କଟକ ଜିଲ୍ଲାରେ ଅନିୟନ୍ତ୍ରିତ ହେଉଛି କରୋନା; ଦ୍ଵିତୀୟ ହସ୍ପିଟାଲ ଚାଲୁ ହେଲା

କରୋନା ମୁକାବିଲା ପାଇଁ କାର୍ଯ୍ୟକ୍ଷମ କରାଗଲା ଦ୍ବିତୀୟ କୋଭିଡ଼ ହସ୍ପିଟାଲ । ଦୁଇଟି ହସ୍ପିଟାଲରେ ମୋଟ ୩ ଶହ ବେଡ଼ ସହିତ ୫୮ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି ।

କଟକ ଜିଲ୍ଲାରେ ଅନିୟନ୍ତ୍ରିତ ହେଉଛି କରୋନା; ଦ୍ଵିତୀୟ ହସ୍ପିଟାଲ ଚାଲୁ ହେଲା
ସଦଗୁରୁ କୋଭିଡ ହସ୍ପିଟାଲ
  • News18 Odia
  • Last Updated: August 25, 2020, 5:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: ଦିନକୁ ଦିନ କଟକ ଜିଲ୍ଲାରେ ଉତ୍କଟ ହେବାର ଲାଗିଛି କରୋନାର ସ୍ଥିତି । ସୋମବାର ଦିନ ଜିଲ୍ଲାରେ ୫୮୯ ଜଣ ସଂକ୍ରମିତ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ଯାହାକି ଗୋଟିଏ ଦିନରେ ସର୍ବାଧିକ । ତେବେ ଏହା ଗୋଟିଏ ଦିନର ନୁହେଁ ବରଂ ଦେଢ଼ ଦିନର ପରୀକ୍ଷା ରିପୋର୍ଟ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଆଜି ମଧ୍ୟ କଟକ ୨୪୭ ଜଣ କରୋନା ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭଗ ତରଫରୁ ପ୍ରକାଶ କରାଯାଇଛି ।

ଆଜି ଚିହ୍ନଟ ହୋଇଥିବା ୨୪୭ ଜଣଙ୍କୁ ମିଶାଇ କଟକରେ ୬,୨୬୮ ସଂଖ୍ୟାରେ ପହଞ୍ଚିଛି । ସେଥି ମଧ୍ୟରୁ ୩,୭୩୯ ଜଣ ସୁସ୍ତ ହୋଇ ଘରକୁ ଫେରିଥିବା ବେଳେ ବେଳେ ୨,୩୯୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଆଜିର ଜଣେ ମୃତ୍ୟୁକୁ ଲଗାଇ ମୃତ୍ୟ ସଂଖ୍ୟା ୨୬ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

ଜିଲ୍ଲା ତଥା ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦେଖି ପଦକ୍ଷେପ ନେବା ଆରମ୍ଭ କରିଛି ପ୍ରଶାସନ । ସୋମବାର ଦିନ କଟକରେ ଦ୍ବିତୀୟ କୋଭିଡ଼ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିଛି ପ୍ରଶାସନ । ଜଗତପୁର ଠାରେ ଥିବା ସଦଗୁରୁ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତିତ କରିବା ସହ ସେଠାରେ ୧୫୦ ବେଡ଼ର ବ୍ୟବସ୍ଥା କରାଯାଇଛି । ଯେଉଁ ଠାରେ ୨୪ଟି ଆଇସିୟୁ ସହିତ ୩୧ଟି ସେମି-ଆଇସିୟୁ ମଧ୍ୟ ରହିଛି । ଏହା ସହିତ କୋଭିଡ଼ ପଜେଟିଭ ଥିବା ପ୍ରସୂତିମାନଙ୍କ ପାଇଁ ମଧ୍ୟ ସେଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତିତ ବଡ଼ମ୍ବା ଠାରେ ମଧ୍ୟ ଏକ କୋଭିଡ଼ କେୟାର ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯାଇଛି ।

