କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍ ହେଲେ, ଗୁରୁଗ୍ରାମରେ ହସ୍ପିଟାଲରେ ଭର୍ତ୍ତି ହେଲେ

ପ୍ରଧାନଙ୍କ ଜଣେ କର୍ମଚାରୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ପରେ ମନ୍ତ୍ରୀ ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ ଓ ନିଜର କରୋନା ପରୀକ୍ଷା କରାଇଥିଲେ । ସେ ବୁଧବାର ଆୟୋଜିତ କ୍ୟାବିନେଟ ବୈଠକରେ ଯୋଗ ଦେଇ ନ ଥିଲେ ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍ ହେଲେ, ଗୁରୁଗ୍ରାମରେ ହସ୍ପିଟାଲରେ ଭର୍ତ୍ତି ହେଲେ
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • News18 Odia
  • Last Updated: August 4, 2020, 8:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union minister Dharmendra Pradhan) କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ (Medanta Hospital, Gurugram) ଭର୍ତ୍ତି କରାଯାଇଛି ।

କୁହାଯାଉଛି ଯେ ପ୍ରଧାନଙ୍କ ଜଣେ କର୍ମଚାରୀଙ୍କ କୋଭିଡ-୧୯ (COVID-19) ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହା ପରେ ମନ୍ତ୍ରୀ ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ ଓ ତା’ପରେ ନିଜର କରୋନା ପରୀକ୍ଷା କରାଇଥିଲେ । ମଙ୍ଗଳବାର ଦିନ ପ୍ରଧାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଥିଲା । ସେ ବୁଧବାର ଦିନ ଆୟୋଜିତ ହୋଇଥିବା କ୍ୟାବିନେଟ ବୈଠକରେ ଯୋଗ ଦେଇ ନ ଥିଲେ ।

ପ୍ରଧାନ ନିଜେ ଟ୍ୱିଟ୍‌ କରି କରୋନା ସଂକ୍ରମିତ ହୋଇଥିବା ବିଷୟରେ ଜଣାଇଛନ୍ତି । ସେ ଲେଖିଛନ୍ତି, ‘‘#COVID19 ର ଲକ୍ଷଣ ଦେଖାଯିବା କାରଣରୁ ମୁଁ ପରୀକ୍ଷା କରିଥିଲି । ରିପୋର୍ଟ ପଜିଟିଭ୍ ଆସିଛି । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ ସୁସ୍ଥ ଅଛି ।’’



ରବିବାର ଦିନ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ (Home Minister Amit Shah) କରୋନା ଭାଇରସ ପଜିଟିଭ୍‌ ହୋଇଥିଲେ । ସେ ବି ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅମିତ ଶାହା ନିଜେ ଟ୍ୱିଟ୍ କରି ନିଜର ସଂକ୍ରମଣ ବିଷୟରେ ସୂଚନା ଦେଇଥିଲେ ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ମୁମ୍ବାଇ ପୋଲିସର ଅବହେଳାରୁ ଦିଶାଙ୍କ ମୃତ୍ୟୁ ସହ ଜଡ଼ିତ ଫାଇଲ୍ ଡିଲିଟ୍ ହୋଇଛି

ଏହା ବି ପଢ଼ନ୍ତୁ: ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲା

ଅମିତ ଶାହା ଟ୍ୱିଟ୍ କରି କହିଥିଲେ, ‘‘କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ମୁଁ ପରୀକ୍ଷା କରାଇଥିଲି ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା । ମୋ’ର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ’ ସହିତ ଯୋଗାଯୋଗ କରିଛନ୍ତି ଦୟାକରି ସେମାନେ ନିଜକୁ ଅଲଗା କରି ରଖନ୍ତୁ ଓ ପରୀକ୍ଷା କରାଇନିଅନ୍ତୁ ।’’

ରବିବାର ଦିନ କର୍ଣ୍ଣାଟକର ମୁଖ୍ୟ ମନ୍ତ୍ରୀ ବି.ଏସ୍ ୟେଦ୍ୟୁରୁପ୍ପା (Karnataka CM BS Yediyurappa) ବି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ୟେଦ୍ୟୁରପ୍ପା କହିଥିଲେ ଯେ ସେ ଭଲ ଅଛନ୍ତି, କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ସତର୍କତା ଅବଲମ୍ବନ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।



କର୍ଣ୍ଣାଟକର ମୁଖ୍ୟ ମନ୍ତ୍ରୀ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଓ ନିଜକୁ ଆଇସୋଲେଟ୍‌ କରିବାକୁ ନିବେଦନ କରିଥିଲେ । ୟେଦୁରୁପ୍ପାଙ୍କ ପୂର୍ବରୁ ତାଙ୍କର ଛଅ ଜଣ କର୍ମଚାରୀ ବି ସଂକ୍ରମିତ ହୋଇସାରିଛନ୍ତି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟ ମନ୍ତ୍ରୀ ସିଦ୍ଦାରମୈୟା ବି କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି ।
Published by: Anand Shankar Thankur Das
First published: August 4, 2020, 8:15 PM IST
corona virus btn
corona virus btn
Loading