତ୍ତି କରି ମିଳିତ ଜାତିସଂଘର ସ୍ଥାୟୀ ସଚିବ ଟି.ଏସ୍ ଥିରୁମୂର୍ତ୍ତି କହିଛନ୍ତି ଯେ କରୋନା ସହ ଲଢ଼େଇ କରିବାରେ ଭାରତ ଗ୍ଲୋବାଲ ଲିଡର ଭାବରେ କାର୍ଯ୍ୟ କରୁଛି । କୋଭେକ୍ସ ସୁବିଧାକୁ ମଜବୁତ କରି ସମଗ୍ର ବିଶ୍ୱକୁ ଟିକା ଯୋଗାଇ ଦେଇଥିବାରୁ ଆମେ ଭାରତକୁ ଧନ୍ୟବାଦ ଦେଉଛୁ ।
କୋଭାକ୍ସିନ୍ ଓ କୋଭିଶିଲ୍ଡ ବର୍ତ୍ତମାନ ଭାରତରେ ଅନୁମୋଦିତ ଟିକା । ସାପ୍ତାହିକ ସୂଚନା ପ୍ରଦାନ କରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତ ଖୁବ ଶୀଘ୍ର ଓମାନ, ନିକାରାଗୁଆ ସମେତ ଅନେକ ଦେଶକୁ ଟିକା ପଠାଇବାକୁ ଯାଉଛି । କେବଳ ଏତିକି ନୁହେଁ ଖୁବ ଶୀଘ୍ର ଭାରତରୁ ଆଫ୍ରିକାକୁ ୧ କୋଟି ଡୋଜ ପଠାଇବ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ମିଳିତ ଜାତିସଂଘର ସ୍ୱାସ୍ଥ୍ୟ କର୍ମୀଙ୍କୁ ୧୦ ଲକ୍ଷ ଡୋଜ ପଠାଇବ । ଭାରତ ହେଉଛି ସେହି ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ କୋଭିଡ ଟୀକାକରଣର କାର୍ଯ୍ୟ ଦୁନିଆର ସବୁଠୁ ଦ୍ରୁତ ଗତିରେ ଚାଲିଛି ।