‘‘Go Corona, Go’’ ସ୍ଲୋଗାନ୍ ଦେଇଥିବା କେନ୍ଦ୍ର ମନ୍ତ୍ରୀ କରୋନାରେ ସଂକ୍ରମିତ ହେଲେ

ଭାରତରେ କରୋନା ମହାମାରୀ ଆରମ୍ଭ ହୋଇଥିବା ସମୟରେ ଏହି ମନ୍ତ୍ରୀ 'ଗୋ କରୋନା ଗୋ' ସ୍ଲୋଗାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

‘‘Go Corona, Go’’ ସ୍ଲୋଗାନ୍ ଦେଇଥିବା କେନ୍ଦ୍ର ମନ୍ତ୍ରୀ କରୋନାରେ ସଂକ୍ରମିତ ହେଲେ
କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ
  • News18 Odia
  • Last Updated: October 27, 2020, 4:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: 'ଗୋ କରୋନା ... ଗୋ କରୋନା' (Go Corona, Go) ସ୍ଲୋଗାନ ଦେଇ ଚାନରୁ ବ୍ୟାପିଥିବା କରୋନା ଭାଇରସ (Corona Virus) ମହାମାରୀକୁ ଦୂର କରିବାକୁ ଚେଷ୍ଟା କରିଥିବା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ (Union Minister Ramdas Athavale) କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର ଦିନ ଅଠାୱାଲେଙ୍କ କାର୍ଯ୍ୟାଳୟ ତରଫରୁ ସେ କରୋନା ପଜିଟିଭ୍ ହୋଇଥିବା ଖବର ଦିଆଯାଇଛି ।

ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ-ଏ (ଆରପିଆଇ)ର ନେତା ରାମଦାସ ଅଠାୱଲେଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭାରତରେ କରୋନା ମହାମାରୀ ଆରମ୍ଭ ହୋଇଥିବା ସମୟରେ ସେ 'ଗୋ କରୋନା ଗୋ' ସ୍ଲୋଗାନ ଦେଇଥିଲେ ଓ ଏହା ଦ୍ୱାରା କରୋନା ଦେଶରୁ ପଳାୟନ କରିବ ବୋଲି ଇଙ୍ଗିତ କରିଥିଲେ ।

ମାର୍ଚ୍ଚ ମାସରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ କରୋନା ଭୂତାଣୁ ବିଷୟରେ ସଚେତନତା ସୃଷ୍ଟି କରୁଥିବା ଏକ ସଙ୍ଗଠନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି ସଚେତନତା ଅଭିଯାନ ସମୟରେ ସେ 'ଗୋ କରୋନା ... ଗୋ କରୋନା' ସ୍ଲୋଗାନ ଦେଇ ଭାରତରୁ କରୋନା ଭୂତାଣୁକୁ ଖେଦି ବାହାର କରିବାକୁ ଚେଷ୍ଟା କରିଥିଲେ।

ଅଭିନେତ୍ରୀ ପାୟଲ ଘୋଷ


ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

ଅଠାୱଲେ ଏହା ପୂର୍ବରୁ ସୋମବାର ଦିନ ଫିଲ୍ମ ଅଭିନେତ୍ରୀ ପାୟଲ ଘୋଷଙ୍କୁ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ-ଏ (ଆରପିଆଇ)ରେ RRepublican Party of India RPI) ଅନ୍ତର୍ଭୁକ୍ତ କରିଥିଲେ । ପାୟଲ ଘୋଷ (Payal Ghosh) ମୁମ୍ବାଇରେ ରାମଦାସ ଅଠାୱାଲେଙ୍କ ଉପସ୍ଥିତିରେ ତାଙ୍କ ପାର୍ଟିରେ ଯୋଗ ଦେଇଥିଲେ । ସୂଚନା ଅନୁସାରେ ପାୟଲଙ୍କୁ ଦଳର ମହିଳା ୱିଙ୍ଗର ଉପାଧ୍ୟକ୍ଷ କରାଯାଇଛି । ପାୟଲ ଘୋଷ ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ-ନିର୍ମାତା ଅନୁରାଗ କଶ୍ୟପଙ୍କ (Anurag Kashyap) ଉପରେ ତାଙ୍କ ସହ ଯୌନ ନିର୍ଯ୍ୟାତନା କରିଥିବା ଆରୋପ ଲଗାଇ ନିକଟରେ ଚର୍ଚ୍ଚାକୁ ଆସିଥିଲେ ।

ମହାରାଷ୍ଟ୍ରରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ କରୋନାରେ ସଂକ୍ରମିତ ହେବା ପୂର୍ବରୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର (Maharashtra deputy CM Ajit Pawar) ମଧ୍ୟ ଏହି ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଜିତ ପାୱାର ସୋମବାର ଟ୍ୱିଟ୍ କରି ନିଜ ସଂକ୍ରମଣ ବିଷୟରେ କିହଥିଲେ । ସେ ଟ୍ୱିଟରରେ ଲେଖିଥିଲେ, ‘‘ମୋ’ର କରୋନା ପରୀକ୍ଷା ପଜିଟିଭ୍‌ ଆସିଛି । ଏବେ ମୋ’ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ସତର୍କତା ଅବଲମ୍ବନ କରି ଡାକ୍ତରଙ୍କ ପରାମର୍ଶ କ୍ରମେ ମୋତେ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।’’



ଏହା ବି ପଢ଼ନ୍ତୁ | ଭୋଜପୁରୀ ଅଭିନେତ୍ରୀ ମୋନାଲିସା ବଲିଉଡ ଅଭିନେତ୍ରୀମାନଙ୍କୁ ଟକ୍କର୍ ଦେବାକୁ ପ୍ରସ୍ତୁତ ଲାଗୁଛନ୍ତି

ଏହା ବ୍ୟତୀତ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ (Devendra Fadnavis) କରୋନା ଭାଇରସ୍‌ ଯାଞ୍ଚ ବେଳେ ଶନିବାର ଦିନ ସଂକ୍ରମିତ ହୋଇଥିଲେ । ବିଜେପି ନେତା ଏହି ସୂଚନା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ ।



ଫଡନାଭିସ କହିଥିଲେ, ‘‘ଲକଡାଉନ ସମୟରୁ ମୁଁ ପ୍ରତି ଦିନ କାମ କରୁଥିଲି । କିନ୍ତୁ ଲାଗୁଛି ଯେ ଭଗବାନ ବର୍ତ୍ତମାନ ଚାହାଁନ୍ତି ଯେ ମୁଁ କିଛି ସମୟ କାମ ବନ୍ଦ କରି ବିଶ୍ରାମ ନେବା ଉଚିତ । ମୋତେ କୋଭିଡ-୧୯ ସଂକ୍ରମଣ ହୋଇଥିବା ଜଣାପଡିଛି । ମୁଁ ଅଲଗା ହୋଇ ରହୁଛି ।’’
Published by: Anand Shankar Thankur Das
First published: October 27, 2020, 4:11 PM IST
corona virus btn
corona virus btn
Loading