କରୋନାରୁ ସୁସ୍ଥ ହେବା ପରେ କଟକରେ ନିଜ ପ୍ଲାଜମା ଦାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କରୋନାରୁ ଆରୋଗ୍ୟ ଲାଭ କରିବା ପରେ ପ୍ଲାଜମା ଦାନ କରିଥିବା ପ୍ରଥମ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ସବୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ବି ନିଜ ପ୍ଲାଜମା ଦାନ କରି ମୂଲ୍ୟବାନ ଜୀବନ ରକ୍ଷା କରନ୍ତୁ ।

କରୋନାରୁ ସୁସ୍ଥ ହେବା ପରେ କଟକରେ ନିଜ ପ୍ଲାଜମା ଦାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲାଜମା ଦାନ କରୁଛନ୍ତି ।
  • News18 Odia
  • Last Updated: October 3, 2020, 7:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ଦାନ କରିଛନ୍ତି । ଏହା ଦ୍ୱାରା ସେ କରୋନାରୁ ଆରୋଗ୍ୟ ଲାଭ କରିବା ପରେ ପ୍ଲାଜମା ଦାନ କରିଥିବା ପ୍ରଥମ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପରାହ୍ଣ ସାଢ଼େ ତିନିଟା ବେଳେ ଏସସିବି ମେଡିକାଲ କଲେଜରେ ପହଞ୍ଚି ନିଜ ପ୍ଲାଜମା ଦାନ କରିଥିଲେ । ସେ ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ । ପ୍ଲାଜମା ଦାନ କରିଥିବାରୁ ତାଙ୍କୁ ଖୁବ୍‌ ସନ୍ତୋଷ ମଳିଛି ବୋଲି ସେ ଏହି ଟ୍ୱିଟରେ ଲେଖିଛନ୍ତି ।

‘‘ଆଜି କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମୁଁ ପ୍ଲାଜମା ଦାନ କରିଛି । #COVID-19 ମହାମାରୀ ବିରୋଧରେ ଜାରି ଥିବା ଲଢ଼େଇରେ ଯୋଗଦାନ କରିବା ମୋ’ ପାଇଁ ଅତ୍ୟନ୍ତ ସନ୍ତୋଷଜନକ,’’ ନିଜ ଟ୍ୱିଟରେ ଲେଖିଛନ୍ତି ପ୍ରଧାନ ।



ନିଜ ପ୍ଲାଜମା ଦାନ କରିବା ପରେ ପ୍ରଧାନ ସବୁ ଲୋକଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ବି କୋଭିଡ-୧୯ ସଂକ୍ରମିତ ଲୋକଙ୍କ ମଙ୍ଗଳ ପାଇଁ ନିଜ ପ୍ଲାଜମା ଦାନ କରନ୍ତୁ ଓ ମୂଲ୍ୟବାନ ମାନବ ଜୀବନ ରକ୍ଷା କରନ୍ତୁ ।



ଯେଉଁମାନେ କୋଭିଡରେ ସଂକ୍ରମିତ ହୋଇଥିଲେ ଓ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ସେମାନଙ୍କ ପ୍ଲାଜ୍ମାରେ COVID-19ର ଆଣ୍ଟିବଡି ଥାଏ । ଏହି ଆଣ୍ଟିବଡିଗୁଡ଼ିକ ଭାଇରସ୍‌ ସହିତ ଲଢ଼ିବା ପାଇଁ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ ।

ଏହା ବି ପଢ଼ନ୍ତୁ ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ସଂକ୍ରମିତ ହେଲେ; କ୍ୱାରେଣ୍ଟାଇନରେ ରହିଲେ



ଏହା ବି ପଢ଼ନ୍ତୁ ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

ଧର୍ମେନ୍ଦ୍ର ପ୍ରଧାନ କରୋନାରୁ ସୁସ୍ଥ ହେବା ପରେ ନିଜ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ହିଁ ପ୍ଲାଜମା ଦାନ କରିଥିବାରୁ ତାଙ୍କୁ ଅନେକ ପ୍ରଶଂସା ମିଳୁଛି ।
Published by: Anand Shankar Thankur Das
First published: October 3, 2020, 7:03 PM IST
corona virus btn
corona virus btn
Loading