କଟକ ସହରରେ ଚାଲିଛି ଆକ୍ଟିଭ ସର୍ଭେଇଲାନ୍ସ


“ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସତ କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି । କୋଭିଡ଼ ମୁକାବିଲା ଲାଗି ଆମେ ଜିଲ୍ଲାରେ ଦୁଇଟି କୋଭିଡ଼ ହସ୍ପିଟାଲରେ ୩ ଶହ ବେଡ଼ର ବ୍ୟବସ୍ଥା କରିଛୁ । ଏହା ସହିତ କୋଭିଡ଼ ହସ୍ପିଟାଲରେ ୫୮ଟି ଆଇସିୟୁର ବ୍ୟବସ୍ଥା ମଧ୍ୟ ହୋଇଛି । ଜିଲ୍ଳାରେ ଥିବା କୋଭିଡ଼ କେୟାର ସେଣ୍ଟର ଗୁଡ଼ିକରେ ପାଖା ପାଖି ୧୨ ଶହ ବେଡର ବ୍ୟବସ୍ଥା ମଧ୍ୟ କରିଛୁ,” କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

ସୋମବାର କଟକରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବା ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖିଛି ସିଏମସି । ମିଳିଥିବା ରିପୋର୍ଟ ଗୋଟିଏ ଦିନର ନୁହେଁ ବରଂ ଗତକାଲି ହସ୍ତଗତ ହୋଇନଥିବା କିଛି ରିପୋର୍ଟ ଆଜିର ରିପୋର୍ଟ ସହ ମିଶିକରି ଆସିଥିବାରୁ ଏହି ସଂଖ୍ୟା ବୃଦ୍ଧି ଘଟିଛି ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

ସିଏମସି କମିଶନର ଅନନ୍ୟା ଦାସ


“ଗତ ସପ୍ତାହ ଅପେକ୍ଷା ଏବେ ଆମେ ଦୁଇ ଗୁଣା ପରୀକ୍ଷା କରାଯାଉଛୁ । ଦୈନିକ ପ୍ରାୟ ୨୫ ଶହରୁ ୩ ହାଜର ପର୍ଯ୍ୟନ୍ତ ଟେଷ୍ଟ ହେଉଛି । ତା ଛଡା କଟକ ସହରରେ ସଂକ୍ରମଣ ଏବେ ପିକ୍‌ରେ ପହଁଚିବାକୁ ଯାଉଛି । ଯାହା ଫଳରେ ଆଗକୁ ପେଜେଟିଭ ସଂଖ୍ୟା ବି ବଢ଼ିବ । ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ଏବଂ ଆଗକୁ ହୋମ ଆସୋଲେସନ୍‌କୁ ଅଧିକ ଗୁରୁତ୍ବ ଦେବାକୁ ଯାଉଛୁ । କିନ୍ତୁ ଏବେ ବି ଅନେକ ଲୋକ କୋଭିଡ଼ ନିୟମ ମାନୁ ନଥିବା ଦେଖିବାକୁ ମଳୁଛି ଯାହାକି ଚିନ୍ତା ଜନକ ବିଷୟ । ଏହି ସମୟରେ ଆମ ସମସ୍ତଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାର ଅଛି,” କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

କଟକ କୂମ୍ଭାରସାହିର ୯ଟି ପରିବାରରୁ ୨୪ ଜଣ ପଜେଟିଭ ଚିହ୍ନଟ ହେବା ପରେ ସାହିର କିଛି ଅଶଂକୁ ସୋମବାର ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ସିଏମସି । ଏହି ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ମଧ୍ୟ କଟକଣା ଲାଗଯାଇଛି । ଏହା ସହିତ ସୋମାବାର ସନ୍ଧ୍ୟାରୁ ସେଠାରେ ଆକ୍ଟିଭ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ସିଏମସି ।
Published by: Jagdish Barik
First published: August 25, 2020, 5:48 PM IST
corona virus btn
corona virus btn
Loading