Corona: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍ ହେଲେ, ନିଜକୁ ବିଚ୍ଛିନ୍ନ କରି ରଖିଲେ

କରୋନା ଭାଇରସରେ ସଂକ୍ରମିତ ହେବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ନିଜକୁ ଆଇସୋଲେସନରେ ରଖିଛନ୍ତି ଓ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ସେମାନଙ୍କୁ ନିଜକୁ ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି ।

Corona: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍ ହେଲେ, ନିଜକୁ ବିଚ୍ଛିନ୍ନ କରି ରଖିଲେ
ସ୍ମୃତି ଇରାନୀ
  • News18 Odia
  • Last Updated: October 28, 2020, 10:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ (Smriti Irani) କରୋନା ଭାଇରସରେ (Coronavirus) ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହି କଥା ବିଷୟରେ ନିଜେ କେନ୍ଦ୍ର ମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସଂକ୍ରମିତ ହେବା ପରେ ସ୍ମୃତି ଇରାନୀ ତାଙ୍କ ସହ ଯୋଗାଯୋଗରେ ଥିବା ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି ।

କରୋନା ଭାଇରସରେ ସଂକ୍ରମିତ ହେବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ନିଜକୁ ଆଇସୋଲେସନରେ (ଅନ୍ୟମାନଙ୍କ ଠାରୁ ବିଚ୍ଛିନ୍ନ କରି) ରଖିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ‘‘ଏହି ଘୋଷଣା କରିବା ସମୟରେ ମୋତେ ଶବ୍ଦ ଖୋଜିବାକୁ ପଡ଼ୁଛି । ତେଣୁ ମୁଁ ଏହି ସୂଚନାକୁ ସରଳ କରି କହିବି - ମୁଁ କୋଭିଡ୍ ପଜିଟିଭ୍ ହୋଇଛି । ଯେଉଁମାନେ ମୋ’ ସହିତ ସମ୍ପର୍କରେ ଥିଲେ ସେମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ଯଥା ଶୀଘ୍ର ନିଜକୁ ପରୀକ୍ଷା କରାଇ ନିଅନ୍ତୁ ।’’

ଏହା ବି ପଢ଼ନ୍ତୁ | ଭୁବନେଶ୍ରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ



ସ୍ମୃତି ଇରାନୀଙ୍କ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (RBI Governor Shashikanta Das) କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ନିକଟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ (Devsndra Fadnavis) ଓ ବିହାର ଉପମୁଖ୍ୟ ମନ୍ତ୍ରୀ ସୁଶୀଲ କୁମାର ମୋଦୀ (Sushil Kumar Modi) ମଧ୍ୟ କୋଭିଡ ପଜିଟିଭ୍‌ ହୋଇଥିଲେ ।



ଏହା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଗୃହ ମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ କେନ୍ଦ୍ର ସରକାର ମନ୍ତ୍ରୀ କରୋନା ପଜିଟିଭ୍‌ ହୋଇଥିଲେ ।
Published by: Anand Shankar Thankur Das
First published: October 28, 2020, 10:06 PM IST
corona virus btn
corona virus btn
Loading