ପୁରୀରେ ରଥ ଯାତ୍ରାର ଆୟୋଜନକୁ ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରତାପ ଷଡ଼ଙ୍ଗୀ

କରୋନାର ମୁକାବିଲା ଦିଗରେ କେନ୍ଦ୍ର ସରକାରଙ୍କ ସହ ସମନ୍ବୟ ରଖି ରାଜ୍ୟ ସରକାର ଯେମିତି ଲକଡାଉନ କଟକଣା ଓ ସାମାଜିକ ଦୂରତା ନିୟମ ପାଳନ କରୁଛନ୍ତି ତାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ପୁରୀରେ ରଥ ଯାତ୍ରାର ଆୟୋଜନକୁ ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରତାପ ଷଡ଼ଙ୍ଗୀ
ପ୍ରତାପ ଷଡ଼ଙ୍ଗୀ ଓ (ଡାହାଣ) ନବୀନ ପଟ୍ଟନାୟକ
  • News18 Odia
  • Last Updated: April 18, 2020, 6:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଶ୍ବପ୍ରସିଦ୍ଧ ରଥ ଯାତ୍ରାର ଆୟୋଜନକୁ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କରୋନା ଭାଇରସ୍‌ ଯୋଗୁଁ ଲାଗିଥିବା କଟକଣା ଭିତରେ ରଥ ଯାତ୍ରାକୁ କିଭଳି ଆୟୋଜନ କରାଯାଇପାରିବ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ସେ ।

ଚିଠିରେ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି: ‘‘ରଥ ଯାତ୍ରା ଓଡ଼ିଶାବାସୀଙ୍କ ଧର୍ମୀୟ ଭାବନା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବହୁ ପ୍ରାଚୀନ ସମୟରୁ ମହାପ୍ରଭୁ ଜଗନ୍ନାଥଙ୍କ ଏହି ବଳିଷ୍ଠ ପରମ୍ପରା ଆମ ସ୍ବତନ୍ତ୍ର ସାଂସ୍କୃତିକ ପରିଚୟର ବାର୍ତ୍ତାବହ ସାଜି ଆସିଛି । କିନ୍ତୁ ବର୍ତ୍ତମାନ କରୋନା ପରିସ୍ଥିତିରେ ଗଣମାଧ୍ୟମର କିଛି ରିପୋର୍ଟ ପ୍ରସିଦ୍ଧ ରଥଯାତ୍ରା ଆୟୋଜନ ନେଇ ଲୋକଙ୍କ ମନରେ ଅନିଶ୍ଚିତତା ସୃଷ୍ଟି କରୁଛି ।’’

‘‘କରୋନାର ମୁକାବିଲା ଦିଗରେ କେନ୍ଦ୍ର ସରକାରଙ୍କ ସହ ସମନ୍ବୟ ରଖି ରାଜ୍ୟ ସରକାର ଯେଉଁ ଭଳି ଭାବେ ଲକଡାଉନ କଟକଣା ଓ ସାମାଜିକ ଦୂରତା ନିୟମ ପାଳନ କରୁଛନ୍ତି ତାହା ସ୍ୱାଗତଯୋଗ୍ୟ । ଏଭଳି ପରିସ୍ଥିତିରେ କରୋନା କଟକଣାକୁ ବଳବତ୍ତର ରଖି କିଭଳି ରଥଯାତ୍ରା କରାଯାଇପାରିବ, ରାଜ୍ୟ ସରକାର ସେଥିପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ମୁକ୍ତି ମଣ୍ଡପର ପଣ୍ଡିତ, ଦଇତାପତି ଓ ଅନ୍ୟ ସେବାୟତଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ଲାଗି ଓ ଶ୍ରୀମନ୍ଦିର ପ୍ରଶାସନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ମୁଁ ମୁଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି,’’ ନିଜ ଚିଠିରେ ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ପୁରୀର ଶ୍ରୀମନ୍ଦିର


ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ସ୍ନାନଯାତ୍ରା ଓ  ରଥଯାତ୍ରା ଆୟୋଜନ ଲାଗି ପଦକ୍ଷେପ ନେବାକୁ ଗତ କାଲି ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।
First published: April 18, 2020, 6:05 PM IST
corona virus btn
corona virus btn
Loading